ଡିସେମ୍ବରରୁ ଭାରତରେ ଟେଲିଭିଜନ ସେଟ୍ ଉତ୍ପାଦନ କରିବ Samsung

Published By : Prameya-News7 Bureau | October 06, 2020 IST

ନୂଆଦିଲ୍ଲୀ ୬।୧୦:  ଆସନ୍ତା ଡିସେମ୍ବାରରୁ ସାମସଙ୍ଗ ଦେଶରେ ଟେଲିଭିଜନ ଉତ୍ପାଦନ ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି। ତେବେ ଆଗକୁ ପାର୍ବଣ ଋତୁ ଥିବାରୁ ବ୍ୟାବସାୟୀକ ନିରନ୍ତରତା କାୟମ ରଖିବା ଲାଗି କିଛି ସମୟ ନିମନ୍ତେ ଆମଦାନୀ କଟକଣା ହଟାଇବାକୁ ନିବେଦନ କରିଛନ୍ତି। ଆତ୍ମନିର୍ଭର ଭାରତ ଯୋଜନାରେ ସରକାର ଦେଶକୁ ଟେଲିଭିଜନ ଆମଦାନୀ ଉପରେ କଟକଣା ଲାଗୁ କରିଛନ୍ତି। ଗତ ଜୁଲାଇ ୩୦ରୁ ଦେଶରେ କଟକଣା ଲାଗୁ ହୋଇଥିବା ବେଳେ ଏଥିଲାଗି ସରକାର ସ୍ୱତନ୍ତ୍ର ଲାଇସେନ୍ସର ବ୍ୟବସ୍ଥା ପ୍ରଚଳନ କରିଛନ୍ତି।

{"id":339594,"sizeSlug":"large"}

ଆଗରୁ ବିଦେଶରୁ ଟେଲିଭିଜନ ସେଟ୍ ଆମଦାନୀ ଉପରେ କୌଣସି କଟକଣା ନଥିଲା। ପ୍ରାୟ ୨୦ ବର୍ଷ ହେଲା ଦେଶକୁ ବିଦେଶରୁ ଟେଲିଭିଜନ ସେଟ୍ ଆମଦାନୀ ହୋଇଆସୁଥିଲା। ତେବେ ଗତ ଜୁଲାଇ ୩୦ ତାରିଖରେ ଲାଗୁ ହୋଇଥିବା କଟକଣାରେ ସରକାର ଟେଲିଭିଜନ ସେଟ୍‌ ମଧ୍ୟ ସାମିଲ କରିଛନ୍ତି। ଏଣୁ ଦେଶରେ ଏପରି ଟେଲିଭିଜନ କାରବାର କରୁଥିବା କମ୍ପାନୀମାନେ ଏବେ ଅସୁବିଧାରେ ପଡିଯାଇଛନ୍ତି।

{"id":339596,"sizeSlug":"large"}

ଏଥିରେ ସାମସଙ୍ଗ ଆସନ୍ତା ଡିସେମ୍ବର ମାସ ବେଳକୁ ଭାରତରେ ଟେଲିଭିଜନ ସେଟ୍ ଉତ୍ପାଦନ ଲାଗି ପ୍ଲାଣ୍ଟରେ କାମ  ଆରମ୍ଭ ହୋଇଥିବ ବୋଲି କହିଛି। ହେଲେ ଏବେ ଭାରତରେ ପାର୍ବଣ ଋତୁ। ଲୋକେ ବର୍ଷର ଏହି ସମୟରେ ଘରୋଇ ଉପକରଣ କିଣାକିଣି କରିଥାନ୍ତି। ଏଥିରେ ଟେଲିଭିଜନ ସେଟ୍‌ ମଧ୍ୟ କିଣିଥାନ୍ତି। ହେଲେ ଆମଦାନୀ ନଥିବାରୁ ଚାହିଦା ପୂରଣ କରିବା ଏବେ କଷ୍ଟକର ହୋଇପାରେ ବୋଲି ସାମସଙ୍ଗ ଆଶଙ୍କା ପ୍ରକାଶ କରିଛନ୍ତି।

{"id":339597,"sizeSlug":"large"}

ଚେନ୍ନାଇରେ ସାମସଙ୍ଗର ଟେଲିଭିଜନ ଉତ୍ପାଦନ ପ୍ଲାଣ୍ଟ ଥିଲା। ତେବେ ୨୦୧୮ ମସିହାରେ ଟେଲିଭିଜନ ଲାଗି ଜରୁରି ଓପନ ସେଲ ଟେଲିଭିଜନ ପ୍ୟାନେଲ ଉପରେ ଇମ୍ପୋର୍ଟ ଡ୍ୟୁଟି ଲାଗୁ ହୋଇଥିଲା। ଏଣୁ ଭାରତରେ ଟେଲିଭିଜନ ଉତ୍ପାଦନ ମହଙ୍ଗା ହେବାରୁ ସାମସଙ୍ଗ ପ୍ଲାଣ୍ଟ ବନ୍ଦ କରିଦେଇଥିଲେ। ସେପଟେ ଭିଏତନାମରୁ ଜିରୋ ଡ୍ୟୁଟିରେ ଟେଲିଭିଜନ ସେଟ୍ ଆମଦାନୀ ଆରମ୍ଭ କରିଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.