Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କରୋନା ସଙ୍କଟରେ ଏହିସବୁ ପଡୋଶୀ ଦେଶକୁ ସାହାଯ୍ୟ କରିବ ଭାରତ, ଦେବ ଟିକାର କୋଟିଏ ଡୋଜ୍ !

19/01/2021 at 10:19 AM

ନୂଆଦିଲ୍ଲୀ ୧୯।୧: ସାରା ବିଶ୍ବରେ କରୋନା ଭାଇରସ୍ ବିରୋଧରେ ଲଢେଇ ଜାରି ରହିଛି । ଭାରତ ମଧ୍ୟ ଦୁଇଟି ଟିକା ଜରିଆରେ ଏହି ମହାମାରୀ ସହ ଲଢେଇକୁ ବ୍ୟାପକ କରିଛି । ଏହି ସଙ୍କଟ ସମୟରେ ଭାରତ ନିଜର ପଡୋଶୀ ଦେଶମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି । ଆଫଗାନିସ୍ତାନ, ଭୁଟାନ, ବାଂଲାଦେଶ, ନେପାଳ, ଶ୍ରୀଲଙ୍କା, ମାଲଦୀପ ଏବଂ ମରିସସ୍ କୁ କରୋନା ଟିକାର କୋଟିଏ ଡୋଜ୍ ଦେବ ଭାରତ । ଉଲ୍ଲେଖଯୋଗ୍ୟ ଯେ, ଭାରତ ସରକାର ଭାରତ ବାୟୋଟେକ୍ ର କୋଭାକ୍ସିନ୍ ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ର କୋଭିସିଲ୍ଡର ଜରୁରୀ ବ୍ୟବହାର ପାଇଁ ମଞ୍ଜୁରୀ ଦେଇସାରିଛନ୍ତି । ଏହାଫଳରେ ଜାନୁଆରୀ ୧୬ ତାରିଖରୁ ଦେଶବ୍ୟାପୀ ମେଗା ଟିକାକରଣ ଆରମ୍ଭ ହୋଇସାରିଛି ।

ଏକ ରିପୋର୍ଟ ଅନୁସାରେ ଭାରତ କରୋନା ଟିକାର କୋଟିଏ ଡୋଜ୍ ସେହି ଦେଶକୁ ଦାନ କରିବ ଯେଉଁ ଦେଶ ସହ ଭାରତର ମୈତ୍ରୀପୂର୍ଣ୍ଣ ସଂପର୍କ ରହିଛି । ଦେଶରେ ସ୍ବାସ୍ଥ୍ୟକର୍ମୀ ଏବଂ ଫ୍ରଣ୍ଟଲାଇନ୍ ଓ୍ବାର୍କରମାନଙ୍କ ପାଇଁ ଟିକା ଆବଶ୍ୟକତା ରହିଥିବା ବେଳେ ଭାରତ କୂଟନୈତିକ ସଂପର୍କକୁ ବଜାୟ ରଖିବା ପାଇଁ ଏହା ଉପରେ ବିଚାର କରୁଛି ।

ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ଭାରତ ସେରମ୍ ଇନଷ୍ଟିଚ୍ୟୁଟ୍ ର କୋଭିସିଲ୍ଡ ଏବଂ ଭାରତ ବାୟୋଟେକ୍ ର କୋଭାକ୍ସିନ୍ ର ପ୍ରାୟ କୋଟିଏ ଡୋଜ୍ ଆଫଗାନିସ୍ତାନ, ଭୁଟାନ, ବାଂଲାଦେଶ, ନେପାଳ, ଶ୍ରୀଲଙ୍କା, ମାଲଦୀପ, ମରିସସ୍ ଏବଂ ସେଶେଲ୍ସ ଭଳି ଦେଶକୁ ଦାନ କରିପାରେ । ଉଲ୍ଲେଖଯୋଗ୍ୟ ଯେ, ଭାରତ କେବଳ ପଡୋଶୀ ଦେଶକୁ ସାହାଯ୍ୟ କରି ମାନବିକତାର ପରିଚୟ ଦେଉନାହିଁ ବରଂ ଏହାର କୂଟନୀତିକୁ ଏକ ନୂତନ ଦିଗ ପ୍ରଦାନ କରୁଛି ।

   Related Posts