Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ନେପାଳରେ ଉଠିଲା ବିରୋଧର ସ୍ଵର: ନୂତନ ନକ୍ସା ବିରୋଧରେ କାଠମାଣ୍ଡୁରେ ସଡକକୁ ଓହ୍ଲାଇଲେ ଲୋକ

13/06/2020 at 4:15 PM

ନୂଆଦିଲ୍ଲୀ ୧୩।୦୬: ନେପାଳରେ ନୂତନ ନକ୍ସା ପ୍ରସ୍ତାବ ଉପରେ ଆଜି ସଂସଦରେ ଭୋଟ୍ ହେବାର ଅଛି। ଏହି ନକ୍ସାରେ ଭାରତର କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରା ଅଞ୍ଚଳକୁ ନେପାଳ ନିଜ ନକ୍ସାରେ ସାମିଲ କରିଛି। ଅନ୍ୟପଟେ ଶନିବାର ସକାଳୁ କାଠାମାଣ୍ଡୁର ସଡକରେ ଏହି ନକ୍ସା ବିରୋଧରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ନିଜ ଦେଶ ବିରୋଧରେ ଉଠିଛି ବିରୋଧର ସ୍ଵର। ଏହା ପୂର୍ବରୁ ଶୁକ୍ରବାର ମଧ୍ୟ ଅନେକ ପ୍ରଦର୍ଶନକାରୀ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲେ। ଏହା ପରେ ନେପାଳର ବୈଦେଶିକ ମନ୍ତ୍ରୀ ପ୍ରଦୀପ ଗ୍ଵାଭଲି ଶୁକ୍ରବାର ରାତିରେ ମିଡିଆ ମାଧ୍ୟମରେ ଲୋକଙ୍କୁ ପ୍ରଦର୍ଶନ ନକରିବାକୁ ଅନୁରୋଧ କରିଥିଲେ।

ନେପାଳର ବୈଦେଶିକ ମନ୍ତ୍ରୀ କହିଛନ୍ତି, ଶନିବାର ଅର୍ଥାତ ଆଜି ଦେଶର ସଂସଦରେ ଐତିହାସିକ  ବିଧେୟକ ଉପରେ ନିଷ୍ପତ୍ତି ନିଆଯିବ। ଏଥିପାଇଁ ପ୍ରଦର୍ଶନକାରୀଙ୍କୁ ଅପିଲ୍ କରିଥିଲେ ଯେ, ସେମାନେ କୌଣସି ପ୍ରକାରର ବିରୋଧ ପ୍ରଦର୍ଶନରେ ସାମିଲ ନହୁଅନ୍ତୁ। ଏଥିରେ ଦେଶରେ ଭୁଲ୍ ସନ୍ଦେଶ ଯିବ।

ବୈଦେଶିକ ମନ୍ତ୍ରୀ ପ୍ରଦୀପ କହିଛନ୍ତି, ଆମେ ନିଜର ଜମିକୁ ନକ୍ସାରେ ସାମିଲ କରି ଏକ ଉଦାହରଣ ସୃଷ୍ଟି କରିବାକୁ ଚାହୁଁଛୁ। ସମସ୍ତ ରାଜନୈତିକ ଦଳ ମଧ୍ୟ ଏହାର ସମର୍ଥନ କରି ଏକଜୁଟତା ଦେଖାଇଛନ୍ତି। ଏଥିପାଇଁ ସାଧାରଣ ଜନତାଙ୍କୁ ମଧ୍ୟ ସରକାରଙ୍କ ବିରୋଧରେ ନଯାଇ ସରକାରଙ୍କୁ ସମର୍ଥନ କରି ନକ୍ସାକୁ ନେଇ ଖୁସି ପ୍ରକାଶ କରିବା ଉଚିତ୍। ଏହା ପରେ ମଧ୍ୟ କାଠମାଣ୍ଡୁରେ ଶନିବାର ସକାଳେ ସରକାର ବିରୋଧୀ ପ୍ରଦର୍ଶନ ପାଇଁ ଲୋକେ ସଡକକୁ ଓହ୍ଲାଇଛନ୍ତି। ପୋଲିସ୍ ଦ୍ଵାରା ପ୍ରଦର୍ଶନକାରୀଙ୍କୁ ଘଉଡାଇବା ଜାରି ରହିଛି।

ନେପାଳର ନୂତନ ରାଜନୈତିକ ନକ୍ସାକୁ ଆଇନର ରୂପ ଦେବା ଲାଗି ସେଠାକାର ସଂସଦରେ ଆଜି ମତଦାନ ହେବାକୁ ଯାଉଛି। କୁହାଯାଉଛି ଯେ, ମତଦାନରେ ନୂତନ ନକ୍ସା ବିଧେୟକ ଗୃହରେ ଗୃହୀତ ହୋଇପାରେ। ଅନ୍ୟପଟେ ବିବାଦ ସୃଷ୍ଟି ନକରିବାକୁ ଭାରତ ପକ୍ଷରୁ ନେପାଳକୁ ପୁରାତନ ସାଂସ୍କୃତିକ ସମ୍ବନ୍ଧକୁ ମନେ ପକାଇ ଦେଇଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଆମେ ନେପାଳ ସମ୍ମୁଖରେ ଆମର ନୀତି ସ୍ପଷ୍ଟ କରି କରି ସାରିଛୁ। ଆମେ ଚାହୁଁଛୁ ନେପାଳ ସହିତ ପୁରାତନ ସାଂସ୍କୃତିକ ଓ ବନ୍ଧୁତ୍ଵପୂର୍ଣ୍ଣ ସଂପର୍କ ଜାରି ରହୁ।

   Related Posts