Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଟି ୨୦ ବିଶ୍ବକପ : ପୁଣି କମାଲ କଲେ ଜାଡେଜା-ଅଶ୍ବିନ ଯୋଡି, ଭାରତକୁ ବିଜୟ ଲକ୍ଷ୍ୟ…

8/11/2021 at 8:59 PM

ଦୁବାଇ ୦୮/୧୧ : ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପର ଶେଷ ଲିଗ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ନାମିବିୟା । କଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ନାମିବିୟା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ଓ୍ବି​କେଟ ହରାଇ ସଂଗ୍ରହ କରିଛି ୧୩୨ ରନ । ଭାରତକୁ ଜିତିବାକୁ ହେ​ଲେ ସହଜ ୧୩୩ ରନ କରିବାକୁ ହେବ । ଶେଷ ଲିଗ ମ୍ୟାଚରେ କମାଲ କରିଛନ୍ତି ଜାଡେଜା-ଅଶ୍ବିନ ଯୋଡି । ଉଭୟ ଘାତକ ବୋଲିଂ କରି ନାମିବିୟାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି ।

ନାମିବିୟା ପକ୍ଷରୁ ଷ୍ଟିଫେନ୍‌ ବାର୍ଡ ୨୧ ଏବଂ ମିଚେଲ ଭାନ୍‌ ଳିଙ୍ଗେନ ୧୪ ରନ, ଭଲ ଆରମ୍ଭ କରିଥିଲେ ସୁଦ୍ଧ ବଡ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ପରେ କ୍ରେଜ୍‌ ଓ୍ବିଲିୟମସ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଗେରହାର୍ଡ ଏରସମସ ୧୨ରନ କରି ଆଉଟ ହୋଇଥଇବା ବେଳେ, ନିକୋଲ ଇଟୋନ ୫ରନ, ଡେଭିଡ ଓ୍ବାଇସ୍ ୨୬ରନ, ଜେଜେ ସ୍ମିଟ୍‌ ୯ରନ, ଜେନ୍‌ ଗ୍ରୀନ୍‌ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଜାନ୍‌ ଫ୍ରାଏଲିଙ୍କ ୧୫ ରନ ଏବଂ ରୁବେନ୍‌ ଟ୍ରମ୍ପେଲମାନ୍ନ ୧୩ ରନ କରି ଅପରାଜିତ ଅଛନ୍ତି ।

ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୪ ଓଭରରେ ୧୬ ରନ ଦେଇ ୩ ଓ୍ବିକେଟ ନେଇଥିବା ବେଳେ, ରବିଚନ୍ଦ୍ରନ ଅଶ୍ବିନ ୪ ଓଭରରେ ୨୦ରନ ୩ ଓ୍ବିକେଟ, ବୁମରାହ ୪ ଓଭରରେ ୧୯ରନ ୨ ଓ୍ବିକେଟ, ରାହୁଲ ଚହର ୪ ଓଭରରେ ୩୦ରନ ଏବଂ ହମ୍ମଦ ସାମୀ ୪ ଓଭରରେ ୩୯ ରନ ଦେଇଛନ୍ତି ।

   Related Posts