ବାଘ ମାମୁଁ ଅବସ୍ଥା ବେହାଲ , ଅବୈଧ ଶିକାର ଓ ଅସୁରକ୍ଷିତ ବାସ ଯୋଗୁଁ ଗତବର୍ଷ ପ୍ରାଣ ହରାଇଛନ୍ତି ୧୧୦ ଜାତୀୟ ପଶୁ

Published By : Prameya-News7 Bureau | January 01, 2020 IST

ନାଗପୁର ୦୧।୦୧:  ୨୦୧୯ରେ ଦେଶ ୧୧୦କୁ ବାଘକୁ ହରାଇଛି ଦେଶ । ଅବୈଧ ଶିକାରରେ ସମସ୍ତ ବାଘ ମୃତ୍ୟୁବରଣ କରିଛନ୍ତି ।ଏନଜିଓ  WPSIର ତଥ୍ୟା ଅନୁସାରେ ଗତବର୍ଷ ୪୯୧ଚିତାବାଘଙ୍କ ମଧ୍ୟ ମୃତ୍ୟୁ ହୋଇଛି । ୨୦୧୮ରେ  ୩୪ଟି ବାଘ ଶିକାରୀଙ୍କ ଚୋଟ ଖାଇଥିବା ବେଳେ ୨୦୧୯ରେ ୩୮ଟି ବାଘଙ୍କୁ  ହତ୍ୟା କରାଯାଇଛି । ୨୦୧୮ରେ ୫୦୦ ଚିତାବାଘଙ୍କ ମୃତ୍ୟୁ ହୋଇଛି । ଯାହାକି ପୂର୍ବ ବର୍ଷ ତୁଳନାରେ କମ୍ ରହିଛି । ଚିତାବାଘ ମୃତ୍ୟୁର ପ୍ରମୁଖ କାରଣ ହେଉଛି, ସଡକ ଓ ରେଳ ଦୁର୍ଘଟଣା । ବର୍ଷରେ ସର୍ବମୋଟ କେତେ ଚିତାବାଘ ମରିଛନ୍ତି ତାହାର ଏକ ଆକଳନ ଚାଲିଛି ବୋଲି WPSI କହିଛି ।

{"id":205334,"width":578,"height":360,"sizeSlug":"large"}

୨୦୧୮ରେ ୧୦୪ଟି ବାଘ ମୃତ୍ୟୁ ବରଣ କରିଥିଲେ । ଗତବର୍ଷ ତୁଳନାରେ ଚଳିତ ବର୍ଷ ବାଘ ମୃତ୍ୟୁହାର  କମ୍ ରହିଚି। । ସଡକ ଓ ରେଳ ଦୁର୍ଘଟଣାରେ ମରୁଥିବା ଚିତାବାଘ ମୃତ୍ୟୁ ଏକ ଚିନ୍ତାଜନକ ବିଷୟ ପାଲଟିଛି । ସେପଟେ WPSI ନିର୍ଦ୍ଦେଶକ କହିଛନ୍ତି ଯେ, ରାସ୍ତାରେ ବହୁ ପରିମାଣର ଗାଡି ଚଳାଚଳ କରୁଛି, ତେଣୁ ରାସ୍ତାକୁ ଚଉଡା କରିବା ନିହାତି ଦରକାର । ମଧ୍ୟପ୍ରଦେଶରେ ୨୦୧୯ରେ ସବୁଠାରୁ ଅଧିକ ୨୯ଟି ବାଘଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୧୮ରେ ୨୨ଟି ବାଘ ମୃତ୍ୟୁବରଣ କରିଥିଲେ । ସେହିପରି ୨ୟ ସ୍ଥାନରେ ଥିବା ମହାରାଷ୍ଟ୍ରରେ ୨୦୧୯ରେ ୨୨ଟି ବାଘ ମୃତ୍ୟୁବରଣ ହୋଇଛି  ।  

