Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

Covid ଯୁଦ୍ଧରେ ୧୯୬ ଡାକ୍ତରଙ୍କୁ ହରାଇଲାଣି ଦେଶ, ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ IMAଙ୍କ ନିବେଦନ

8/08/2020 at 6:28 PM

ନୂଆଦିଲ୍ଲୀ ୮।୮: ଦେଶରେ କୋଭିଡ-୧୯ ସଂକ୍ରମଣ ପରଠାରୁ ସ୍ୱାସ୍ଥ୍ୟ ସେବା ସହ ଜଡିତ ୧୯୬ ଜଣ ଡାକ୍ତରଙ୍କ ମୃତ୍ୟୁ ହେଲାଣି। ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ଶନିବାର ଏହି ସୂଚନା ଦେଇଛନ୍ତି। କୋଭିଡ-୧୯ ସଂକଟ ମୁକାବିଲାରେ ମୃତ ସମସ୍ତ ଡାକ୍ତର ଜେନେରାଲ ପ୍ରାକ୍ଟିସନର ଥିଲେ। ଦେଶରେ ଡାକ୍ତରଙ୍କ ମୃତ୍ୟୁହାର ବିପଦଜନକ ସ୍ଥିତିରେ ପହଞ୍ଚିଥିବାରୁ ପ୍ରସଙ୍ଗପ୍ରତି ଧ୍ୟାନ  ଦେବା ଲାଗି ଆଇଏମଏ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।  

ଆଇଏମଏଙ୍କ ଦ୍ୱାରା ସଂଗୃହୀତ ତାଜା ତଥ୍ୟ ଅନୁସାରେ କରୋନା ବିରୋଧରେ ଚାଲିଥିବା ଲଢେଇରେ ଦେଶ ଏପର୍ଯ୍ୟନ୍ତ ୧୯୬ ଜଣ ଡାକ୍ତରଙ୍କୁ ହରାଇଛି। ଯେଉଁମାନଙ୍କ ମଧ୍ୟରେ ୧୭୦ ଜଣଙ୍କ ବୟସ ୫୦ ବର୍ଷରୁ ଅଧିକ ଥିଲା। ତେବେ ସଂକ୍ରମଣ ଥମୁ ନଥିବା ବେଳେ ଡାକ୍ତରଙ୍କ ସଂକ୍ରମଣ ହାର ମଧ୍ୟ ବଢିବାରେ ଲାଗିଥିବାରୁ ଆଇଏମଏ ଚିନ୍ତାବ୍ୟକ୍ତ କରିଛନ୍ତି। ଜ୍ୱର ଓ ସମ୍ପର୍କିତ ଲକ୍ଷଣ ଦେଖାଦେଲେ ପ୍ରାୟ ଲୋକେ ପ୍ରଥମେ ଡାକ୍ତର ପାଖକୁ ଯାଇଥାନ୍ତି। ଏଣୁ ସ୍ୱାସ୍ଥ୍ୟ ସେବାର ପ୍ରାରମ୍ଭିକ ବିନ୍ଦୁ ଜେନେରାଲ ପ୍ରାକ୍ଟିସନର ଡାକ୍ତର ହେଉଥିବାରୁ  ସେମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହେଉଛନ୍ତି

ଦେଶର କରୋନା ଯୁଦ୍ଧରେ ଡାକ୍ତର ଓ ତାଙ୍କ ପରିବାର ଲୋକଙ୍କ ପର୍ଯ୍ୟାପ୍ତ ଦେଖାଶୁଣା ସୁନିଶ୍ଚିତ କରିବା ଲାଗି ଆଇଏମଏ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଏଥିରେ ସଂକ୍ରମିତ ହେଉଥିବା ଡାକ୍ତରମାନଙ୍କର ସରକାରୀ ଚିକିତ୍ସା ଓ ଜୀବନବୀମା ସୁବିଧା ପ୍ରଦାନ ଲାଗି ମଧ୍ୟ ନିବେଦନ କରାଯାଇଛି। ସାରା ଦେଶରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ସାଢେ ୩ ଲକ୍ଷ ଡାକ୍ତରଙ୍କ ପ୍ରତିନିଧିତ୍ୱ କରନ୍ତି ଆଇଏମଏ। ଯେଉଁମାନେ ଲୋକଙ୍କୁ ସେମାନଙ୍କ ଘର ଆଖପାଖରେ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି। ଏଥିରେ ଆଇଏମଏଙ୍କ ଚିନ୍ତା ପ୍ରତି ପ୍ରଧାନମନ୍ତ୍ରୀ ଉଚିତ ଧ୍ୟାନ ଦେବେ ବୋଲି ଆଶା କରାଯାଉଛି।   

   Related Posts