ଭାରତ ପାଇଁ ସାହାଯ୍ୟ ମାଗିଲେ ବ୍ରିଟେନରେ ଅବସ୍ଥାପିତ ରାଷ୍ଟ୍ରଦୂତ, କହିଲେ- 'ଅକ୍ସିଜେନ୍ ଓ ରେମଡେସିଭିର୍ ଦରକାର'

Published By : Prameya-News7 Bureau | April 25, 2021 IST

ନୂଆଦିଲ୍ଲୀ,୨୫/୦୪: ବ୍ରିଟେନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଶନିବାର ସୋସିଆଲ ମିଡିଆ ଜରିଆରେ ଭାରତକୁ ସହାଯ୍ୟ ପାଇଁ ଅନୁରୋଧ କରିଛନ୍ତି । କରୋନା ସଙ୍କଟରେ ଭାରତକୁ ଅକ୍ସିଜେନ୍ ଓ ମେଡିକାଲ ସପ୍ଲାଏ ଆବଶ୍ୟକତାକୁ ପୂରଣ କରିବା ପାଇଁ ସେ ବ୍ରିଟେନ ସରକାରଙ୍କୁ କହିଛନ୍ତି । ଏଥିରେ ଅକ୍ସିଜେନ୍ ସିଲିଣ୍ଡର, କଷ୍ଟ୍ରେଟର୍ ଓ ରେମଡେସିଭିର ବାବଦରେ ଉଲ୍ଲେଖ ରହିଛି ।

wp:html /wp:html

ଟ୍ୱିଟରରେ ଏହି ଅନୁରୋଧ ସେହି ସମୟରେ କରାଯାଅଛି, ଯେତେବେଳେ ବ୍ରିଟେନରେ ଭାରତୀୟ ସମୁଦାୟ ସାହାଯ୍ୟ ଯୋଗାଡ କରିବା ପାଇଁ ପ୍ରୟାସ କରୁଛନ୍ତି । ଦେଶରେ ରାଜଧାନୀ ଦିଲ୍ଲୀ ସମେତ ଅନେକ ସହରର ହସ୍ପିଟାଲରେ ଅକ୍ସିଜନର ଘୋର୍ ଅଭାବ ପରିଲକ୍ଷିତ ହେଉଛି । 

ଏହାପୂର୍ବରୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କହିଥିଲେ ଯେ, ଭାରତକୁ କିପରି ସାହାଯ୍ୟ କରାଯାଇ ପାରିବ ସେନେଇ ନଜର ବିଚାର କରାଯାଉଛି । କରୋନାର ନୂଆ ଲହର ବହୁତ ଘାତକ ଅଟେ । ଏହା ସ୍ୱାସ୍ଥ୍ୟସେବା ଉପରେ ପ୍ରଭାବ ପକାଉଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.