୪ର୍ଥ ଟେଷ୍ଟ : ବିଜୟ ଠାରୁ ୩ ଓ୍ବିକେଟ ଦୂରରେ ଭାରତ, ବୁମରାହ ଏବଂ ଶର୍ଦ୍ଦୁଳଙ୍କ ଘାତକ ବୋଲିଂ

Published By : Prameya-News7 Bureau | September 06, 2021 IST

ଦି ଓଭାଲ ୦୬/୦୯ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦି ଓଭାଲରେ ଜାରି ରହିଥିବା ୪ର୍ଥ ଟେଷ୍ଟରେ ବିଜୟ ଆଡକୁ ଅଗ୍ରସର ହେଉଛି ଭାରତ । ଦି ଓଭାଲ ଟେଷ୍ଟ ଜିତିବା ପାଇଁ ୩ ଓ୍ବିକେଟ ଆବଶ୍ୟକ ଥିବା ବେ​‌ଳେ ଘାତକ ବୋଲିଂ ଜାରିରଖିଛନ୍ତି ଭାରତୀୟ ବୋଲର । ଇଂଲଣ୍ଡର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଛନ୍ତି ଷ୍ଟାର ବୋଲର ଜସପ୍ରୀତ ବୁମରାହ ଏବଂ ଶାର୍ଦ୍ଦୁଳ ଠାକୁର । ଉଭୟ ଇନିଂସରେ ବ୍ୟାଟିଂରେ କମାଲ କରିଥିବା ଶାର୍ଦ୍ଦୁଳ ଠାକୁର ବୋଲିଂରେ ମଧ୍ୟ କମାଲ କରିଛନ୍ତି ।

ବୁମରାହ, ଶାର୍ଦ୍ଦୁଳ ଠାକୁର ଏବଂ ଜାଡେଜା ଉଭୟ ୨ଟି ଲେଖାଏଁ ଓ୍ବିକେଟ ନେଇ ଇଂଲଣ୍ଡକୁ ବ୍ୟାକ୍‌ଫୁଟକୁ ଠେଲି ଦେଇଛନ୍ତି । ଦ୍ବିତୀୟ ଇନିଂସରେ ବିଜୟ ପାଇଁ ୩୬୮ ରନର ପିଛା କରୁଥିବା ଘରୋଇ ଦଳ ୮୧ ଓଭରରେ ୧୮୩ ରନ କରି ୭ ଓ୍ବିକେଟ ହରାଇଛି । ଇଂଲଣ୍ଡକୁ ବିଜୟ ପାଇଁ ଆଉ ୪୦ ଓଭରରେ ୧୮୫ ରନ ଆବଶ୍ୟକ ଥିବା ବେଳେ ବିଜୟ ପାଇଁ ୩ ଓ୍ବିକେଟ ଆବଶ୍ୟକ କରୁଛି ଟିମ ଇଣ୍ଡିଆ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.