Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କରୋନାରୁ ଶିଶୁଙ୍କୁ ସୁରକ୍ଷା ଦେବାରେ ‘ଗେମ ଚେଞ୍ଜର’ ହୋଇପାରେ ଭାରତ ପ୍ରସ୍ତୁତ ନାସାଲ୍ ଭାକ୍ସିନ: WHO

27/05/2021 at 6:50 PM

ନୂଆଦିଲ୍ଲୀ ୨୭।୫:  କରୋନା ଦ୍ୱିତୀୟ ଲହର ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି। ଏଥିରେ ଏବେ ଦେଶରେ ତୃତୀୟ ଲହରର ଆଶଙ୍କା କରାଯାଉଥିବା ବେଳେ ଏହା ଶିଶୁଙ୍କ ଲାଗି ଘାତକ ହୋଇପାରେ ବୋଲି  କୁହାଯାଉଛି। ତେବେ ଭାରତରେ ନାସାଲ ଭାକ୍ସିନର ହେଉଥିବା କ୍ଲିନିକାଲ ଟ୍ରାୟଲ ହୁଏତ ବିଶ୍ୱର ସବୁ ଶିଶୁଙ୍କ ଲାଗି ବରଦାନ ହୋଇପାରେ। ଏପରି ମତବ୍ୟକ୍ତ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନଙ୍କ ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ।

ସ୍ୱାମୀନାଥନଙ୍କ ଅନୁସାରେ ଭାରତରେ ଏପର୍ଯ୍ୟନ୍ତ ୧୨ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ଟିକାକରଣ ହେଉ ନାହିଁ। ସେହିପରି ବିଶ୍ୱରେ କୌଣସି ଦେଶ ଏପର୍ଯ୍ୟନ୍ତ ଶିଶୁଙ୍କ ଲାଗି ଟିକା ସମ୍ପର୍କରେ ବିଚାର ମଧ୍ୟ କରି ନାହାନ୍ତି। ଏଥିରେ ହାଇଦ୍ରାବାଦର ଭାରତ ବାୟୋଟେକ୍‌ କରୋନା ନାସାଲ ଭାକ୍ସିନର କ୍ଲିନିକାଲ ଟ୍ରାୟଲ ଆରମ୍ଭ କରିସାରିଲେଣି। ଏପରି ଭାକ୍ସିନ ପିଲାଙ୍କ ଲାଗି ବେଶ ସହାୟକ ହୋଇପାରେ ଓ ସେମାନଙ୍କ ରେସିପ୍ରେଟରୀ ଟ୍ରାକରେ ଇମ୍ୟୁନିଟି ବୃଦ୍ଧି କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।  

ଏହି ନାସାଲ ସ୍ପ୍ରେ ପିଲାଙ୍କ ୨ ନାକରେ ୨ ବୁନ୍ଦ ଲେଖାଏଁ ପଡିବ। ଫଳରେ ପିଲାଏ କରୋନା ସଂକ୍ରମଣରୁ ସମ୍ପୂର୍ଣ୍ଣ ମୁକ୍ତ ରହିବେ  ବୋଲି ଭାରତ ବାୟୋଟେକ୍‌ କହିଛନ୍ତି। କ୍ଲିନିକାଲ ଟ୍ରାଏଲ ରେଜିଷ୍ଟ୍ରି ଅନୁସାରେ ୧୭୫ ଜଣଙ୍କ ଠାରେ ଏହି ଭାକ୍ସିନର ପରୀକ୍ଷଣ କରାଯାଇଛି। ଏଥିପାଇଁ ପଞ୍ଜିକରଣ କରିଥିବା ଲୋକଙ୍କୁ ୩ଟି ବର୍ଗରେ ବଣ୍ଟାଯାଇଥିଲା। ପ୍ରଥମ ଓ ଦ୍ୱିତୀୟ ଗ୍ରୁପରେ ୭୦ ଜଣ ଲେଖାଏଁ ଭଲେଣ୍ଟିୟର ଥିଲେ। ତେବେ ତୃତୀୟ ଗ୍ରୁପରେ୩୫ ଜଣଙ୍କୁ ରଖା ଯାଇଥିଲା। ଏହି ପରୀକ୍ଷଣର ଫଳାଫଳକୁ ଏବେ ଅପେକ୍ଷା କରାଯାଇଛି।

ସେପଟେ କେନ୍ଦ୍ର ସରକାର ଶିଶୁ ଭୂତାଣୁ ସୁରକ୍ଷିତ ନୁହେଁ ବୋଲି କହିଛନ୍ତି। ହେଲେ ଏବେ ଭୂତାଣୁର ପ୍ରଭାବ ପିଲାଙ୍କ ଉପରେ ଏତେଟା ନାହିଁ। ବିଶ୍ୱ ଓ ଦେଶର ସଂକ୍ରମଣ ହିସାବକୁ ନେଲେ ୩ରୁ ୪ ପ୍ରତିଶତ ଶିଶୁ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ନୀତି ଆୟୋଗ( ସ୍ୱାସ୍ଥ୍ୟ) ସଦସ୍ୟ ଡା.ବି.କେ. ପାଲଙ୍କ ଅନୁସାରେ ସଂକ୍ରମିତ ହେଉଥିବା ପିଲାଙ୍କ ଠାରେ ହୁଏତ ଲକ୍ଷଣ ଦେଖା ଯାଉନି ନଚେତ କମ୍‌ ଲକ୍ଷଣ ଦେଖାଯାଉଛି। ଏମିତିରେ ସେମାନଙ୍କୁ ହସ୍ପିଟାଲରେ ଆଡମିଟ୍‌ ହେବାର ପରିସ୍ଥିତି ଉପୁଜୁନଥିବା ସେକହିଛନ୍ତି। ତେବେ ୧୦ରୁ ୧୨ ବର୍ଷ ବୟସର ପିଲାଙ୍କ ପ୍ରତି ଅଧିକ ଧ୍ୟାନ ଦେବା ଜରୁରି ବୋଲି ସେ କହିଛନ୍ତି।     

   Related Posts