ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଲା ଭାରତ ; ୨-୧ରେ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ

Published By : Prameya-News7 Bureau | January 07, 2019 IST

ସିଡନୀ ୭|୧: ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଲା ଭାରତ । ୭୨ବର୍ଷ ପରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟ୍ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ । ୧୯୪୭ପରେ ଯେବେଠୁ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଟୁର୍ ଆରମ୍ଭ କରିଛନ୍ତି, ସେବେଠୁ କୌଣସି କ୍ୟାପଟେନ୍ ଟେଷ୍ଟ ସିରିଜ୍ ଜିତି ନଜିତିବା ବେଳେ ବିରାଟ କୋହଲି ଦେଇଛନ୍ତି ସ୍ବର୍ଣ୍ଣିମ ବିଜୟ ।

{"id":71120}

ପାଗ ଖରାପ ଯୋଗୁଁ ସିଡନୀ ଟେଷ୍ଟର ପଞ୍ଚମ ଦିନରେ ଖେଳ ହୋଇ ପାରିନଥିଲା । ତେଣୁ ସିଡନୀ ଟେଷ୍ଟ ଡ୍ର ଘୋଷଣା କରାଯାଇଥିଲା । ଏହାସହ ୪ଟିକିଆ ଟେଷ୍ଟ ସିରିଜକୁ ବିରାଟ ବାହିନୀ ୨-୧ରେ କବଜା କରିନେଇଛି । ଆଡିଲେଡ୍ ରେ ପ୍ରଥମ ଟେଷ୍ଟ ଏବଂ ମେଲବୋର୍ଣ୍ଣରେ ତୃତୀୟ ଟେଷ୍ଟ ଜିତିଛି ଭାରତ । ପୁରା ସିରିଜରେ ଚେତେଶ୍ବର ପୂଜାରା ସର୍ବାଧିକ ୫୨୧ରନ୍ କରି ପ୍ଲେୟାର ଅଫ ଦ ସିରିଜ୍ ଘୋଷଣା କରାଯାଇଛି । ସେହିପରି ସିରିଜ୍ ରେ ଯଶପ୍ରୀତ ବୁମରା ନେଇଛନ୍ତି ୨୧ୱିକେଟ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.