Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଭାରତ ସହ ସମ୍ପର୍କକୁ ନେଇ ବଡ ବୟାନ ଦେଲେ ଇସ୍ରାଏଲର ନୂଆ ବୈଦେଶିକ ମନ୍ତ୍ରୀ, କହିଲେ…

16/06/2021 at 7:58 AM

ନୂଆଦିଲ୍ଲୀ,୧୬|୦୬:  ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ ଭାବେ ନେଫଟାଲୀ ବେନେଟ୍ ଦାୟିତ୍ୱ ନେଇଛନ୍ତି । ନୂଆ ପ୍ରଧାନମନ୍ତ୍ରୀ ଶାସନଭାର ଗ୍ରହଣ କରିବା ପରେ ଭାରତ ଉପରେ କଣ ପ୍ରଭାବ ପଡିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଏହାମଧ୍ୟରେ ଇସ୍ରାଏଲ ବୈଦେଶିକ ମନ୍ତ୍ରୀ ୟେର୍ ଲାପିଡ୍ ବଡ ବୟାନ ଦେଇଛନ୍ତି ।

ଲାପିଡ୍ କହିଛନ୍ତି ଯେ, ଭାରତ ସହ ରାଜନୈତିକ ସମ୍ପର୍କକୁ ଆଗକୁ ବଢାଇବା ପାଇଁ ପ୍ରୟାସ କରାଯିବ । ଇସ୍ରାଏଲର ନୂଆ ବୈଦେଶିକ ମନ୍ତ୍ରୀଙ୍କ ବୟାନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଭାରତ ଋଷ ପରେ ସବୁଠାରୁ ଅଧିକ ଅସ୍ତ୍ରଶସ୍ତ୍ର ଇସ୍ରାଏଲଠାରୁ କିଣିଥାଏ ।

ସୂଚନାଯୋଗ୍ୟ, ବେଞ୍ଜାମିନ ନେତନ୍ୟାହୁ ସଂସଦରେ ଅଳ୍ପମତ ପାଇବା ପରେ ତାଙ୍କର ଦୀର୍ଘ ୧୨ ବର୍ଷ ଧରି ରାଜୁତି ଶେଷ ହୋଇଥିଲା । ନେତନ୍ୟାହୁଙ୍କ ପରେ ନେଫଟାଲୀ ବେନେଟ୍ ରବିବାର ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ଏହାପରେ ବୈଦେଶିକ ମନ୍ତ୍ରୀ ଭାବେ ଲାପିଡ୍ କାର୍ଯ୍ୟଭାର ଗ୍ରହଣ କରିଥିଲେ ।

ତେବେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଶୁଭେଚ୍ଛା ମେସେଜର ଟ୍ୱିଟରରେ ଉତ୍ତର ରଖିଥିଲେ ଲାପିଡ୍ ।ସେ କହିଥିଲେ ଯେ, ଉଭୟ ଦେଶ ମିଳିତ ଭାବେ ରାଜନୈତିକ ସମ୍ପର୍କକୁ ଆଗକୁ ବଢାଇବା ପାଇଁ କାମ କରିବେ । ଏହାସହ ଅତିଶୀଘ୍ର ଇସ୍ରାଏଲ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କୁ ସ୍ୱାଗତ କରିବ ବୋଲି ମଧ୍ୟ ଲାପିଡ୍ ଉଲ୍ଲେଖ କରିଥିଲେ ।

   Related Posts