Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନ୍ୟୁଜିଲାଣ୍ଡକୁ ୩ଓ୍ବିକେଟରେ ହରାଇ ମହିଳା ଟି-୨୦ ସେମିରେ ଭାରତ

ମେଲବର୍ଣ୍ଣ ୨୭/୨: ମହିଳା ଟି-୨୦ ଓ୍ବାଲର୍ଡ଼ କପର ଗ୍ରୁପ୍ ମୁକାବିଲାରେ ଭାରତୀୟ ଟିମ୍ ନ୍ୟୁଜିଲାଣ୍ଡକୁ ୩ରନରେ ହରାଇଛି। ଏହା ସହ ଭାରତ ସେମିଫାଇନାଲରେ ନିଜ ସ୍ଥାନ ନିଶ୍ଚିତ କରିଛି। ଆଜି ମେଲବର୍ଣ୍ଣରେ ଖେଳା ଯାଉଥିବା ମ୍ୟାଚରେ ଭାରତ ଟସ୍ ହାରି ୮ଓ୍ବିକେଟରେ ୧୩୩ରନ୍ କରିଥିଲା ଏହାର ଜବାବରେ ନ୍ୟୁଜିଲାଣ୍ଡ ଟିମ୍ ୬ଓ୍ବିକେଟରେ ୧୩୦ରନ୍ କରିଥିଲା। ଭାରତ ଟୁର୍ଣ୍ଣାମେଣ୍ଟରେ ଲଗାତାର ତୃତୀୟ ଥର ବିଜୟ ହାସଲ କରିଛି। ଟିମ୍ ଆଗ ମୁକାବିଲାରେ ଅଷ୍ଟେଲିଆକୁ ୧୭ ଏବଂ ଏହା ପରେ ବାଙ୍ଗଲାଦେଶକୁ ୧୮ରନରେ ହରାଇ ଥିଲା।

ଭାରତ ପକ୍ଷରୁ ଶେଫାଳୀ ବର୍ମା ସବୁଠୁ ଅଧିକ ୪୬ରନ୍ ଏବଂ ତାନିଆ ଭାଟିଆ ୨୩ରନ୍ କରିଥିଲେ। ଶେଫାଳୀଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ୍ ବଛାଯାଇଥିଲା।

   Related Posts