Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ପୁରୁଷ ହକି ବିଶ୍ୱକପ୍ ୨୦୧୮: ଭାରତକୁ ୨-୧ରେ ହରାଇ ସେମି ଫାଇନାଲରେ ନେଦରଲ୍ୟାଣ୍ଡସ୍, ଜର୍ମାନୀକୁ ୨-୧ରେ ହରାଇ ସେମି ଫାଇନାଲରେ ବେଲଜିୟମ୍

13/12/2018 at 10:58 PM

ଭୁବନେଶ୍ୱର ୧୩/୧୨: ହକି ବିଶ୍ବକପ୍ ରୁ ଭାରତର ଅଭିଯାନ ଶେଷ ହୋଇଛି ।କ୍ବାର୍ଟର ଫାଇନାଲରୁ ବିଦାୟ ନେଇଛି ଭାରତ । ନେଦରଲ୍ୟାଣ୍ଡସ୍ ଠାରୁ ୨-୧ ରେ ହାରି ଭାରତରଅଭିଯାନ ଶେଷ ହୋଇଯାଇଛି । ଏହି ହାଇ ଭୋଲଟେଜ୍ ମ୍ୟାଚ୍ ର ପ୍ରଥମ କ୍ବାର୍ଟରରେ ଭାରତ ୧୨ ମିନିଟ୍ ରେ ପେନାଲ୍ଟି କର୍ଣ୍ଣରରୁ ଆକାଶଦୀପ ସିଂ ପ୍ରଥମ ଗୋଲ୍  ଦେଇଥିଲେ । ଏହାର ଦୁଇ ମିନିଟ୍ ପରେ ନେଦରଲ୍ୟାଣ୍ଡ ଟିମ୍  ଗୋଟିଏ ଫିଲଡ୍  ଗୋଲ ଦେଇ ବରାବର ସ୍ଥିତିକୁ ନେଇ ଆସିଥିଲା । ଏହା ପରେ ଉଭୟ ଦଳ ଜୋର ଦାର ଲଢେଇ କରିଥିଲେ ବି କେହି କାହାରିକୁ ଗୋଲ୍  ଦେଇପାରିନଥିଲେ । ତେବେ ମ୍ୟାଚର ୫୦ ତମ ମିନିଟରେ ପେନାଲ୍ଟି କର୍ଣ୍ଣରରୁ ନେଦରଲ୍ୟାଣ୍ଡ ଦ୍ବିତୀୟ ଗୋଲ୍ ସ୍କୋର କରି ୨-୧ ରେ ଆଗୁଆ ରହିଥିଲା । 
ଏହାପରେ ଭାରତ ଗୋଲ ସୁଝାଇବାକୁ ଚେଷ୍ଟା କରିଥିଲେବି ନେଦଲ୍ୟାଣ୍ଡସ୍ ଡିଫେଣ୍ଡରଙ୍କୁ ଅତିକ୍ରମ କରିପାରିନଥିଲା । ଭାରତ ଭଲ ଖେଳ ପ୍ରଦର୍ଶନ କରିଥିଲେ ବି କେତେକ ସୁଯୋଗ ହାତ ଛଡା କରିଥିଲା ।

ସେପଟେ ହକି ବିଶ୍ବକପର ଆଜି ଖେଳାଯାଇଥିବା ତୃତୀୟ କ୍ବାର୍ଟର ଫାଇନାଲରେ ଜର୍ମାନୀକୁ ମାତ୍ ଦେଇଛି ବେଲଜିୟମ୍ । ୨-୧ ଗୋଲରେ ଜର୍ମାନୀକୁ ହରାଇ ସେମି ଫାଇନାଲରେ ସ୍ଥାନ ପକ୍କା କରିଛି ବେଲଜିୟମ୍ । ଆଜି ପରାଜୟ ସହ ଜର୍ମାନୀ ବି ବିଶ୍ବକପରୁ ଅଭିଯାନ ଶେଷ କରିଛି ।

   Related Posts