Tuesday, July 16, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୪ରନ୍‌ରେ ଭାରତକୁ ହରାଇ ସିରିଜ୍ ଜିତିଲା ନ୍ୟୁଜିଲାଣ୍ଡ

ହାମିଲଟନ୍ ୧୦|୨:  ହାମିଲ୍‌ଟନ୍‌ଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଇଥିବା ତିନି ଟିକିଆ ଟି-୨୦ ସିରିଜ୍‌ରେ ଭାରତ ୪ ରନ୍‌ରେ ହରାଇଲା ନ୍ୟୁଜିଲାଣ୍ଡ ।

ପ୍ରଥମେ ଟସ୍‌ ଜିତି ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲା ଭାରତ । ନ୍ୟୁଜିଲାଣ୍ଡ ପ୍ରଥମ ପାଳିରେ ବ୍ୟାଟିଂ କରି ୨୦ ଓଭର୍‌ ଖେଳି ୪ ଓ୍ଵିକେଟ୍‌ ବିନିମୟରେ ୨୧୨ ରନ୍‌ ସଂଗ୍ରହ କରିଥିଲା।

ବିଜୟ ଲକ୍ଷ୍ୟ ହାସଲ ପାଇଁ ଭାରତ ୨୧୩ ରନ୍‌ର ପିଛା କରି ୬ ଓ୍ଵିକେଟ୍‌ ହରାଇ ୨୦ ଓଭର୍‌ରେ ମାତ୍ର ୨୦୭ ରନ୍‌ ସଂଗ୍ରହ କରିପାରିଥିଲା । ଫଳରେ ଭାରତ ୪ ରନ୍‌ରେ ହାରିଛି । ଭାରତ ପକ୍ଷରୁ ଶିଖର ଧାଓ୍ଵନ ୫, ରୋହିତ ଶର୍ମା ୩୮, ବିଜୟ ଶଙ୍କର ୪୩, ରିସଭ୍‌ ପନ୍ତ ୨୮, ହାର୍ଦ୍ଦିକ ପାଣ୍ଡ୍ୟା ୨୧, ମହେନ୍ଦ୍ର ସିଂହ ଧୋନି ୨ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇ ଯାଇଥିବା ବେଳେ ଦିନେଶ କାର୍ତ୍ତିକ ୩୩ ଓ କ୍ରୁଣାଲ ପାଣ୍ଡ୍ୟା ୨୬ ରନ୍‌ କରି ଅପରାଜିତ ରହିଥିଲେ।

264 Views

   ସମ୍ବନ୍ଧିତ ଖବର