Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IIFLରୁ ସୁନା ଲୁଟ୍ ମାମଲା : ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୫୦ କରୋନା ସଂକ୍ରମିତ, ୩୧୭୭୮୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||

ଚୀନ ସୀମାରେ ପାହାଡକୁ ଚିରି ଏମିତି ସଡକ ନିର୍ମାଣ କରୁଛନ୍ତି ଭାରତୀୟ ସେନା, ବର୍ଷ ଶେଷ ସୁଦ୍ଧା ହେବ ପୂରା

14/06/2020 at 5:54 PM

ନୂଆଦିଲ୍ଲୀ ୧୪।୦୬: ପୂର୍ବ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଏଲଏସିରେ ଜାରି ବିବାଦ ମଧ୍ୟରେ ଭାରତ ସଡକ ନିର୍ମାଣ ଜାରି ରଖିଛି। ଏହାର ନିର୍ମାଣ କରୁଥିବା ବର୍ଡର ରୋଡ୍ସ ଅର୍ଗାନାଇଜେସନ(BRO) ଆଶା ରଖିଛି ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ୨୫୫ କିଲୋମିଟର ଲମ୍ବା ଏହି ସଡକର ନିର୍ମାଣ ଶେଷ  ହୋଇଯିବ। ଦାରବୁକ-ଶ୍ୟୋକ-ଦୌଲତ ବେଗ ଓଲଡି ସଡକରେ ମୋଟ୍ ୮ଟି ପୋଲ ନିର୍ମାଣ ହେବ। ଏହି ସଡକ ନିର୍ମାଣ ହେଲେ ଲେହରୁ ଦୌଲତ ବେଗ୍ ଓଲଡି ମଧ୍ୟରେ ଯାତ୍ରା ମାତ୍ର ଛଅ ଘଣ୍ଟାରେ ପୂରା ହୋଇ ପାରିବ।

ସରକାରୀ ସୂତ୍ର ଅନୁଯାୟୀ, ଆଠଟି ପୋଲ ସହିତ ଏହି ସଡକର ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ଶେଷ ସୁଦ୍ଧା ପୂରା କରିବାକୁ ଯୋଜନା କରାଯାଉଛି। ଏଥିପାଇଁ ଲେହର ୮ଟି ସ୍ଥାନରେ ଝାରଖଣ୍ଡର ଶ୍ରମିକ ପହଞ୍ଚି ଯାଇଛନ୍ତି। ସେମାନଙ୍କର ଉପଯୁକ୍ତ ସ୍କ୍ରିନିଂ କରାଯାଇଛି। ଉଲ୍ଲେଖନୀୟ ପାହାଡି ଇଲାକାରେ କାମ କରିବାରେ ଝାରଖଣ୍ଡର ଶ୍ରମିକଙ୍କ ଅଭିଜ୍ଞତା ରହିଛି। ଲେହ ପରି ପରିବେଶରେ ସେମାନେ ଶୀଘ୍ର ଖାପ ଖୁଆଇ ପାରନ୍ତି।

ପୂର୍ବ ଲଦାଖରେ କାମ କରିବା ବହୁତ କଠିନ ରହିଛି। ବର୍ଷରେ କେବଳ ଚାରି ମାସ ଏଠାରେ କାମ କରିବା ସମ୍ଭବ। ତୁଷାରପାତ କାରଣରୁ ବାକି ସମୟ ଏଠାରେ ସବୁ କିଛି ଠପ୍ ହୋଇଯାଏ। ଏହି ସଡକର ନିର୍ମାଣ  ପ୍ରାୟ ଦୁଇ ଦଶନ୍ଧି ଧରି ଜାରି ରହିଛି। ୨୦୧୪ରେ ନରେନ୍ଦ୍ର ମୋଦୀ ସରକାର କ୍ଷମତାକୁ ଆସିବା ପରେ ଏହା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଉତ୍ତର ସେନା କମାଣ୍ଡର, ସୀମା ସଡକ ସଂଗଠନର ପ୍ରକଳ୍ପ ପ୍ରମୁଖ ଇଞ୍ଜିନିୟର ଓ ୮୧ ବ୍ରିଗେଡ୍‌ କମାଣ୍ଡର ଗତ ଅନେକ ବର୍ଷ ଧରି ସମନ୍ଵୟ ରଖି ଏହାକୁ ଶୀଘ୍ର ପୂରା କରିବାକୁ ପ୍ରୟାସ ଚଳାଇଛନ୍ତି।

ଶ୍ୟୋକ ନଦୀ ଅପର ପାର୍ଶ୍ଵର ଅଞ୍ଚଳ ସହିତ ଗଲଓ୍ଵାନ କ୍ଷେତ୍ରରେ ପାଟ୍ରୋଲିଂ ପଏଣ୍ଟ ୧୪କୁ ସଂଯୋଗ କରୁଥିବା ସେତୁ ମଧ୍ୟ ଏହି ସଡକ ସହିତ ଜଡିତ ରହିଛି। ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା ସହିତ ଅନେକ ସ୍ଥାନରେ ଗତିରୋଧ ଜାରି ରହିଛି। ଚୀନର ସେନା ନିଜର ବିପୁଳ ତୋପଖାନା ଓ ରେଜିମେଣ୍ଟ ସହିତ ୧୦ ହଜାରରୁ ଅଧିକ ସୈନିକଙ୍କୁ ଏଲଏସି ସୀମାରେ ମୁତୟନ କରି ଦେଇଛି। ଏହା ପରେ ଭାରତ ମଧ୍ୟ ବରାବର ସଂଖ୍ୟାରେ ସୈନିକ ମୁତୟନ କରିଛି। ଏହା ମଧ୍ୟରେ ଦୁଇ ଦେଶ ମଧ୍ୟରେ ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଲାଗି ପ୍ରୟାସ ଜାରି ରହିଛି।

   Related Posts