ଦେଶରେ କମୁଛି କରୋନା ସଂକ୍ରମଣ : ସୁସ୍ଥ ହେଲେଣି ୯୫.୧୨ ପ୍ରତିଶତ ଆକ୍ରାନ୍ତ, ଆକ୍ଟିଭ୍ କେସ୍ ୪ ଲକ୍ଷରୁ କମ

Published By : Prameya-News7 Bureau | December 15, 2020 IST

ନୂଆଦିଲ୍ଲୀ ୧୫/୧୨ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୯ ଲକ୍ଷ ପାର କରିଛି । ଏହାରି ମଧ୍ୟରେ ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କହିଛନ୍ତି କୋଭିଡ୍-୧୯ ବିରୋଧରେ ଆମର ଲଢେଇ ଜାରି ରହିଛି । ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ଏବଂ ସମସ୍ତଙ୍କ ସହଯୋଗ ବଳରେ ଦେଶ​‌ରେ  ଏଯାଏଁ ମୋଟ ୯୫.୧୨ ପ୍ରତିଶତ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଯାହାକି ସୁସ୍ଥ ହାରରେ ସାରା ବିଶ୍ବରେ ସର୍ବାଧିକ ।

ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ଦେଶରେ ଆକ୍ଟିଭ୍ କେସ୍ ମଧ୍ୟ ଦିନକୁ ଦିନ କମୁଥିବା ଲକ୍ଷ୍ୟ କରାଯାଉଛି । ଦେଶରେ ବର୍ତ୍ତମାନ ୩ ଲକ୍ଷ ୩୯ ହଜାର ୮୨୦ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ଜାରି କରଯାଇଥିବା ତଥ୍ୟ ଅନୁଯାୟୀ ଦେଶରେ ବର୍ତ୍ତମାନ ୯୪ ଲକ୍ଷ ୨୨ ହଜାର ୬୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ୧ ଲକ୍ଷ ୪୩ ହଜାର ୭୦୯ ଜଣଙ୍କର ମୃତ୍ୟୁ ହୋଇଛି ।

ସାରା ବିଶ୍ବରେ କରୋନା ମହାମାରି ଏବେ ବ୍ୟାପକ ରୂପ ଧାରଣ କରିଛି । ଆମେରିକା ଭଳି ଦେଶରେ କରୋନା କାୟାକୁ ରୋକିବା ସମ୍ଭବପର ହେଉନାହିଁ । କରୋନା ପ୍ରାୟ ସବୁ ଦେଶରେ ସଂକ୍ରମିତ ହୋଇଚାଲିଛି । ଭାରତରେ ମଧ୍ୟ କରୋନାରେ ୯୯ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ସଂକ୍ରମିତ ହୋଇସାରିଲେଣି । କିନ୍ତୁ ବର୍ତ୍ତମାନ ଭାରତ କରୋନା ଭାଇରସକୁ କାବୁ କରିଥିବା ଲକ୍ଷ କରାଯାଉଛି ।

ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାଓ୍ବାଲା କହିଛନ୍ତି ଏହି ମାସ ଶେଷ ସୁଦ୍ଧା ଭ୍ୟାକସିନର ଜରୁରୀକାଳୀନ ବ୍ୟବହାର ପାଇଁ ଆବେଦନ କରାଯିବ । ଆଦର ପୁନାଓ୍ବାଲାଙ୍କ କମ୍ପାନୀ ବ୍ରିଟେନର ଅକ୍ସଫୋର୍ଡ୍ ଆଷ୍ଟ୍ରାଜେନିକା ସହିତ ମିଶି ଭ୍ୟାକସିନ୍ ତିଆରି କରିବାକୁ କାମ ଜାରି ରଖିଛି । ଦୁହେଁ ମିଶି ଭ୍ୟାକସିନ୍ ବିକଶିତ ତିଆରି କରିବାରେ ଲାଗିଛନ୍ତି । ଭାରତ ବାୟୋଟେକ୍ ଏବଂ ଫାଇଜର ଇଣ୍ଡିଆ ମଧ୍ୟ ଦେଶରେ ଭ୍ୟାକସିନ୍ ବାହାରକରିବା କାର୍ଯ୍ୟରେ ଲାଗିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.