ଭେଟେରାନ ହକି ତାରକା ଚରଣଜୀତ ସିଂହଙ୍କ ନିଧନ, ହୃଦଘାତରେ ୯୨ ବର୍ଷ ବୟସରେ ଦେହାନ୍ତ

Published By : Prameya-News7 Bureau | January 27, 2022 IST

ନୂଆଦିଲ୍ଲୀ ୨୭/୦୧ ଭାରତର ୧୯୬୪ ଟୋକିଓ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତିଥିବା ହକି ଦଳର ଅଧିନାୟକ ଚରଣଜିତ୍ ସିଂ ଆଉ ନାହାଁନ୍ତି । ଗୁରୁବାର ଦିନ ହିମାଚଳ ପ୍ରଦେଶର ଉନାରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ସେ ଦୀର୍ଘ ସମୟ ଧରି ବାର୍ଦ୍ଧକ୍ୟ ଜନିତ ସମସ୍ୟା ସହ ସଂଗ୍ରାମ କରୁଥିଲେ । ଆଜି ୯୨ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି ।

୧୯୬୪ ମସିହାରେ ତାଙ୍କ ନେତୃତ୍ୱରେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲା । ଟାଇଟଲ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନକୁ ପରାସ୍ତ କରିଥିଲା । ଏହାପୂର୍ବରୁ ୧୯୬୦ ରେ ଭାରତୀୟ ଦଳ ରୋମ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ । ସେତବେଳେ ସେ ଟିମର ସଦସ୍ୟ ଥିଲେ । ଏବେ ତାଙ୍କ ମୃତ୍ୟୁ ପରେ ପରିବାରରେ ଦୁଇ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି ।

wp:html /wp:html

ପାଞ୍ଚ ବର୍ଷ ପୂର୍ବେ ଚରଣଜିତ୍ ଷ୍ଟ୍ରୋକରେ ପୀଡିତ ହୋଇଥିଲେ ଏବଂ ସେହି ଦିନଠାରୁ ସେ ପକ୍ଷାଘାତରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ପୁଅ ଭିପି ସିଂ କହିଛନ୍ତି, ୫ ବର୍ଷ ପୂର୍ବେ ଷ୍ଟ୍ରୋକ୍ ପରେ ସେ ପକ୍ଷାଘାତରେ ପୀଡିତ ଥିଲେ । ସେ ବାଡ଼ି ଧରି ଚାଲୁଥିଲେ, କିନ୍ତୁ ଗତ ଦୁଇମାସ ଧରି ତାଙ୍କ ଅବସ୍ଥା ବିଗିଡି ଯାଇଥିଲା । ଗୁରୁବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.