{"id":205335,"width":573,"height":381,"sizeSlug":"large"}

୨୦୧୯ରେ ମୃତ୍ୟୁବରଣ କରିଥିବା ୧୧୦ଟି ବାଘ ମଧ୍ୟରୁ ୩୮ଟି ବାଘଙ୍କୁ ଶିକାର କରାଯାଇଛି । ୨୬ଟି ବାଘଙ୍କ ମୃତ ଦେହ ମିଳିଛି , ୩୬ଟି ବାଘ ନିଜ ନିଜ ମଧ୍ୟରେ ଲଢେଇ କରି ମରିଛନ୍ତି । ୩ଟି ସଡକ / ରେଳ ଦୁର୍ଘଟଣା ଓ ୬ଟି ବାଘ ଅସୁସ୍ଥ ଅବସ୍ଥାରୁ ବଞ୍ଚାଇବାକୁ ଯାଇ ମୃତ୍ୟୁବରଣ କରିଛନ୍ତି । ଦେଶରେ ବାଘକୁ ଚିହିଁବା ଓ ତାଙ୍କ ଗତିରୋଧ ଉପରେ ଏବେ ତୀକ୍ଷ୍ମ ନଜର ରଖାଯାଉଛି । ଗୋଟିଏ ପଟେ ବାଘର ଅଙ୍ଗ ପ୍ରତ୍ୟଙ୍ଗ ଚୋରାରେ କିଣିବା ପାଇଁ ଚାହିଦା ଦିନକୁ ଦିନ ବଢିଚାଲିଛି , ଯାହା ଏକ ଚିନ୍ତାର ବିଷୟ ।

{"id":205336,"width":572,"height":356,"sizeSlug":"large"}

WPSIର ସଂଯୋଗଜକ ଜୋସେଫ କହିଛନ୍ତି ଯେ, ଗୁଇନ୍ଦା ସୂଚନା ଦେଇପାରୁଥିବା ଆପ୍ଲିକେସନ ନିର୍ମାଣ କରାଯାଇ ବାଘର ସଂଖ୍ୟା ଓ ତାଙ୍କ ଚଳଣୀ ସମ୍ପର୍କରେ ତଥ୍ୟ ରଖିବା ଉଚିତ୍ । କିନ୍ତୁ ସେପଟେ ଦେଶର ବାଘ ସଂରକ୍ଷଣ ଏଜେନ୍ସି (NTCA)ର ଆଧିକାରୀକ ଡାଟାବେଶ ପୁରା ଅଲଗା ରହିଛି । NTCAର ରିପୋର୍ଟ ଅନୁସାରେ ୨୦୧୯ରେ ୯୨ଟି ଓ ୨୦୧୮ରେ ୧୦୨ଟି ବାଘ ମୃତ୍ୟୁବରଣ କରିଛନ୍ତି ।

{"id":205337,"sizeSlug":"large"}

WPSIର ସଂଯୋଜକ ଟିଟୋ ଜୋସେଫ କହିଛନ୍ତି ଯେ, ୨୦୧୯ରେ ବାଘ ମାରି ତାର ଶରୀରରେ ଥିବା ଅଙ୍ଗ ପ୍ରତ୍ୟଙ୍ଗକୁ  ଅବୈଧ ରୂପରେ ଚୋରି ଘଟଣା ବୃଦ୍ଧି ହୋଇଛି । NTCA ଓ ଆମ ତଥ୍ୟ ମଧ୍ୟରେ ପାର୍ଥକ୍ୟ ରହିଛି । ଆମ ସଂସ୍ଥା  ଜବତ ହୋଇଥିବା ବାଘର ଅଙ୍ଗପ୍ରତ୍ୟଙ୍ଗ ଆଧାରରେ ଆକଳନ କରିଥାଏ। କିନ୍ତୁ NTCA ବାଘର ମୃତଦେହକୁ ନେଇ ଗଣନା କରିଥାଏ। ତେଣୁ ଉଭୟଙ୍କ ଗଣନାରେ ପାର୍ଥକ୍ୟ ରହିବ । ଉଦାହରଣ ସ୍ବରୁପ ମହାରାଷ୍ଟ୍ରରେ ଯେପରି ବାଘ ମୃତ୍ୟୁ ସଂଖ୍ୟା ୧୮ ଅଛି । କିନ୍ତୁ ଜୁଲାଇ ୨୦୧୯ରେ ସୀମା ଭିତରେ ଲୁଟ ର ଶିକାର ହବୋଇଥିଲେ  ୩ଟି  ବାଘ । ଏହି  ଚୋରୀ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ନିଜ ଦୋଷ ସ୍ବୀକାର କରିଥିଲା । ସେ କହିଥିଲା ଯେ,  ୩ଟି ବାଘକୁ ମାରି ଅନ୍ୟ ସ୍ଥାନରେ ବିକ୍ରି କରିଥିଲା। ଏହିପରି ବାଘ ଶିକାର ସେ ଅନ୍ୟ ସ୍ଥାନମାନଙ୍କରେ କରିଥାଏ ବୋଲି କହିଥିଲା ।

