ଭାରତ ତିଆରି କରିଛି କରୋନା ପ୍ରତିରୋଧକ ପୋଷାକ, ରହିଛି ୯୯.୯ % ଭାଇରସକୁ ନଷ୍ଟ କରିବାର କ୍ଷମତା

Published By : Prameya-News7 Bureau | June 12, 2020 IST

ନୂଆଦିଲ୍ଲୀ, ୧୨|୦୬: ଭାରତରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଏବେସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ୨ ଲକ୍ଷ ୯୦ ହଜାର ଟପିଥିବା ବେଳେ ୮ ହଜାରରୁ ଅଧିକ ପ୍ରାଣ ହରାଇଲେଣି । ଏହି ଭାଇରସର କୌଣସି ଭାକସିନ୍ ଏବେସୁଦ୍ଧ ବାହାରି ନାହିଁ । ତେବେ ଏହି ଭାଇରସରୁ ନାଶ କରିବା ପାଇଁ ବଜାରକୁ ଆସିବ ପୋଷାକ ।

ଏହି ପୋଷାକରେ କରୋନା ଭାଇରସକୁ ନଷ୍ଟ କରିବାର କ୍ଷମତା ରହିଛି । ପ୍ରାୟ ୯୯. ୯ ପ୍ରତିଶତ ଭାଇରସ ଏହି ପୋଷାକ ସଂସ୍ପର୍ଶରେ ଆସିବା ଦ୍ୱାରା ଆପେଆପେ ନଷ୍ଟ ହୋଇଯିବେ ।  ଦେଶର ୮ଟି ଭାଇରସ୍ ଟେକ୍ସଟାଇଲ୍ ଟେକ୍ଲୋଲୋଜିରୁ ଏହାକୁ ପ୍ରସ୍ତୁତ କରାଯାଇଛି । ଏହି ପୋଷାକ ଅତିଶୀଘ୍ର ବଜାରରେ ଉପଲବ୍ଧ ହେବ । ଜୁନ ଶେଷ ସୁଦ୍ଧା ଏହା ଉପଲବ୍ଧ ହେବ ବୋଲି କୁହାଯାଉଛି ।

ଏହି ପୋଷାକକୁ ନେଇ ଅରବିନ୍ଦ ଟେକ୍ସଟାଇଲ୍‌ର ଡାଇରେକ୍ଟର କୁଲେନ୍ ଲାଲଭାଇ କହିଛନ୍ତି ଯେ, ସ୍ୱିସ୍ କମ୍ପାନୀ ହ୍ୟାକ୍ ମାଟେରିଆଲ୍ ଓ ତାଇଓ୍ୱାନ କମ୍ପାନୀ ଜିଟେକ୍ସ କର୍ପୋରେସନର ମିଳିତ ସହଯୋଗରେ ଏହି ପୋଷାକ ପ୍ରସ୍ତୁତ କରାଯାଇଛି  । ଏଥିରେ ସ୍ୱତନ୍ତ୍ର କପଡା ବ୍ୟବହାର କରାଯାଇଛି । ଯାହାର ରସାୟନ ଗୁଣ ରହିଛି । ଏହା ଭାଇରସକୁ ପ୍ରତିହତ କରିବାରେ ସକ୍ଷମ ହେବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.