୨୦୨୧-୨୨ରେ ଭାରତର ଆର୍ଥିକ ଅଭିବୃଦ୍ଧି ଲକ୍ଷ୍ୟକୁ ଝଟକା, ଜାଣନ୍ତୁ କ’ଣ କହୁଛନ୍ତି Goldman Sachs

Published By : Prameya-News7 Bureau | May 04, 2021 IST

ନୂଆଦିଲ୍ଲୀ ୪।୫: କରୋନା ଭାଇରସ ମହାମାରୀ ପ୍ରଥମ ଲହର ନିୟନ୍ତ୍ରଣ ଲାଗି ଜାରି ଲକଡାଉନ୍‌ କାରଣରୁ ହୋଇଥିବା ଆର୍ଥିକ କ୍ଷତି ୨୦୨୧-୨୨ରେ ଭରଣା ନେଇ ଭାରତର ଆକଳନକୁ ଝଟକା ଲାଗିପାରେ। ଏପରି ପୂର୍ବାନୁମାନ କରିଛନ୍ତି ଆମେରିକୀୟ ବ୍ରୋକରେଜ ଫାର୍ମ ‘ଗୋଲ୍ଟମ୍ଆନ ସାକ୍ସ’। କାରଣ କରୋନା ଦ୍ୱିତୀୟ ଲହରରେ ଯଦିଓ ଦେଶ ଏପର୍ଯ୍ୟନ୍ତ ପୂର୍ଣ୍ଣ ଲକଡାଉନକୁ ଯାଇ ନାହିଁ  ତଥାପି ବଡ଼ବଡ଼ ସହରାଞ୍ଚଳରେ ଲାଗୁ କଟକଣା ଜିଡିପି ଅଭିବୃଦ୍ଧି ଲାଗି ଭାରତ ଧାର୍ଯ୍ୟ  କରିଥିବା ୧୧.୭ ପ୍ରତିଶତ  ଆର୍ଥିକ ଅଭିବୃଦ୍ଧି ଲକ୍ଷ  ଏବେ ହୁଏତ ପୂରଣ ନ ହୋଇ ପାରେ ବୋଲି ଆମେରିକୀୟ ଆର୍ଥିକ ସଂସ୍ଥା ଆକଳନ କରିଛି। ତେବେ ଏହା ୧୧.୧ ପ୍ରତିଶତରେ ରହିପାରେ ବୋଲି  କହିଛନ୍ତି।

{"id":448159,"sizeSlug":"large","linkDestination":"none"}

ଭାରତରେ କରୋନା ଭାଇରସ ମହମାରୀର ଦ୍ୱିତୀୟ ଲହର ଏବେ ଭୟାନକ ରୂପ ଧାରଣ କରିସାରିଲାଣି। ଦୈନିକ ସଂକ୍ରମଣ ହାର ବଢିବଢି ଚାଲିଥିବା ବେଳେ ଏ ପର୍ଯ୍ୟନ୍ତ ୨.୨୨ଲକ୍ଷ ଲୋକଙ୍କ ମୃତ୍ୟ ହେଲାଣି। ଏଣୁ ସାରା ଦେଶରେ କଡ଼ା ଲକଡାଉନ ଜାରି ପାଇଁ ଦାବି ହେଉଥିଲେବି  ପୂର୍ବ ବର୍ଷର ଆର୍ଥିକ କ୍ଷତିକୁ ଦୃଷ୍ଟିରେ ରଖି  ମୋଦି ସରକାର ଏପର୍ଯ୍ୟନ୍ତ ଲକଡାଉନ୍‌ ଜାରି କରୁ ନାହାନ୍ତି। ହେଲେବି ଦେଶର ପ୍ରମୁଖ ସହରାଞ୍ଚଳମାନଙ୍କରେ କଟକଣାର ପ୍ରଭାବ ଏବେ ଅନୁଭୂତ ହେଉଛି।

{"id":448160,"sizeSlug":"large","linkDestination":"none"}

ଲକଡାଉନ୍‌ ନ ହୋଇ ମଧ୍ୟ ସହରାଞ୍ଚଳମାନଙ୍କରେ କଟକଣା ଯୋଗୁ ଲକଡାଉନ୍‌ ଭଳି ପରିସ୍ଥିତି ଉପୁଜିଛି। ଏଥିରେ ବିଭିନ୍ନ ସେବା ଗୁରୁତର ପ୍ରଭାବିତ ହୋଇଛି। ତେବେ ୨୦୨୦-୨୧ ଦ୍ୱିତୀୟ ତ୍ରୈମାସିକ(ଏପ୍ରିଲ-ଜୁନ) ଅପେକ୍ଷା ୨୦୨୧-୨୨ର ଏହି ସମୟରେ ଅର୍ଥବ୍ୟବସ୍ଥାରେ କରୋନାରେ ପ୍ରଭାବା କମ ରହିଛି । ବର୍ତ୍ତମାନର ସ୍ଥିତି ଯାହାବି ହେଉ ନା କାହିଁକି ତୃତୀୟ ତ୍ରୈମାସିକ (ଜୁଲାଇ-ସେପ୍ଟେମ୍ବର)ରେ ଭାରତର ଆର୍ଥିକ ସ୍ଥିତିରେ ନିଶ୍ଟିତ ଦ୍ରୁତ ସୁଧାର ଆସିବ ବୋଲି ଗୋଲ୍ଟମ୍ୟାନ୍‌ ଆଶାବ୍ୟକ୍ତ କରିଛି।

{"id":448161,"sizeSlug":"large","linkDestination":"none"}

ଜୁଲାଇ ମାସ ବେଳକୁ ଦେଶରେ କରୋନାର ପ୍ରକୋପ ହ୍ରାସ ସହ ବ୍ୟବସାୟିକ ପରିସ୍ଥିତିରେ ସୁଧାର ଆସି ସାରିଥିବ। ଲକଡାଉନ, କର୍ଫ୍ୟୁ ଆଦି କଟକଣା ମଧ୍ୟ ଏତେଟା ନଥିବ। ଏଣୁ ଏଭଳି ପରିସ୍ଥିତିରେ ଭାରତର ଜିଡିପି ଅଭିବୃଦ୍ଧି ହାର ୧୧.୧ ପ୍ରତିଶତ ପର୍ଯ୍ୟନ୍ତ ରହିପାରେ। ତେବେ ଏହା ପୂର୍ବରୁ ଏହି ହାର ୧୧.୭ ପ୍ରତିଶତ ପର୍ଯ୍ୟନ୍ତ ଆକଳନ କରାଯାଉଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.