{"id":205338,"width":579,"height":385,"sizeSlug":"large"}

NTCAର ଜଣେ ଅଧିକାରୀ କହିଛନ୍ତି ଯେ, ରାଜ୍ୟରେ ମୃତ୍ୟୁବରଣ କରିଥିବା କେତେକ ବାଘଙ୍କ ସଂପର୍କରେ ଆମକୁ  ସଠିକ୍ ସୂଚନା ଦେଉନାହିଁ ରାଜ୍ୟ । ମହାରାଷ୍ଟ୍ରର ତୁମସାରା ଅଞ୍ଚଳ ମୃତ୍ୟୁବରଣ କରିଥିବା ବାଘକୁ ପରେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ରାଜ୍ୟ ମଧ୍ୟରେ ଭାଗ କରାଯାଇଥିଲା । କାରଣ ବାଘର ଶିକାର ମଧ୍ୟପ୍ରଦେଶ ହୋଇଥିବାର ସୂଚନା ରହିଛି ।

{"id":205339,"width":579,"height":419,"sizeSlug":"large"}

ଭାରତରେ ଭାରତର NTCA- ବନ୍ୟଜନ୍ତୁ ସମ୍ପଦ ଅନୁଷ୍ଠାନ ବାଘଙ୍କ ସଂଖ୍ୟା ନେଇ ନୂତନ ଭାବେ କରିଥିବା ଅନୁମାନ ଅନୁସାରେ ଭାରତରେ ୨,୯୬୭ଟି ବାଘ ଅଛନ୍ତି ।ମହାରାଷ୍ଟ୍ରରେ ବାଘ ସଂଖ୍ୟା ୨୦୧୪ରେ ୧୯୦ରୁ ବୃଦ୍ଧି ପାଇ ୨୦୧୮ରେ ୩୧୨ ହୋଇଥିଲା । ସେହିପରି ୫୨୬ ବାଘ ଥିବା ମଧ୍ୟପ୍ରଦେଶ ପ୍ରଥମ ସ୍ଥାନରେ ରହିଛି । କିନ୍ତୁ ଦୁଇ ରାଜ୍ୟରେ ଅବୈଧ ଶିକାରରେ ବାଘଙ୍କ ମୃତ୍ୟୁ ଏକ ଚିନ୍ତାଜନକ ବିଷୟ ପାଲଟିଛି ।

{"id":205345,"width":578,"height":578,"sizeSlug":"large"}

୨୦୧୯ରେ ଚିତାବାଘଙ୍କ ମୃତ୍ୟୁ  ସଂଖ୍ୟା ହ୍ରାସ ପାଇଛି । କିନ୍ତୁ NTCA ପାଖରେ ଚିତାବାଘଙ୍କ ମୃତ୍ୟୁ ନେଇ କୌଣସି ତଥ୍ୟ ନାହିଁ। WPSI ତଥ୍ୟରୁ  ଜଣାପଡିଛି ଯେ, ସାରାଦେଶରେ ୨୦୧୮ରେ ୫୦୦ଚିତାବାଘଙ୍କ ମୃତ୍ୟୁ ହୋଇଛି । ଯାହାକି ଅବୈଧ ଶିକାରରେ ୧୬୯ବାଘଙ୍କ ମୃତ୍ୟୁ ହୋଇଛି । ୨୦୧୯ରେ ଚିତାବାଘଙ୍କୁ ଅବୈଧ ଶିକାର ମାମଲାରେ ହ୍ରାସ ପାଇନାହଁ । ୪୯୧ଟି ଚିତାବାଘଙ୍କ ମଧ୍ୟରେ ୧୨୭ଟି ବାଘ ଅବୈଧ ଶିକାରରେ ମୃତ୍ୟୁ ହୋଇଛି ।  ୨୦୧୯ରେ ମହାରାଷ୍ଟ୍ରରେ ୯୭ଟି ଚାତାବାଘ ମୃତ୍ୟୁ ହୋଇଛି । ଏହାମଧ୍ୟରୁ ୩୧ଟି ସଡକ ଓ ରେଳ ଦୁର୍ଘଟଣାରେ ହୋଇଛି ।

{"id":205348,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.