Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ମହାକାଶକୁ ସଫଳ ଉତକ୍ଷେପଣ ହେଲା ପିଏସଏଲ୍ ଭି-ସି ୪୫

1/04/2019 at 12:17 PM

ଶ୍ରୀହରିକୋଟା ୧/୪: ମହାକାଶକୁ ସଫଳ ଉତକ୍ଷେପଣ ହେଲା ପିଏସଏଲ୍ ଭି-ସି ୪୫ ।  ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା ଇସ୍ରୋ ପକ୍ଷରୁ ସକାଳ ୯ଟା ୨୭ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ ଏହାକୁ ମହାକାଶକୁ ଉତକ୍ଷେପଣ କରାଯାଇଛି । ଭାରତର ଆମିସାଟ୍ ସହ ୨୮ଟି ବିଦେଶୀ ଉପଗୃହଙ୍କୁ ନେଇ ଏହା  ମହାକାଶକୁ ଯାତ୍ରା କରିଛି ।

  ପ୍ରଥମେ ୪୩୬ କିଲୋଗ୍ରାମ ବିଶିଷ୍ଟ ଆମିସାଟ୍ କୁ ୭୪୯ କିଲୋମିଟର ଉଚ୍ଚ  କକ୍ଷପଥରେ ସ୍ଥାପନ କରାଯିବ । ପରେ ଏହା ତଳକୁ ଖସି ୨୮ଟି ସାଟେଲାଇଟକୁ ୫୦୪ କିଲୋମିଟର ଉଚ୍ଚତାରେ ସ୍ଥାପନ କରିବ ।

ମୋଟ ୨୮ଟି ବିଦେଶୀ ଉପଗ୍ରହ ମଧ୍ୟରୁ ଆମେରିକାର ୨୪ଟି ରହିଥିବା ବେଳେ ଲିଥୁଆନିଆର ୨ଟି ଏବଂ ସ୍ପେନ ଓ ସ୍ବିଜରଲ୍ୟାଣ୍ଡର ଗୋଟିଏ ଲେଖାଏଁ ଉପଗ୍ରହ ରହିଛି । ପ୍ରତିରକ୍ଷା ଉନ୍ନୟନ ଗବେଷଣା ସଂସ୍ଥା ବା ଡିଆରଡିଓ ପକ୍ଷରୁ ନିର୍ମିତ ଏହି ଇଲେଟ୍ରୋନିକ୍ସ ଇଣ୍ଟେଲିଜେନ୍ସ ସାଟେଲାଇଟ୍ ପାଇଁ ଗତକାଲି ଠାରୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିଲା । 

   Related Posts