ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ

Published By : Prameya-News7 Bureau | December 09, 2021 IST

ନୂଆଦିଲ୍ଲୀ ୦୯/୧୨: ଶକ୍ତିଶାଳୀ ହେବ ଭାରତ । ବଢିବ ପ୍ରତିରକ୍ଷା ରପ୍ତାନୀ । ହିନ୍ଦୁସ୍ଥାନ ଏରୋନେଟିକ୍ସ ଫିଲିପାଇନ୍ସକୁ ୭ଟି ଧୃବ ହେଲିକପ୍ଟର ଓ ୮ଟି ଡ୍ରୋନର ୨୨୮ ଏୟାରକ୍ରାଫ୍ଟ ବିକ୍ରି କରିବ । ଏହା ହେଉଛି ସବୁଠାରୁ ବଡ ପ୍ରତିରକ୍ଷା ରପ୍ତାନୀ ।

ରିପୋର୍ଟ ଅନୁସୀରେ, ଫିଲିପାଇନ୍ସକୁ ଯେଉଁ ସବୁ ଧୃବ ହେଲିକପ୍ଟର ବିକ୍ରି କରାଯିବ ତାହା ହାଲ ବେଙ୍ଗାଲୁରୁରେ ତିଆରି ହୋଇଛି । ଏହାକୁ ଭାରତୀୟ ନୌସେନା ଓ କୋଷ୍ଟ ଗାର୍ଡର ଅନୁରୋଧରେ ବିକଶିତ କରାଯାଇଥିଲା । ନିକଟରେ ଫିଲିପାଇନ୍ସ ଭାରତ ସହ ୩୦୦୦ କୋଟି ବା ୩୦ ବିଲିୟନ ଡଲାରର  ଚୁକ୍ତି କରିଛି । ଯାହା ଏଯାବତ ସବୁଠାରୁ ଅଧିକ ଦାମର ପ୍ରତିରକ୍ଷା ରପ୍ତାନୀ ହେବ ।

ହାଲ୍ ନିଜର ବାର୍ଷିକ ରିପୋର୍ଟରେ ପ୍ରକାଶ କରିଥିଲା ଯେ, ଫିଲିପାଇନ୍ସ ଭାରତରେ ନିର୍ମିତ ଧୃବ ହେଲିକପ୍ଟର କ୍ରୟ କରିବାକୁ ଇଚ୍ଛା ପ୍ରକାଶ କରିଛି । ତେବେ ଉଭୟ ଦେଶ ମଧ୍ୟରେ ହେଲିକପ୍ଟର ବିକ୍ରି ନେଇ ଚୁକ୍ତି ନେଇ ସ୍ପଷ୍ଟ କରିଛନ୍ତି ହାଲ୍ ନିର୍ଦ୍ଦେଶକ ଆର୍ ମାଧବନ ।ଏହି ପ୍ରକ୍ରିୟାକୁ ସେ ଖୁବ୍ ଭଲ ବୋଲି ମଧ୍ୟ କହିଛନ୍ତି ।

ସୂଚନାଯୋଗ୍ୟ, ଧୃବ ଏମକେ-୧ ହେଲିକପ୍ଟର ଭାରତୀୟ ସେନାକୁ ୪୫ରୁ ୫୦ କୋଟିରେ ବିକ୍ରି କରାଯାଇଥିଲା  । ଏହାକୁ ବିକଶିତ କରାଯିବା ପରେ ଧୃବ ଏମକେ ୩କୁ ୭୦ କୋଟିରେ ବିକ୍ରି କରାଯାଇଥିଲା । ଯାହା ପ୍ରଥମ ମଡେଲ ତୁଳନାରେ ଖୁବ ଉନ୍ନତ ଓ ଆଧୁନିକ । ଏଥିରେ ଅତ୍ୟାଧୁନିକ  ସୁବିଧା ସୁଯୋଗ ରହିଛି ।

ଗତ ନଭେମ୍ବର ୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବାୟୁସେନାକୁ ହାଲ୍ ନିର୍ମିତ ହେଲିକପ୍ଟର ପ୍ରଦାନ କରିଥିଲେ । ଏହା ହେଉଛି ସବୁଠାରୁ ଉନ୍ନତ ସିଙ୍ଗଲ ସିଲିଣ୍ଡର ହେଲିକପ୍ଟର ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.