୪୩ ରନରେ ପୁଣେ ଦିନିକିଆ ହାରିଲା ଭାରତ, ୨୪୦ରେ ଅଲଆଉଟ, ବେକାର ଗଲା କୋହଲିଙ୍କ ଶତକ

Published By : Prameya-News7 Bureau | October 27, 2018 IST

ପୁଣେ ୨୭/୧୦: ପୁଣେ ଠାରେ ଭାରତ-ଓ୍ୱେଷ୍ଟଇଣ୍ଡିଜ ମଧରେ ଚାଲିଥିବା ତୃତୀୟ ଦିନିକିଆରେ ୪୩ ରନରେ ଭାରତ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଙ୍ଗ କରି ଭାରତ ୨୮୩ ରନ କରିଥିଲା । ୨୮୪ ରନର ବିଜୟ ଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ ମାତ୍ର ୨୪୦ ରନ କରି ଅଲଆଉଟ ହୋଇଯାଇଥିଲା । ଫଳରେ ୫ ଟିକିଆ ଦିନିକିଆ ସିରିଜରେ ଓ୍ୱେଷ୍ଟଇଣ୍ଡିଜ ଓ ଭାରତ ସମାନ ସ୍ଥିତିରେ ରହିଛନ୍ତି । ଭାରତ ପ୍ରଥମ ଦିନିକିଆ ଜିତିଥିବା ବେଳେ ଆଜି ତୃତୀୟ ଦିନିକିଆକୁ କବଜ୍ଜା କରିଛି ଓ୍ୱେଷ୍ଟଇଣ୍ଡିଜ । ଭାରତୀୟ ଅଧିନାୟକ କୋହଲି ଆଜି ମଧ୍ୟ ଶତକ କରିଛନ୍ତି । ତେବେ ତାଙ୍କ ୧୦୭ ରନର ଆକର୍ଷଣୀୟ ଶତକ ବେକାର ଯାଇଛି । ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ରୋହିତ ଶର୍ମା ୮ ରନ, ଶିଖର ଧାଓ୍ୱନ ୩୫ ରନ, ଅମ୍ୱାତୀ ରାୟୁଡୁ ୨୨ ରନ, ଋଷଭ ପନ୍ଥ ୨୪ ରନ, ଧ୍ୱୋନୀ ୭ ରନ, ଭୁବନେଶ୍ୱର କୁମାର ୧୦ ରନ, କେଦାର ଯାଦବ ୧୫ ରନ, ୟୁଜବେନ୍ଦ୍ର ଚହଲ ୩ ରନ, ଖଲିଲ ଅହମ୍ମଦ ୩ ରନ କରିଥିବା ବେଳେ ଯଶପ୍ରୀତ ବୁମରାହ ଖାତା ଖୋଲିପାରି ନଥିଲେ । ୪୭.୪ ଓଭରରେ ଭାରତୀୟ ଦଳ ଅଲଆଉଟ ହୋଇଯାଇଥିଲା । ଓ୍ୱେଷ୍ଟଇଣ୍ଡିଜ ପକ୍ଷରୁ ଏମ. ସାମୁଏଲ୍ସ ସର୍ବାଧିକ ୩ଟି ଓ୍ୱିକେଟ ହାସଲ କରିଥିଲେ । ନର୍ସେ, କଏ, ହୋଲ୍ଡର ୨ଟି ଲେଖାଏଁ ଓ୍ୱିକେଟ ହାସଲ କରିଥିଲେ । ରୋଚଙ୍କୁ ଗୋଟିଏ ଲେଖାଏ ଓ୍ୱିକେଟ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.