କରୋନାରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନୂଆ ଗାଇଡଲାଇନ୍, ଜରୁରି ନୁହେଁ ଆଇସୋଲେସନ

Published By : Prameya-News7 Bureau | January 21, 2022 IST

ନୂଆଦିଲ୍ଲୀ ୨୧।୧: କରୋନା ସଂକଟରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏକ ନୂଆ ଗାଇଡଲାଇନ ଜାରି କରିଛନ୍ତି। ୨୨ ଜାନୁୟାରୀ ପରେ ରିସ୍କି ଦେଶମାନଙ୍କରୁ ଆସୁଥିବା ଲୋକଙ୍କ ଲାଗି ଦେଶରେ ଆଇସୋଲେସନ ଆଉ ଅନିବାର୍ଯ୍ୟ ନୁହେଁ ବୋଲି ଜାରି ଗାଇଡଲାଇନରେ କୁହାଯାଇଛି। ଏଥିରେ ଯଦି କୌଣସି ବ୍ୟକ୍ତି ଅସୁସ୍ଥ ମିଳନ୍ତି ଓ ପରୀକ୍ଷଣରୁ ସେ କୋଭିଡ ଆକ୍ରାନ୍ତ ଜଣାପଡନ୍ତି ତେବେ  ତାଙ୍କ ନମୁନା ଜିନୋମ ସିକ୍ୱେନସିଂ ଲାଗି ପଠାଯିବା ସହ ପ୍ରୋଟକଲ ଅନୁସାରେ ଚିକିତ୍ସିତ ହେବେ ବୋଲି କୁହାଯାଇଛି।

{"id":577436,"width":839,"height":470,"sizeSlug":"full","linkDestination":"none"}

ଦେଶରେ ଏବେ ଦୈନିକ ଯେତିକି ନୂଆ କରୋନା ମାମଲା ଚିହ୍ନଟ ହେଉଛି ତାହା ଗତ ଦିନମାନଙ୍କଠାରୁ ପ୍ରାୟ ୯ ପ୍ରତିଶତ ଅଧିକ ରହୁଛି।   ଗତ ୨୪ ଘଣ୍ଟାରେ ଦେଶରେ ୩.୪୭ ଲକ୍ଷ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମୟରେ ୭୦୩ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ ସାରା ବିଶ୍ୱରେ କରୋନା ଭାଇରସ ମାମଲା ବଢ଼ି ୩୪.୦୪ କୋଟି ପାର କରିଛି। ଏହି ମହାମାରୀ ଯୋଗୁ ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ ୫୫.୭ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି।

{"id":577437,"width":840,"height":420,"sizeSlug":"full","linkDestination":"none"}

ସମଗ୍ର ବିଶ୍ୱରେ ଆମେରିକା କରୋନାରେ ସର୍ବାଧିକ ପ୍ରଭାବିତ ହୋଇଛି। ଆମେରିକା ପଛକୁ ଭାରତୀୟ ଦ୍ୱିତୀୟ ସର୍ବାଧିକ ଦେଶ ପାଲଟିଥିବା ବେଳେ ତୃତୀୟ ସ୍ଥାନରେ ବ୍ରାଜିଲ ରହିଛି। ଭାରତରେ ଏପର୍ଯ୍ୟନ୍ତ ୩୮,୨୧୮,୭୭୩ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଦେଶରେ ୪ଲକ୍ଷ ୮୭ ହଜାର ୬୯୩ଟି ମୃତ୍ୟୁ ରେକର୍ଡ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.