Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ବ୍ରିସବେନରେ ଇତିହାସ ରଚିଲା ଭାରତ, ଭାଙ୍ଗିଲା ୭୦ ବର୍ଷର ପୁରୁଣା ରେକର୍ଡ, ହାସଲ କଲା ୩ ଐତିହାସିକ ସଫଳତା

19/01/2021 at 4:15 PM

ବ୍ରିସବେନ,୧୯/୦୧: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହିଲିଙ୍କ ଅନୁପସ୍ଥିତି ସତ୍ତ୍ୱେ ମଧ୍ୟ କଙ୍ଗାରୁ ଦଳକୁ ଟିମ୍ ଇଣ୍ଡିଆ ଧୂଳି ଚଟାଇଛି । ଆଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ଦଳ ଇତିହାସ ରଚିଛି । ବ୍ରିସବେନରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ଭାରତ, ଅଷ୍ଟ୍ରେଲିଆକୁ ୩ ୱିକେଟ୍ ରେ ହରାଇ ସରିଜକୁ ୨-୧ରେ ଜିତି ନେଇଛି । ଭାରତ ଲଗାତର ଅଷ୍ଟ୍ରେଲିଆକୁ ତାର ଘରୋଇ ମାଟିରେ ହିଁ ପରାସ୍ତ କରିବାକୁ ସମର୍ଥ ହୋଇଛି ।

୨୦୧୮-୧୯ରେ ପୂର୍ବଥର ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜ୍‌କୁ ୨-୧ରେ ଜିତି ନେଇଥିଲା ଟିମ୍ ଇଣ୍ଡିଆ । ଏହାସହ ଆଜିର ମ୍ୟାଚ୍‌କୁ ହାତେଇ ବର୍ଡର-ଗାଭାସ୍କର ଟ୍ରଫିରେ ଲଗାତର ତିନୋଟି ସିରିଜ୍ ଜିତି ଭାରତୀୟ ଦଳ ହ୍ୟାଟ୍ରିକ୍ ମାରିବାର ରେକର୍ଡ କରିଛି । ଏହା ପୂର୍ବରୁ ଭାରତ ଦୁଇଟି ସିରିଜ୍ ଜିତି ବର୍ଡର-ଗାଭାସ୍କର ଟ୍ରଫି ଉପରେ କବ୍‌ଜା କରିଥିଲା । ୨୦୧୮-୧୯ ସିରିଜ୍ ପୂର୍ବରୁ ୨୦୧୬-୧୭ରେ ୨-୧ରେ ଅଷ୍ଟ୍ରେଲିଆକୁ ଭାରତ ପରାସ୍ତ କରିଥିଲା ।

ବ୍ରିସବେନର ଗାବା ଷ୍ଟାଡିୟମରେ ଚାଲିଥିବା ଟେଷ୍ଟର ଚତୁର୍ଥ ପାଳିରେ ୩୨୮ ରନର ଲକ୍ଷ୍ୟକୁ ସଫଳତା ପୂର୍ବକ ହାସଲ କରିଛି ଭାରତ । ଏଥି ସହ ଭାରତ ୱେଷ୍ଟ ଇଣ୍ଡିଜର ୭୦ ବର୍ଷ ପୂରୁଣା ରେକର୍ଡକୁ ଭାଙ୍ଗିଛି । ଏହା ପୂର୍ବରୁ ୧୯୫୧ ମସିହରେ ୱେଷ୍ଟ ଇଣ୍ଡିଜ୍ ଗାବା ଷ୍ଟାଡିୟମରେ ୨୩୬ ରନ୍ ର ପିଛା କରି ସିରିଜ୍ ଜିତି ଥିଲା । ତେବେ ଅଷ୍ଟ୍ରେଲିଆର ଅଭେଦ୍ୟ କିଲ୍ଲା କୁହାଯାଉଥିବା ବ୍ରିସବେନର ଗାବା ଷ୍ଟାଡିୟମରେ ବିଜୟ ହାସଲ କରି ଭାରତ ଏହି ଐତିହାସିକ ରେକର୍ଡ ନିଜ ନାମରେ କରିଛି ।

ବ୍ରିସବେନରେ ୩୩ ବର୍ଷ ଧରି ଅଷ୍ଟ୍ରେଲିଆ ଅପରାଜୟ ଧାରା ବଜାୟ ରଖିଥିଲା । କିନ୍ତୁ ଭାରତ ଏହି ଧାରାକୁ ଭାଙ୍ଗି ଦେଇଛି । ଏଥିସହ ଗାବା ଷ୍ଟାଡିୟମରେ ଅଷ୍ଟ୍ରେଲିଆ ରାଜୁତିର ଅନ୍ତ ଘଟିଛି । କଙ୍ଗାରୁ ଦଳ ୧୯୮୮ ମସିହା ପରେ ଅର୍ଥାତ ୩୩ ବର୍ଷ ମଧ୍ୟରେ ଗାବାରେ କୌଣସି ଟେଷ୍ଟ ମ୍ୟାଚ୍ ହାରିନଥିଲେ । ବ୍ରିସବେନରେ ଅଷ୍ଟ୍ରେଲିଆ ୧୯୩୧ରୁ ୨୦୧୯ ମଧ୍ୟରେ ପାଖାପାଖି ୬୩ଟି ମ୍ୟାଚ୍ ଖେଳିଛି । ଏଥି ମଧ୍ୟରୁ ୪୦ଟି ମ୍ୟାଚ୍‌ରେ ବିଜୟ ହାସଲ କରିବା ସହ ୧୩ଟି ରେ ମ୍ୟାଚ୍ ଡ୍ର ରହିଥିଲା ଏବଂ ୯ଟିରେ ପରାଜୟ ହୋଇଥିଲା । ତେବେ ଏଠାରେ ଭାରତୀୟ ଟିମ୍ ଖୋଳିଥିବା ୭ଟି ମ୍ୟାଚ୍ରେ ପ୍ରଥମ ଥର ପାଇଁ ବିଜୟ ହାସଲ କରିଛି । 

   Related Posts