ଉପଗ୍ରହ ନିରୋଧୀ କ୍ଷେପଣାସ୍ତ୍ର ‘ମିଶନ ଶକ୍ତି’ ର ସଫଳ ପରୀକ୍ଷଣ, ବିଶ୍ବର ଚତୁର୍ଥ ରାଷ୍ଟ୍ର କ୍ଷମତା ହାସଲ କଲା ଭାରତ

Published By : Prameya-News7 Bureau | March 27, 2019 IST

ଭୁବନେଶ୍ବର ୨୭|୩ : ଆଜି ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ଓଡ଼ିଶାର ଡ. ଏପିଜେ ଅବଦୁଲ କଲାମ୍ ଦ୍ବୀପରୁ ଉପଗ୍ରହ ନିରୋଧୀ କ୍ଷେପଣାସ୍ତ୍ର (ଆଂଟି ସାଟେଲାଇଟ୍ ମିସାଇଲ) ‘ମିଶନ ଶକ୍ତି’ ର ସଫଳ ପରୀକ୍ଷଣ କରିଛି । ଡିଆରଡିଓ ଦ୍ବାରା ବିକଶିତ ବିଏମଡି (ବାଲିଷ୍ଟିକ ମିସାଇଲ ଡିଫେନ୍ସ) ଇଂଟର  ସେପ୍ଟର  କ୍ଷେପଣାସ୍ତ୍ରକୁ  ନିମ୍ନ  ଭୂକକ୍ଷରେ  ଅବସ୍ଥିତ  ଏକ  ଭାରତୀୟ  ସାଟେଲାଇଟକୁ ଲକ୍ଷ୍ୟଭେଦ କରିବା ପାଇଁ ପ୍ରେରଣ କରାଯାଇଥିଲା । ଏହି ଇଂଟରସେପ୍ଟର କ୍ଷେପଣାସ୍ତ୍ର ଦୁଇଟି କଠିନ ରକେଟ୍ ବୁଷ୍ଟର ଥିବା ଏକ ତ୍ରିସ୍ତରୀୟ କ୍ଷେପଣାସ୍ତ୍ର । ରେଞ୍ଜ ସେନସରର ଡାଟା ଅନୁଯାୟୀ ଏହି ମିଶନ ଏହାର ସମସ୍ତ ଲକ୍ଷ୍ୟକୁ ପୂରଣ କରିଛି ।

ମହାକାଶରେ ଅବସ୍ଥିତ ସାଟେଲାଇଟକୁ ଲକ୍ଷ୍ୟଭେଦ କରିବାର କ୍ଷମତାକୁ ଏହି ପରୀକ୍ଷଣ ପ୍ରତିପାଦିତ କରିଛି । ବିଶ୍ବର ଚତୁର୍ଥ ରାଷ୍ଟ୍ର ଭାବେ ଭାରତ ଏହି କ୍ଷମତା ହାସଲ କରିଛି । ଡିଆରଡିଓ ବୈଜ୍ଞାନିକଙ୍କ ଏହି ପରୀକ୍ଷଣ ରାଷ୍ଟ୍ରର ଉନ୍ନତ ବୈଜ୍ଞାନିକ ଓ ପ୍ରଯୁକ୍ତି ଦକ୍ଷତାକୁ ପ୍ରମାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.