Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ଭାରତ-ନେପାଳ ସୀମାରେ ହାଇ ଆଲର୍ଟ : ଗଳି କନ୍ଦିରେ ବିକାଶ ଦୁବେର ଫଟୋ ଲଗାଇଲା ପୋଲିସ

5/07/2020 at 3:14 PM

କାନପୁର ୦୫/୦୭ : କାନପୁରରେ ୮ ପୋଲିସକର୍ମୀଙ୍କୁ ଗୁଳି କରି ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ପୋଲିସ ଖୋଜୁଛି | ସହର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି | ବେହରାଇଚ ନେପାଳ ସୀମାରେ ବିକାଶ ଦୁବେର ଫଟୋ ଲଗାଯାଇଛି | ଅପରାଧୀ ବିକାଶ ଦୁବେକୁ ଖୋଜିବା ପାଇଁ ୨୦ ଟି ପୋଲିସ ଟିମ ଭିନ୍ନ ଭିନ୍ନ ଜାଗାରେ ଚଢ଼ାଉ କରୁଛି | ଯେଉଁସବୁ ଅଞ୍ଚଳରେ ବିକାଶର ପରିବାର ଲୋକ ରହୁଛନ୍ତି ସେ ସବୁ ଅଞ୍ଚଳରେ ପୋଲିସ ବିକାଶକୁ ଖୋଜାଖୋଜି କରୁଛି | ନେପାଳ ସୀମାରେ ମଧ୍ୟ ଆଲର୍ଟ ଜାରି କରାଯାଇଛି | ନେପାଳ ସୀମାରୁ ୧୨୦ କିମି ଅଞ୍ଚଳରେ ଥିବା ୪ଟି ଥାନାରେ ବିକାଶ ଦୁବେର ଫଟୋ ଜାରି କରାଯାଇଛି | ଏସଏସବି ଯବାନ ସୀମାରେ ଯିବା ଆସିବା କରୁଥିବା ଲୋକଙ୍କ ଯାଞ୍ଚ କରୁଛନ୍ତି |

ପୋଲିସ ବିକାଶ ଦୁବେ ଉପରେ ୫୦ ହଜାର ଟଙ୍କା ପୁରସ୍କାର ରାଶି ରଖିଥିଲା ଯାହାକୁ ବଢ଼ାଇ ବର୍ତ୍ତମାନ ୧ ଲକ୍ଷ କରିଛି | ଏହାସହ ବିକାଶ ଦୁବେର ୧୮ ଜଣ ଗ୍ୟାଙ୍ଗ ସଦସ୍ୟଙ୍କ ଉପରେ ମଧ୍ୟ ୨୫ ହଜାର ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛି | ଏବେ ସୁଦ୍ଧା ହୋଇଥିବା ଯାଞ୍ଚରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ପୋଲିସକର୍ମୀଙ୍କ ୟୁନିଫର୍ମରେ କାଲଙ୍କା ଲାଗିଛି, ବିଭାଗର କିଛି ଲୋକଙ୍କ ହାତ ଥିବା ସନ୍ଦେହ କରାଯାଉଛି | ମୋବାଇଲ କଲ ଡିଟେଲ ଆଧାରରେ ପୋଲିସ ଅନେକ ଲୋକଙ୍କୁ ଅଟକ ରଖି ପଚରାଉଚୁରା କରୁଛି | ଏଥିରେ ୨୪ ଘଣ୍ଟାରେ ବିକାଶ ଦୁବେ ସହିତ କଥାବାର୍ତ୍ତା କରିଥିବା ଲୋକ ସାମିଲ ଅଛନ୍ତି | 

ଘଟଣା ପରେ ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେ ଓ ତାର ଗ୍ୟାଙ୍ଗକୁ ଧରିବା ପାଇଁ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା | ଏମାନଙ୍କୁ ଗିରଫ କରିବା ପାଇଁ ପୋଲିସର ୬୦ ଟିମ ନିୟୋଜିତ ହୋଇଛନ୍ତି | ୫୦୦ ଲୋକଙ୍କ ଫୋନ ସର୍ଭିଲାନ୍ସରେ ରହିଛି | ୪୮ ଘଣ୍ଟା ପରେ ମଧ୍ୟ ବିକାଶ ଦୁବେର କୌଣସି ପତା ମିଳିନାହିଁ | ତେବେ ସେ ଲୁଚିକି ଅନ୍ୟ ରାଜ୍ୟକୁ ପଳାଇ ଯାଇଥିବା ପୋଲିସ ସନ୍ଦେହ କରୁଛି | ସେଥିପାଇଁ ପାଖାପାଖି ରାଜ୍ୟରେ ମଧ୍ୟ ତଲାସୀ ଅଭିଯାନ ଆରମ୍ଭ କରିଛି ପୋଲିସ |

   Related Posts