Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଟି-୨୦ ବିଶ୍ବକପ : ସ୍କଟଲାଣ୍ଡକୁ ପାଣି ପିଆଇଲେ ଭାରତୀୟ ବୋଲର, ଜାଡେଜା ଏବଂ ସାମୀଙ୍କ ଘାତକ ବୋଲିଂ, ଭାରତକୁ ବିଜୟ ଲକ୍ଷ୍ୟ…

5/11/2021 at 9:00 PM

ଦୁବାଇ ୦୫/୧୧ : ଟି ୨୦ ବିଶ୍ବକପର ଶୁକ୍ରବାର ୨ୟ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ସ୍କଟଲାଣ୍ଡ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ମାତ୍ର ୮୫ ରନରେ ଅଲଆଉଟ ହୋଇଯାଇଛି ସ୍କଟଲାଣ୍ଡ । ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଆତ୍ମସମର୍ପଣ କରିଛି ସ୍କଟଲାଣ୍ଡ ଦଳ । ଭାରତକୁ ଜିତିବାକୁ ହେଲେ ମାତ୍ର ୮୬ ରନ କରିବାକୁ ହେବ ।

ସ୍କଟଲାଣ୍ଡ ପକ୍ଷରୁ ଜର୍ଜ ମୁନସେ ୨୪ ରନ କରି ଆଉଟ ହୋଇଥିବା ବେଳେ, କେଲ୍‌ କେଏଜର ୧ରନ, ମାଥ୍ୟୁ କ୍ରସ୍‌ ୨, ରିଚି ବେରିଂଟନ୍‌ ୦, କାଲୁମ ମାକ୍‌ ଲିଓଡ୍‌ ୧୬, ମିଚେଲ ଲିସ୍କ ୨୧ରନ, କ୍ରିସ୍‌ ଗ୍ରେଭସ୍‌ ୧ରନ, ସାଫୟାନ ସରିଫ୍‌ ୦, ଆଲାସଦର ଇଭାନ୍ସ ୦ରନ, ମାର୍କ ଓ୍ବାଟ୍‌ ୧୪ରନ କରି ଆଉଟ ହୋଇଛନ୍ତି ଏବଂ ବ୍ରାଡ୍‌ ହ୍ବିଲ୍‌ ୨ ରନ କରି ଅପରାଜିତ ଅଛନ୍ତି ।  

ଭାରତ ପକ୍ଷରୁ ଜବରଦସ୍ତ ବୋଲିଂ କରିଛନ୍ତି ମହମ୍ମଦ ସାମୀ ଏବଂ ରବୀନ୍ଦ୍ର ଜାଡେଜା । ସାମୀ ୩ ଓଭରରେ ୧୫ରନ ଦେଇ ୩ ଓ୍ବିକେଟ ନେଇଥିବା ବେଳେ, ରବୀନ୍ଦ୍ର ଜାଡେଜା ୪ ଓଭରରେ ୧୫ରନ ଦେଇ ୩ ଓ୍ବିକେଟ, ବରୁଣ ଚକ୍ରବର୍ତ୍ତୀ ୩ ଓଭରରେ ୧୫, ଜଶପ୍ରୀତ ବୁମରାହ ୩.୪ ଓଭରରେ ୧୦ ରନ ୨ ଓ୍ବିକେଟ ଏବଂ ରବିଚନ୍ଦ୍ରନ ଅଶ୍ବିନ ୪ ଓଭରରେ ୨୯ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।

   Related Posts