Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ମଲକ୍କା ଜରିଆରେ ଚୀନ୍ ଉପରେ ଭାରତର କୂଟନୈତିକ ପ୍ରହାର : ଚୀନ୍‌କୁ ଲାଗିପାରେ ବଡ ଝଟ୍‌କା

15/07/2020 at 11:45 AM

ନୂଆଦିଲ୍ଲୀ ୧୫/୦୭ : ଚୀନ ସହିତ ସୀମା ବିବାଦ ସମାଧାନ କରିବାକୁ ପ୍ରୟାସ କରିବା ସହ ଭାରତ ଚୀନର ସମସ୍ତ କୂଟନୈତିକ ସ୍ଥର ଚାଲର ଜବାବ ଦେବାରେ ଲାଗିଛି | ମଲାକ୍କାକୁ ନେଇ ଭାରତ ଖାସ ରଣନୀତି ଉପରେ କାମ କରୁଛି | ମଲାକ୍କା ରୁଟ ଜରିଆରେ ଚୀନ ବଡ ବ୍ୟବସାୟ ହୋଇଥାଏ | ଚୀନର ୮୦ ପ୍ରତିଶତ ଉର୍ଜା ଆବଶ୍ୟକତା ଏହି ମାର୍ଗ ଦ୍ୱାରା ପୁରା ହୋଇପାରେ | ସେ ଆରବ ଦେଶରୁ ଏହି ରାସ୍ତା ଦେଇ ତେଲ ମଗାଇଥାଏ | ଯଦି ଭାରତ ମଲାକ୍କା ରୁଟକୁ ଅବରୋଧ କରିଦିଏ ତାହେଲେ ଚୀନକୁ ବ୍ୟବସାୟିକ ମୋର୍ଚ୍ଚା ଉପରେ ବଡ ଝଟକା ଲାଗିପାରେ | 

ଭାରତ ଓ ତାର ସାମରିକ ସହଯୋଗୀ ଜାଣିଛନ୍ତି ଯେ ଚୀନର ସବୁଠାରୁ ବାସ ଘେରାବନ୍ଦୀ ମଲାକ୍କାରେ ହୋଇପାରେ | କ୍ଵାଡ ଦେଶ ଭାରତକୁ ଏହି ଅଞ୍ଚଳରେ ସାହାଯ୍ୟ କରୁଛି | କ୍ଵାଡ ଦେଶ ସମୁଦ୍ର ମାର୍ଗରେ ଚୀନର ପ୍ରଭାବ କମ କରିବାକୁ ନେଇ ଚର୍ଚ୍ଚା ମଧ୍ୟ କରିଛି | ଆମେରିକା, ଅଷ୍ଟ୍ରେଲିଆ, ଜାପାନ ଭାରତ ସହିତ ଅଛନ୍ତି | ଅଷ୍ଟ୍ରେଲିଆ ପୂର୍ବରୁ ନରମ ଥିଲା କିନ୍ତୁ ବର୍ତ୍ତମାନ ସେ ସମ୍ପୂର୍ଣ ଆକ୍ରମକ ରଣନୀତି ସହିତ ଚୀନ ବିରୋଧୀ ମୋର୍ଚ୍ଚାରେ ସାମିଲ ହୋଇଛି | ଆବଶ୍ୟକ ପଡିଲେ ଇସ୍ରାଇଲ ଭାରତକୁ ଲଜିଷ୍ଟିକ ସାହାଯ୍ୟ କରିପାରେ | ଫ୍ରାନ୍ସ ମଧ୍ୟ ଭାରତକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି | ଦକ୍ଷିଣ ଚୀନ ସାଗରରେ ଚୀନର ଦାଦାଗିରିରୁ ଚିନ୍ତିତ ଅନ୍ୟ ଏସୀୟ ଦେଶ ମଧ୍ୟ ଧୀରେ ଧୀରେ ଭାରତ ପକ୍ଷରେ ଛିଡା ହେଉଛି | ବ୍ରିଟେନ ମଧ୍ୟ ଭାରତ ସହିତ ଅଛି | ଋଷ ଭାରତକୁ ଅସ୍ତ୍ର ଯୋଗାଇବାରେ ସାହାଯ୍ୟ କରୁଛି | କିନ୍ତୁ ସେ ଚିଂ ବିରୋଧୀ ମୋର୍ଚ୍ଚାରେ ସାମିଲ ହେବନାହିଁ ବୋଲି କହିଛି | ଚୀନ ଇରାନକୁ ଲୋଭ ଦେଖାଇବାକୁ ଚେଷ୍ଟା କରୁଛି | ଚୀନ ଇରାନର ପୁରା ତେଲ କିଣିବାକୁ ପ୍ରତିଶୃତି ଦେଇ ଭାରତକୁ ଝଟକା ଦେବାକୁ ଚାହୁଁଚି | ତେବେ ଇରାନ ଭାରତ ବିରୋଧରେ କୌଣସି କାମ କରିବା ନାହିଁ ବୋଲି ଭାରତ ଆଶଙ୍କା କରିଛି | ଭାରତ ହିନ୍ଦ ମହାସାଗରରେ ନିଜର ସର୍ଭିଲାନ୍ସ ବଢ଼ିଛି | ଆଣ୍ଡାମାନରେ ମଧ୍ୟ ପ୍ରସ୍ତୁତି ଜୋରଦାର କରିଛି |

ଗତ ୩ ବର୍ଷରେ ଭାରତ ଓ ଜାପାନ ମିଶି ୧୫ ଥର ଚୀନ ସାଗରରେ ବୁଝାମଣା କରିବାକୁ ଚେଷ୍ଟା କରିଛନ୍ତି କିନ୍ତୁ ଏଠାରେ ଚୀନ ସହିତ ଉତ୍ତେଜନା ଯୋଗୁଁ ମଲାକ୍କା ଜଳଡମଋମଧ୍ୟ ନିକଟରେ ଅଭ୍ୟାସ କରାଯାଇଥିଲା | ସୂତ୍ର ଅନୁଯାୟୀ, ଏହା ଚୀନକୁ କୂଟନୈତିକ ସଂକେତ ଯେ ଭାରତ ସମୁଦ୍ର ଅଞ୍ଚଳରେ ବିଶେଷକରି ମଲାକ୍କା ରେ ଡ୍ରାଗନକୁ ଜବାବ ଦେଇପାରିବ | ଭାରତର ସ୍ପଷ୍ଟ ରଣନୀତି ହଙ୍ଗକଙ୍ଗ ଓ ତାଇୱାନ ପ୍ରସଙ୍ଗରେ ଚୀନକୁ ଘେରିବା | ତାଇୱାନରେ ଖାସ ରଣନୀତି ଅନୁସାରେ ଗୌରାଙ୍ଗ ଲାଲ ଦାସଙ୍କୁ ଦୂତ କରାଯାଇଛି ଯିଏ ବିଦେଶ ମନ୍ତ୍ରାଳୟରେ ସଂଯୁକ୍ତ ସଚିବ ଭାବେ ଭାରତ ଆମେରିକା ସମ୍ବନ୍ଧ ଉପରେ ନଜର ରଖନ୍ତି | ଭିଏତନାମ ସହିତ ମଧ୍ୟ ସମ୍ପର୍କ ଭଲ କରିବାକୁ ପ୍ରୟାସ କରାଯାଉଛି | 

   Related Posts