ବଢିଲା ଦେଶର ଶକ୍ତି: ଆମେରିକା, ରୁଷ ଓ ଚୀନର ହାଇପରସୋନିକ କ୍ଷେପଣାସ୍ତ୍ର କ୍ଲବରେ ସାମିଲ ହେଲା ଭାରତ

Published By : Prameya-News7 Bureau | September 07, 2020 IST

ନୂଆଦିଲ୍ଲୀ ୦୭।୦୯: ଭାରତ ହାଇପରସୋନିକ କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବଡ ସଫଳତା ହାସଲ କରିଛି। ଆମେରିକା, ରୁଷ ଓ ଚୀନ ପରେ ଭାରତ ଚତୁର୍ଥ ଦେଶରେ ପରିଣତ ହୋଇଛି, ଯିଏ ନିଜର ହାଇପରସୋନିକ ଟେକ୍ନୋଲୋଜି ବିକଶିତ କରିଛି ଏବଂ ଏହାର ସଫଳତାପୂର୍ବକ ପରୀକ୍ଷଣ ମଧ୍ୟ କରିଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ(ଡିଆରଡିଓ) ଓଡିଶାର ବାଲେଶ୍ଵରର ହ୍ଵିଲର ଦ୍ଵୀପରୁ ହାଇପରସୋନିକ ଟେକ୍ନୋଲୋଜି ହ୍ଵିକିଲ୍(HSTDV)ର ସଫଳ ପରୀକ୍ଷଣ କରିଛି। ହାଇପରସୋନିକ କ୍ଷେପଣାସ୍ତ୍ର ଶବ୍ଦର ଗତିଠୁ ଛଅ ଗୁଣ ଅଧିକ ବେଗରେ ଗତି କରିଥାଏ। ଅର୍ଥାତ ଶତ୍ରୁ ଦେଶର ଏୟାର ଡିଫେନ୍ସ ସିଷ୍ଟମ ଏହାର ଗତିବିଧିକୁ ମଧ୍ୟ ଧରି ପାରିବ ନାହିଁ।

{"id":326402,"sizeSlug":"large"}

ସଫଳ ପରୀକ୍ଷଣର ଅର୍ଥ କଣ ?

ସିଧା ଅର୍ଥରେ କହିବାକୁ ଗଲେ ଭାରତ ପାଖରେ ଏବେ ବିନା ବିଦେଶୀ ସାହାଯ୍ୟରେ ହାଇପରସୋନିକ କ୍ଷେପଣାସ୍ତ୍ର ବିକଶିତ କରିବାର କ୍ଷମତା ରହିଛି। ସୂଚନା ଅନୁଯାୟୀ ଡିଆରଡିଓ ଆଗାମୀ ପାଞ୍ଚ ବର୍ଷରେ ସ୍କ୍ରେମଜେଟ୍ ଇଞ୍ଜିନ ସହିତ ହାଇପରସୋନିକ କ୍ଷେପଣାସ୍ତ୍ର ନିର୍ମାଣ କରି ପାରିବ। ଏହାର ବେଗ ସେକେଣ୍ଡ ପ୍ରତି ଦୁଇ କିଲୋମିଟରରୁ ଅଧିକ ହେବ। ସବୁଠୁ ବଡ କଥା ଏଥିରେ ଅନ୍ତରୀକ୍ଷକୁ ଅଳ୍ପ ବଜେଟ୍‌ରେ ଉପଗ୍ରହକୁ ଉତ୍‌କ୍ଷେପଣ କରାଯାଇ ପାରିବ। HSTDVର ସଫଳ ପରୀକ୍ଷଣରେ ଭାରତକୁ ଆଗାମୀ ପିଢିର ହାଇପରସୋନିକ କ୍ଷେପଣାସ୍ତ୍ର ବ୍ରହ୍ମୋସ-II ପ୍ରସ୍ତୁତ କରିବାରେ ସାହାଯ୍ୟ ମିଳିବ। ବର୍ତ୍ତମାନ ଏହାକୁ ଡିଆରଡିଓ ଓ ରୁଷର ଏଜେନ୍ସି ମିଳିତ ଭାବେ ବିକଶିତ କରିଛନ୍ତି।

wp:html /wp:html

HSTDVରେ କଣ ଖାସ୍‌ ରହିଛି ?

ଏହି ସ୍କ୍ରେମଜେଟ୍‌ ଏୟାରକ୍ରାଫ୍ଟ ନିଜ ସହିତ ଦୀର୍ଘଗାମୀ ଏବଂ ହାଇପରସୋନିକ କ୍ରୁଜ୍ ମିଜାଇଲ ବହନ କରିବାକୁ ସକ୍ଷମ। ଏହା ଶବ୍ଦଠୁ ୬ ଗୁଣ ଅଧିକ ବେଗରେ ଗତି କରିପାରେ। ଏହା ଦୁନିଆର କୌଣସି ବି ଶତ୍ରୁର ଆଡ୍ଡାକୁ କିଛି ସମୟ ଭିତରେ ଲକ୍ଷ୍ୟଭେଦ କରି ପାରିବ। ସାଧାରଣ ବାଲାଷ୍ଟିକ କ୍ଷେପଣାସ୍ତ୍ର ଶତ୍ରୁର ରାଡାରରେ ଆସି ଯିବାର ସମ୍ଭାବନା ଥାଏ। ମାତ୍ର ହାଇପରସୋନିକ କ୍ଷେପଣାସ୍ତ୍ରକୁ ରାଡାର ଧରି ପାରିବ ନାହିଁ। ଏହି କାରଣରୁ ଶତ୍ରୁର ଏହାର ଗତିବିଧିର ସୂଚନା ପାଇ ପାରିବ ନାହିଁ। ଏହାର ଗତି ଏତେ କ୍ଷୀପ୍ର ଯେ ଶତ୍ରୁ ଦେଶ ମଧ୍ୟ ଏହା ଜାଣି ପାରିବେ ନାହିଁ।

{"id":326404,"sizeSlug":"large"}

କଣ ଏହି ହାଇପରସୋନିକ କ୍ଷେପଣାସ୍ତ୍ର

ହାଇପରସୋନିକ କ୍ଷେପଣାସ୍ତ୍ର ସେହି କ୍ଷେପଣାସ୍ତ୍ର ଯାହା ଶବ୍ଦର ଗତିଠୁ ୫ ଗୁଣ ଅଧିକ ବେଗରେ ଗତି କରିଥାଏ। ଏହା ଦୁଇ ପ୍ରକାରର ହୋଇଥାଏ। ପ୍ରଥମ ହାଇପରସୋନିକ କ୍ରୁଜ ମିସାଇଲ ଏବଂ ଦ୍ଵିତୀୟ ହାଇପରସୋନିକ ଗ୍ଲାଇଡ୍‌ ହ୍ଵିକିଲ୍। ଏହି କ୍ଷେପଣାସ୍ତ୍ର କିଛି ମିନିଟ୍‌ରେ ଦୁନିଆରେ ଯେ କୌଣସି ସ୍ଥାନରେ ଥିବା ନିଜର ଲକ୍ଷ୍ୟକୁ ଧ୍ଵସ୍ତ କରି ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.