ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ନିନ୍ଦା କଲେ ଭାରତୀୟ ମୁସଲିମ୍‌ ସଙ୍ଗଠନ, ନିରପେକ୍ଷ ତଦନ୍ତ ଦାବି

Published By : Prameya-News7 Bureau | October 21, 2021 IST

ନୂଆଦିଲ୍ଲୀ ୨୧/୧୦: ଦୁର୍ଗାପୂଜା ଅବସରରେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କଲେ ଭାରତୀୟ ମୁସଲିମ୍‌ ସଙ୍ଗଠନ। ରାଜସ୍ଥାନର ଆଜମେରରେ ଥିବା ସୁଫି ସନ୍ତ ଖ୍ବାଜା ମୋଇନୁଦ୍ଦିନ ହସନ ଚସ୍ତି ଦରଗାହର ଦୀବାନଙ୍କ ଉତ୍ତରାଧିକାରୀ ଏବଂ ଅଲ୍‌ ଇଣ୍ଡିଆ ସୁଫି ସଜ୍ଜାଦାନସୀନ କାଉନସିଲ୍‌ର ଅଧ୍ୟକ୍ଷ ସୟଦ ନସୀରୁଦ୍ଦିନ ବାଂଲାଦେଶରେ ହିନ୍ଦୁ ଉପରେ ହୋଇଥିବା ଆକ୍ରମଣକୁ ଲଜ୍ଜାଜନକ ବୋଲି କହିଛନ୍ତି।

ଏହା ସହ ଏହାକୁ ଅଣ ମୁସଲିମ୍‌ ବୋଲି କହି ଘୋର ନିନ୍ଦା ମଧ୍ୟ କରିଛନ୍ତି। ଏମିତି କରିଥିବା ଲୋକେ ଇସଲାମର ବିରୋଧୀ ଏବଂ ବାଂଲାଦେଶ ସରକାର ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ବୋଲି ସେ ଦାବି କରିଛନ୍ତି।

ନସୀରୁଦ୍ଦିନ ଚସ୍ତି ଗୁରୁବାର କହିଛନ୍ତି, ଇସ୍ଲାମରେ ଶାନ୍ତି ଏବଂ ସହିଷ୍ଣୁତାର ପାଳନ କରାଯାଏ। ମଣ୍ଡପ, ପେଣ୍ଡାଲ ଏବଂ ମନ୍ଦିରରେ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ। ଏହା କାପୁରୁଷତାର କାର୍ଯ୍ୟ ଏବଂ ଏହାକୁ ଘୋର ନିନ୍ଦା କରିବାର ଆବଶ୍ୟକତା ରହିଛି। ଏହି ମାମଲାରେ ବାଂଲାଦେଶ ସରକାର ନିରପେକ୍ଷ ଯାଞ୍ଚ କରି ସାଂପ୍ରଦାୟିକ ହିଂସା ସୃଷ୍ଟି କରିଥିବା କଠୋରପନ୍ଥୀ ଗୋଷ୍ଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନୋବକୁ ସେ ଦାବି କରିଛନ୍ତି।

ଏହା ସହ ଏଭଳି କାର୍ଯ୍ୟ ଯେଉଁମାନେ କରିଛନ୍ତି ସେମାନେ ଇସ୍ଲାମର ଶତ୍ରୁ। ଇସ୍ଲାମ ନାଁରେ ହିଂସା ଗ୍ରହଣୀୟ ନୁହେଁ।   ଏହା ଇସ୍ଲାମ ଭାବାନା ଏବଂ ପ୍ରୋଫେଟ୍‌ ମହମ୍ମଦଙ୍କ ଶିକ୍ଷା ବିରୋଧୀ। ଇସ୍ଲାମ ନାଁରେ ହିଂସା କେବ ବି ସଠିକ ନୁହେଁ ବୋଲି ନସୀରୁଦ୍ଦିନ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.