ଆମେରିକୀୟ ଥିଙ୍କ ଟ୍ୟାଙ୍କ୍‌ରେ ଭାରତର 'ଫ୍ରିଡମ' ରେଟିଂ ହ୍ରାସ, ପ୍ରଥମେ ଥିଲା Free କ୍ୟୋଟେଗରୀ ଦେଶଙ୍କ ସୂଚୀରେ

Published By : Prameya-News7 Bureau | March 04, 2021 IST

ୱାସିଂଟନ ୪।୩: ଆମେରିକୀୟ ଥିଙ୍କ ଟ୍ୟାଙ୍କ ‘ଫ୍ରିଡମ ହାଉସ୍’ ଭାରତର ଫ୍ରିଡମ ରାଙ୍କିଙ୍ଗକୁ ଗତବର୍ଷ ତୁଳନାରେ ଆହୁରି ହ୍ରାସ କରିଛନ୍ତି। ପୂର୍ବରୁ ଭାରତ ଫ୍ରି କ୍ୟାଟେଗରୀ ଦେଶଙ୍କ ସୂଚୀରେ ଥିଲା। ତେବେ ଚଳିତବର୍ଷ ଜାରି ହୋଇଥିବା ତାଲିକାରେ ଭାରତ  ଆଂଶିକ ସ୍ୱତନ୍ତ୍ର ଦେଶଙ୍କ ସୂଚୀରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ବିଶ୍ୱର ଅନ୍ୟତମ ସର୍ବ ବୃହତ୍ତ ଗଣତାନ୍ତ୍ରିକ ଦେଶ ଭାରତରେ ଲୋକଙ୍କର ଆଉ ଶ୍ୱର ଉତ୍ତୋଳନ ସ୍ୱାଧୀନତା ନଥିବା ଏହି ଥିଙ୍କ ଟ୍ୟାଙ୍କ ଦାବି କରିଛି।

ଥିଙ୍କ ଟ୍ୟାଙ୍କ ଗତବର୍ଷ ଭାରତକୁ ସ୍ୱାତନ୍ତ୍ର୍ୟତା ଲାଗି ୭୦ ସ୍କୋର ଦେଇଥିଲେ ହେଲେ ୨୦୨୧ରେ ଏହା ୬୭କୁ ହ୍ରାସ ହୋଇଛି। ଏହି ଥିଙ୍କ ଟ୍ୟାଙ୍କ ବିଶ୍ୱର ଗଣତାନ୍ତ୍ରିକ ଦେଶମାନଙ୍କ ସ୍ୱତନ୍ତ୍ରତା ଉପରେ ଗବେଷଣା କରିଥାଏ। ଏଥିରେ ଥିଙ୍କ ଟ୍ୟାଙ୍କର ରିପୋର୍ଟ ଆମେରିକାକୁ ପ୍ରଭାବିତ ନ କରିବ ତାହା କହି ହେଉ ନାହିଁ। ମୋଦିଙ୍କ ହିନ୍ଦୁ ଜାତୀୟତାବାଦୀ ସରକାରରେ ମାନବାଧିକାର ସଙ୍ଗଠନଙ୍କ ଉପରେ ବଢୁଥିବା ଚାପ ସମେତ  ସାମ୍ବାଦିକଙ୍କୁ ଧମକ ଓ ବିଚାରବିଭାଗରେ ସରକାରଙ୍କ ହସ୍ତକ୍ଷେପ ବଢୁଥିବାର ରିପୋର୍ଟରେ କୁହାଯାଇଛି।

{"id":418038,"sizeSlug":"large","linkDestination":"none"}

ଫ୍ରିଡମ ହାଉସ୍ ବୁଧବାର ଭାରତ ଓ ଚୀନ୍‌ ନେଇ ରିପୋର୍ଟ ଜାରି କରିଛନ୍ତି। ଯେଉଁଥିରେ ମୋଦି ସରକାର ଦେଶରେ କରୋନା ଲକଡାଉନ କାଳରେ ଲୋକଙ୍କ ମୌଳିକ ଅଧିକାରର ଦୂରୁପୋଯୋଗ କରିଥିବା କୁହାଯାଇଛି। ସେହିପରି ଜାତୀୟତାବାଦୀ ସରକାରରେ ଭେଦଭାବପୂର୍ଣ୍ଣ ନୀତି ଓ ହିଂସା ମଧ୍ୟ ବୃଦ୍ଧି ହୋଇଥିବା ସୂଚିତ କରିଛନ୍ତି।

ତେବେ ଫ୍ରିଡମ ହାଉସ୍ ରିପୋର୍ଟରେ ଫିନଲ୍ୟାଣ୍ଡ, ନରୱେ ଏବଂ ସ୍ୱୀଡେନକୁ ସ୍ୱତନ୍ତ୍ରତାରେ ଶତ ପ୍ରତିଶତ ସ୍କୋର ଦେଇଛନ୍ତି। ଏଥିରେ ଗୃହଯଦ୍ଧ ବିଧ୍ୱଂସ୍ତ ସିରିଆକୁ ମାତ୍ର ଗୋଟିଏ ପଏଣ୍ଟ ମିଳିଛି। ସେହିପରି ତୀବ୍ଦତ ମଧ୍ୟ ଗୋଟିଏ ପଏଣ୍ଟ ପାଇଛି। ଗୋଟିଏ ଲେଖାଏଁ ପଏଣ୍ଟ ପାଇଥିବା ଦେଶରେ ନାଗରିକଙ୍କୁ ନିଜ ଶ୍ୱର ଉତ୍ତୋଳନ କରିବାର ବ୍ୟାକ୍ତିଗତ ସ୍ୱାଧୀନତା ମଧ୍ୟ ନାହିଁ। ଏହି ଥିଙ୍କ ଟ୍ୟାଙ୍କ ୨୫ ପ୍ରକାର ଅଲଗା ଅଲଗା ମାନଦଣ୍ଡରେ ବିଶ୍ୱର ବିଭିନ୍ନ ଦେଶଙ୍କ ବ୍ୟକ୍ତି ସ୍ୱାଧୀନତାର ଅଧ୍ୟୟାନ କରିଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.