ସର୍ବଦଳୀୟ ବୈଠକ ଓ ସୁରକ୍ଷା ମନ୍ତ୍ରଣା ପରେ ଦ୍ବନ୍ଦ୍ବରେ ଭାରତ: ପାକିସ୍ତାନ ଉପରେ ସିଧାସଳଖ ଆକ୍ରମଣ ନା କୂଟନୈତିକ ଯୁଦ୍ଧ!

Published By : Prameya-News7 Bureau | February 16, 2019 IST

ନୂଆଦିଲ୍ଲୀ୧୬|୨: ପୁଲୱାମା ଘଟଣା ପୂରା ଦେଶକୁ ଏକ କରିଦେଇଛି। ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ପୂରା ଦେଶ ଏକମନଏକ ପ୍ରାଣ ହୋଇଥିବା ବେଳେ ଏଣେ ଆତଙ୍କବାଦୀଙ୍କୁ ଉଚିତ୍‌ ଶାସ୍ତି ଦେବା ଲାଗି ଜୋର ଧରିଛି ପ୍ରକ୍ରିୟା। ଆଜି ସର୍ବଦଳୀୟ ବୈଠକରେ ଏନେଇ ଆଲୋଚନା ହୋଇଛି। ସେପଟେ ଘଟଣାରେ ୭ ଜଣଙ୍କୁ ଅଟକ ରଖିଛି ଜାମ୍ମୁ କାଶ୍ମୀର ପୋଲିସ।

ପୁଲୱାମା ଘଟଣାରେ ସରକାରଙ୍କ ସହିତ ଠିଆ ହୋଇଛନ୍ତି ବିରୋଧୀ ।  ସର୍ବଦଳୀୟ ବୈଠକରେ ଆଲୋଚନା । ପାକିସ୍ତାନର ନାଁ ନ ନେଇ କଡ଼ା ଭାଷାରେ ଆତଙ୍କବାଦର କଡ଼ା ନିନ୍ଦା କରାଯାଇଛି। ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଭିନ୍ନ ଦଳର ପ୍ରତିନିଧି ଯୋଗ ଦେଇଥିଲେ। ଏ ହେଉଛି ସେହି ପ୍ରସ୍ତାବ, ଯେଉଁଥିରେ ଘଟଣାକୁ ନିନ୍ଦା କରାଯିବା ସହ ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ସମସ୍ତେ ଏକାଠି ଥିବା ନିଷ୍ପତ୍ତି ନିଆଯାଇଛି।

ପୁଲୱାମା ଘଟଣା ପରେ ଭାରତ ଦୁଇଟି ରାସ୍ତା ଖୋଲା ରଖିଛି। ରାସ୍ତା ୧ ପାକିସ୍ତାନକୁ କୂଟନୈତିକ ସ୍ତରରେ ଏକ ଘରିକିଆ କରିବା। ଏଥିପାଇଁ ଗତକାଲି ବିଭିନ୍ନ ଦେଶର ପ୍ରତିନିଧିଙ୍କ ସହିତ ବୈଦେଶିକ ବ୍ୟାପାର ସଚିବ ଆଲୋଚନା କରିଛନ୍ତି। ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅଜୟ ବିଶାରିୟା ଆଜି ନୂଆଦିଲ୍ଲୀ ଆସିଛନ୍ତି। ବୈଦେଶିକ ମନ୍ତ୍ରଣାଳୟରେ ସେ ଆଲୋଚନା କରିଛନ୍ତି।  ରାସ୍ତା ୨-ପାକିସ୍ତାନକୁ କଡ଼ା ସବକ ଶିଖାଇବ ଭାରତ। ଏଥିପାଇଁ ସଂଧ୍ୟାରେ ଗୃହମନ୍ତ୍ରୀଙ୍କ ସହିତ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ, ଗୃହ ସଚିବ ରାଜୀବ ଗଉବା, RAW ଏକ ଧାସମାନା ମୁଖ୍ୟ ଆଲୋଚନା କରିଛନ୍ତି। ସେପଟେ ସେନାବାହିନୀକୁ ପୂର୍ଣ୍ଣକ୍ଷମତା ଦିଆଯାଇଥିବା ଆଜି ପୁଣି ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ

{"id":85803,"width":576,"height":654}

ପୁଲୱାମା ଘଟଣା ପରେ ଆନ୍ତର୍ଜାତିକ ସମୁଦାୟ ଭାରତକୁ ସମର୍ଥନ ଜଣାଇଛନ୍ତି । ପାକିସ୍ତାନ ଘଟଣାରେ ସଂପୃକ୍ତ ଥିବାକୁ ପୁଣି ମନା କରିଛି। କିନ୍ତୁ ଆମେରିକା ଭାରତର ସମସ୍ତ ପଦକ୍ଷେପକୁ ସମର୍ଥନ ଦେବ ବୋଲି ଘୋଷଣା କରିଛି। ଏଭଳି ଘଟଣା ଭିଆଇଥିବା ଆତଙ୍କବାଦୀଙ୍କୁ ଦଣ୍ଡ ଦେବାରେ ଭାରତର ପୂର୍ଣ୍ଣ ଅଧିକାର ଅଛି ବୋଲି ଆମେରିକା ଜଣାଇଛି।ତେବେ ଦେଶବାସୀଙ୍କ ମତ ସିଧାସଳଖ ଆକ୍ରମଣ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.