Corona ଯୋଗୁ ନିଜକୁ ନିଜେ ଏକଘରକିଆ ହେଲା ଭାରତ, ଆଗାମୀ ୧ମାସ ପର୍ଯ୍ୟନ୍ତ ରହିବନି ବିଦେଶ ସମ୍ପର୍କ

Published By : Prameya-News7 Bureau | March 12, 2020 IST

ନୂଆଦିଲ୍ଲୀ ୧୨।୩:  କରୋନା ସଂକ୍ରମଣ ଯୋଗୁ ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ନିଜ ଆଡୁ ସମସ୍ତ ବିଦେଶ ସମ୍ପର୍କ ବିଛିନ୍ନ କରିଛି। ଆଗାମୀ ଏକମାସ ପର୍ଯ୍ୟନ୍ତ ଭାରତରୁ ବିଦେଶ ଯିବା ଲାଗି କାହାରିକୁ ଅନୁମତି ଦିଆଯିବନି କି ବିଦେଶରୁ କେହି ଦେଶକୁ ଆସିପାରିବେ ନାହିଁ। ଏଥିନିମନ୍ତେ ବୈଦେଶିକ ମନ୍ତ୍ରାଳୟ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଭିସା ନିଲମ୍ବନ କରିଛନ୍ତି।

{"id":236993,"sizeSlug":"large"}

କରୋନା ମ୍ୟାନ୍ ଟୁ ମ୍ୟାନ୍‌ କଣ୍ଟାକ୍ଟ ଯୋଗୁ ପ୍ରସାରିତ ହେଉଥିବା ଭୂତାଣୁ। ଏଣୁ ବିଦେଶରୁ ଭାରତ ଆସିଥିବା ଲୋକେ ଏଠାରେ କରୋନା ଚିହ୍ନଟ ହେବା ପରିସ୍ଥିତିକୁ ଜଟିଳ କରିଛି। ଏଣୁ ସ୍ୱାସ୍ଥ୍ୟ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବିଭିନ୍ନ ସମୟରେ ଆଡଭାଇଜରୀ ଓ ନୋଟିଫିକେସନ ଜାରି କରୁଛନ୍ତି। ଏଥିରେ ଯଦି ଅତ୍ୟନ୍ତ ଜରୁରି ହୁଏ  ତେବେ ବିଶେଷ ସ୍ଥିତିରେ ଭାରତୀୟ ମିସନଙ୍କ ଅନୁମତି ନେଇ କେହି ବିଦେଶ ଯାତ୍ରା କରିପାରନ୍ତି ବୋଲି ବୈଦେଶିକ ମନ୍ତ୍ରାଳୟ କହିଛନ୍ତି।

{"id":236996,"sizeSlug":"large"}

କରୋନା ଯୋଗୁ ଚୀନ ଗୁରୁତର ପ୍ରଭାବିତ ହୋଇଛି। ଏଠାରେ ସଂକ୍ରମିତ ୩ହଜାର ୧୬୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୦ ହଜାର ୭୯୩ ଲୋକ ସଂକ୍ରମିତ ବୋଲି ସୂଚନା ଦିଆଯାଉଛି। ତେବେ  ବାସ୍ତବ ସ୍ଥିତି ଏହାଠାରୁ ମଧ୍ୟ ଅଧିକ ଗୁରୁତର ବୋଲି ଆଶଙ୍କା କରାଯାଉଛି। ଚୀନ ପରେ କରୋନା ଇଟାଲୀରେ ଏବେ ଘାତକ ସାବ୍ୟସ୍ତ ହୋଇଛି। ଏଠାରେ ପ୍ରଥମ ସଂକ୍ରମିତଙ୍କ ଚିହ୍ନଟ ପରଠାରୁ ଏପର୍ଯ୍ୟନ୍ତ ୮୨୭ ଜଣଙ୍କ ମୃତ୍ୟୁ ହେଲାଣି।

{"id":236997,"width":575,"height":288,"sizeSlug":"large"}

ସେହିପରି ଉପସାଗରୀୟ ରାଷ୍ଟ୍ର ଇରାନରେ ମଧ୍ୟ କରୋନା ପରିସ୍ଥିତି ଗୁରୁତର । ଏଠାରେ କରୋନା ସଂକ୍ରମିତ ୩୫୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୯ ହଜାର ଲୋକେ ସଂକ୍ରମିତ ହେଲେଣି। ସେହିପରି ଆମେରିକାରେ କରୋନା ଯୋଗୁ ଏପର୍ଯ୍ୟନ୍ତ ୩୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ହଜାର ୩୦୨ ଜଣ ସଂକ୍ରମିତ ହୋଇଥିବାର ଅଧିକାରୀକ ଭାବେ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.