ମଞ୍ଚେଷ୍ଟରରେ ପୁଣିଥରେ ହୋଇପାରେ ଭାରତ ପାକିସ୍ତାନ ମଧ୍ୟରେ ସେମିଫାଇନାଲ ମ୍ୟାଚ

Published By : Prameya-News7 Bureau | June 23, 2019 IST

ମଞ୍ଚେଷ୍ଟର ୨୩/୬ : ଭାରତ ପାକିସ୍ତାନ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଆଇସିସି କ୍ରିକେଟ ବିଶ୍ୱକପର ୧୨ତମ ଏଡିସନ ପୁରା କରିବାରେ ଆଗକୁ ବଢି ଚାଲିଛି । ଏବେ ଯାଏଁ ୨୭ଟି ମ୍ୟାଚ ଖେଳା ସରିଛି । ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ସମସ୍ତ ୧୦ଟି ଟିମ ପାଖାପାଖି ଅଧାରୁ ଅଧିକ ମ୍ୟାଚ୍ ଖେଳି ସାରିଛନ୍ତି । ସେମିଫାଇନାଲ ତାଲିକା ଧୀରେ ଧୀରେ ରୋମାଞ୍ଚକ ହେଉଛି ।

{"id":126150}

ଏବେ ପର୍ଯ୍ୟନ୍ତ କୌଣସି ଟିମ୍ ସେମିଫାଇନାଲ କ୍ୱାଲିଫାଇ କରିନାହାନ୍ତି । କିନ୍ତୁ କୌଣସି ଟିମ ଆଶା ମଧ୍ୟ ହରେଇ ନାହାନ୍ତି । ବର୍ତ୍ତମାନର ତାଲିକା ଦେଖିଲେ ପାଖାପାଖି ସବୁ ଟିମ ପାଇଁ ସେମିଫାଇନାଲ ରାସ୍ତା ଖୋଲାଅଛି ।

{"id":126153}

ଏହି ୱାର୍ଲଡକପରେ ସବୁଠାରୁ ଦମଦାର ଟିମ ଭାରତ ଏବେ ପର୍ଯ୍ୟନ୍ତ ସମସ୍ତ ମ୍ୟାଚରେ ବହୁତ ଭଲ ପ୍ରଦର୍ଶନ କରିଛି । ଭାରତ ୭ ଅଙ୍କ ନେଇ ଚତୁର୍ଥ ସ୍ଥାନରେ ରହିଛି । ଭାରତ ଯେଉଁଭଳି ଭାବେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଭଳି ମଜବୁତ ଟିମକୁ ମାତ ଦେଇଛି ତାକୁ ଦେଖିଲେ ଭାରତର ରାସ୍ତା ସଫା ଥିବା ଭଳି ମନେହେଉଛି । ପାକିସ୍ତାନକୁ ହରାଇ ରେକର୍ଡ ସୃଷ୍ଟି କରିଛି ।

{"id":126151}

ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ଭାରତ ବଡ ବଡ ମ୍ୟାଚ ଜିତିସାରିଛି । ଭାରତ ଏବେ ୱେଷ୍ଟଇଣ୍ଡିଜ, ଇଂଲଣ୍ଡ, ବାଂଲାଦେଶ, ଶ୍ରୀଲଙ୍କା ସହ ଖେଳିବ ।

ଭାରତ ପାକିସ୍ତାନ ମଧ୍ୟରେ ମଞ୍ଚେଷ୍ଟରରେ ଲିଗ ମ୍ୟାଚ୍ ସରିଯାଇଛି । କିନ୍ତୁ ସମୀକରଣ ଅନୁଯାୟୀ, ପୁଣିଥରେ ସେମି ଫାଇନାଲରେ ମଧ୍ୟ ଭାରତ ପାକିସ୍ତାନ ଖେଳିପାରନ୍ତି । ପାକିସ୍ତାନ ଏବେ ଆହୁରି ୪ଟି ମ୍ୟାଚ ଖେଳିବ । ଯଦି ପାକିସ୍ତାନ ଏହି ୪ଟି ମ୍ୟାଚ ଜିତିବାରେ ସକ୍ଷମ ହୁଏ ତାହେଲେ ଚତୁର୍ଥ ସ୍ଥାନରେ ରହିବ । ଭାରତ ଏବେ ସୁଦ୍ଧା ୪ଟି ମ୍ୟାଚ ଜିତିସାରିଛି ।

{"id":126152,"width":572,"height":323}

ବିଶ୍ୱକପ ନିୟମ ଅନୁଯାୟୀ, ପ୍ରଥମ ସ୍ଥାନରେ ଥିବା ଟିମ୍ ସହ ଚତୁର୍ଥ ସ୍ଥାନରେ ଥିବା ଟିମ ମଧ୍ୟରେ ସେମିଫାଇନାଲ ମୁକାବିଲା ହେବ ।

{"id":126154}

ପ୍ରଥମ ସେମିଫାଇନାଲ ମ୍ୟାଚ ପାଇଁ ମଞ୍ଚେଷ୍ଟର ଷ୍ଟାଡିୟମକୁ ଚୟନ କରାଯାଇଛି । ଏଭଳି ସ୍ଥିତିରେ ଯଦି ଭାରତ ପ୍ରଥମ ଓ ପାକିସ୍ତାନ ଚତୁର୍ଥ ସ୍ଥାନରେ ରହନ୍ତି ତାହେଲେ ପୁଣିଥରେ ସେହି ମଞ୍ଚେଷ୍ଟର ପଡିଆରେ ଦର୍ଶକଙ୍କୁ ଭାରତ ପାକିସ୍ତାନ ମ୍ୟାଚ ଦେଖିବାର ସୁଯୋଗ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.