Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ମିଆଁମାର୍ ସୀମାରେ ସର୍ଜିକାଲ୍ ଷ୍ଟ୍ରାଇକ୍ : ଏକାଧିକ ବିଦ୍ରୋହୀ ଶିବିର ଧ୍ବଂସ

16/03/2019 at 11:08 AM

ନୂଆଦିଲ୍ଲୀ ୧୬|୩ : ପାକିସ୍ତାନର ବାଲାକୋଟରେ ଭାରତୀୟ ବାୟୁସେନାର ଜବାବି ହମଲା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ, ସମସ୍ତଙ୍କ ଅଲକ୍ଷ୍ୟରେ ଭାରତୀୟ ସେନାବାହିନୀ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ ରେ ନିଜକୁ ସାମିଲ କରିଥିଲା । ଭାରତ-ମିଆଁମାର ସୀମାରେ ବିଦ୍ରୋହୀ ଗୋଷ୍ଠୀଙ୍କ ଚ୍ୟାଲେଞ୍ଜକୁ ପ୍ରତିହତ କରିବା ପାଇଁ ଭାରତୀୟ ସ୍ଥଳସେନା ସେଠାରେ ନିୟୋଜିତ ଥିଲା ।

ଭାରତୀୟ ସେନା ମିଆଁମାର ସେନା ସହଯୋଗରେ ଏହି ବିଦ୍ରୋହୀମାନଙ୍କୁ ସାବାଡ଼ କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା। ଫେବ୍ରୁଆରି ୧୭ରୁ ମାର୍ଚ୍ଚ ୨ ଯାଏଁ ଏହି କାର୍ଯ୍ୟାନୁଷ୍ଠାନ ଚାଲିଥିଲା । ମିଜୋରାମ ସୀମାରେ ଆରାକାନ୍ ସେନା ଗଢ଼ିଥିବା ନୂଆ ଶିବିରଗୁଡ଼ିକୁ ଧ୍ବଂସ କରାଯାଇଥିଲା। ଏହାପରେ ଅରୁଣାଚଳ ସୀମାରେ ନାଗା ଗୋଷ୍ଠୀ ଶିବିରଗୁଡ଼ିକୁ ଧ୍ବଂସ କରାଯାଇଥିଲା।

ଦୁଇ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିବା ଏହି ଅଭିଯାନରେ ଭାରତୀୟ ସ୍ଥଳସେନା, ଆସାମ ରାଇଫଲ୍ ଏବଂ ଅନ୍ୟାନ୍ୟ ଅର୍ଦ୍ଧ ସାମରିକ ବଳର ୧୨,୦୦୦ ଯବାନ ନିୟୋଜିତ ଥିଲେ। ଦୀର୍ଘ ଦୁଇ ସପ୍ତାହ ଧରି ଚାଲିଥିବା ସେନାର ଏହି କାର୍ଯ୍ୟାନୁଷ୍ଠାନରେ ୧୨ରୁ ଅଧିକ ବିଦ୍ରୋହୀ ଶିବିର ଧ୍ବଂସ କରାଯାଇଛି।

   Related Posts