୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାକୁ ପୂରିଲା ୧୦ବର୍ଷ

Published By : Prameya-News7 Bureau | November 26, 2018 IST

ମୁମ୍ବାଇ ୨୬|୧୧:  ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ (୨୬/୧୧ ଆକ୍ରମଣ) ଘଟଣାକୁ ୧୦ ବର୍ଷ ପୂରିଛି। ପାକିସ୍ତାନ ପ୍ରାୟୋଜିତ ଲସ୍କର-ଇ-ତୋଇବାର ୧୦ ଜଣ ଆତଙ୍କବାଦୀ ସେଦିନ ମୁମ୍ବାଇ ରେଳ ଷ୍ଟେସନ୍ ଠାରୁ ଆରମ୍ଭ କରି ନରିମାନ ହାଉସ, ହୋଟେଲ ଓବରଏ, ହୋଟେଲ୍ ତାଜ ପ୍ୟାଲେସ, ଲିଓପୋଲଡ କାଫେରେ ରାତିସାରା ସଂହାର ଲୀଳା ଚଳାଇଥିଲେ । ଆତଙ୍କୀଙ୍କ ଗୁଳିମାଡରେ ୧୬୪ରୁ ଅଧିକ ନିରିହ ଜନତାଙ୍କ ମୃତ୍ୟୁ ହେବା ସହ ୩୦୮ରୁ ଅଧିକ ଆହତ ହୋଇଥିଲେ ।  ଘଟଣାକୁ ବିତିଲାଣି ୧୦ ବର୍ଷ ।  ଆଜି ବି ସେଇ ଲୋମହର୍ଷଣକାରି ଘଟଣା ମନେପଡିଲେ ଲୋମ ଟାଙ୍କୁରି ଯାଉଛି। ୨୬-୧୧-୨୦୦୮ । ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଖେଳିଥିଲେ ରକ୍ତର ହୋଲି, ରଚିଥିଲେ ସଂହାରଲୀଳା। ପାକିସ୍ତାନ ପ୍ରାୟୋଜିତ ଲସ୍କର-ଇ-ତୋଇବାର ୧୦ ଜଣ ଆତଙ୍କବାଦୀ  ସେଦିନ ମୁମ୍ବାଇ ରେଳ ଷ୍ଟେସନ୍ ଠାରୁ ଆରମ୍ଭ କରି ନରିମାନ ହାଉସ, ହୋଟେଲ ଓବରଏ, ହୋଟେଲ୍ ତାଜ ପ୍ୟାଲେସ, ଲିଓପୋଲ୍ଡ କାଫେରେ ରାତିସାରା ସଂହାର ଲୀଳା ଚଳାଇଥିଲେ। ଏହି ବର୍ବର ଆତଙ୍କୀଙ୍କ ଗୁଳିମାଡରେ ୧୬୪ରୁ ଅଧିକ ନିରିହ ଜନତାଙ୍କ  ମୃତ୍ୟୁ ହେବା ସହ ୩୦୮ରୁ ଅଧିକ ଆହତ ହୋଇଥିଲେ। ତେବେ ଏକମାତ୍ର ଆତଙ୍କୀ ଜମଲ କସବକୁ ଛାଡ଼ି ବାକି ସମସ୍ତ ଆତଙ୍କବାଦୀ  ଭାରତୀୟ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ ।  ଏହି ଆତଙ୍କବାଦୀମାନଙ୍କୁ ସମୁଳେ ନିପାତ କରିବା ପାଇଁ ସୁରକ୍ଷା କର୍ମୀଙ୍କୁ ଲାଗିଥିଲା ୪ ଦିନ । ଶେଷରେ ୨୯ ନଭେମ୍ବର ୨୦୦୮ରେ ଶେଷ ହୋଇଥିଲା ଅପରେସନ୍ ବ୍ଲାକ ଟର୍ଣ୍ଣାଡୋ । ଏହି ଆତଙ୍କବାଦୀ ଆକ୍ରମଣରେ ଯେଉଁମାନଙ୍କର ପରିବାର ଉଜୁଡ଼ିଗଲା, ଯେଉଁମାନଙ୍କ ଆଖି ଆଗରେ ନିଜ ସଂପର୍କୀୟ ହଜିଗଲେ, ଯେଉଁମାନେ କର୍ତ୍ତବ୍ୟ ପାଳନ କରୁଥିବା ବେଳେ ଆତଙ୍କବାଦୀଙ୍କୁ ସାମ୍ନା କରୁଥିଲେ, ସେମାନଙ୍କ କାନରେ ଏବେ ବି ଶୁଭୁଛି ସେହି ଗୁଳି ଶବ୍ଦ, ସେହି କାନ୍ଦବୋବାଳିର ଶବ୍ଦ। ଏହାମଧ୍ୟରେ ଜୀବନ୍ତ ଧରା ହୋଇଥିବା ଆତଙ୍କୀ କସବ ଫାଶୀ ଖୁଣ୍ଟରେ ଝୁଲିଛି। ହେଲେ ପୂରା ଘଟଣାର ମାଷ୍ଟର ମାଇଣ୍ଡ ପାକିସ୍ତାନ ନାଗରିକ ତଥା ଲସ୍କର-ଇ ତୋଏବାର ମୁଖ୍ୟ ଜାକିଉର ରେହମନ୍ ଲକଭି କିନ୍ତୁ ଏଯାଏଁ ଖୁଲମ ଖୁଲା ବୁଲୁଛି। ଭାରତ ପକ୍ଷରୁ ଯେତେ ଚାପ ପଡ଼ିଲେ ମଧ୍ୟ ପାକିସ୍ତାନ ସରକାର ତାପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.