Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ମସୁଦ ଅଝହର ପରେ ଏବେ ପାକ୍ ଉପରେ ନଜର, ଅନ୍ତର୍ଜାତୀୟ ସ୍ତରରେ କଳାତାଲିକା ଭୁକ୍ତ କରିବାକୁ ଯୋଜନା କରୁଛି ଭାରତ

2/05/2019 at 8:04 PM

ନୂଆଦିଲ୍ଲୀ ୨।୫:  ଦୀର୍ଘ ୧୦ ବର୍ଷର ଉଦ୍ୟମପରେ ଭାରତ ଦେଶରେ ଅନେକ ଆତଙ୍କବାଦ ଆକ୍ରମଣର ମାଷ୍ଟରମାଇଣ୍ଡ  ମସୁଦ ଅଝହରକୁ ଜାତିସଂଘ ସୁରକ୍ଷା ପରିଷଦରେ କଳାତାଲିକା ଭୁକ୍ତ କରିଛି । ହେଲେ ଏତିକିରେ ଚୁପ ରହିବନି ଭାରତ । ଏବେ ଆତଙ୍କବାଦକୁ ଶରଣ ଓ ସଂରକ୍ଷଣ ଦେଉଥିବା ପାକ୍ ବିରୋଧରେ ବଡ ପଦକ୍ଷେପ ନେବ।  ଏଥିପାଇଁ ଭାରତର ଉଦ୍ୟମ ଆରମ୍ଭ ହୋଇଛି । 

ଜୈସ-ଏ-ମୋହମ୍ମଦ ମୁଖିଆ ମସୁଦ ଅଝହରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରାଯିବାର ଦିନକପରେ  ଏବେ ପାକିସ୍ତାନକୁ ଘେରିବାକୁ ନୂଆ ଯୋଜନାରେ ଭରତ କାର୍ଯ୍ୟ କରୁଥିବା  ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜୈଟଲୀ। ଆତଙ୍କବାଦୀଙ୍କୁ ସଂରକ୍ଷଣ ଓ ଶରଣ ପାଇଁ ପାକିସ୍ତାନକୁ କଳାତାଲିକା ଭୁକ୍ତ ଦେଶମାନଙ୍କ ସୂଚୀରେ ଅନ୍ତର୍ଭୁକ୍ତ କରିବାକୁ ଅନ୍ତର୍ଜାତୀୟ ମନିଲଣ୍ଡ୍ରିଂ ଏଣ୍ଡ ଟେରର ଓ୍ବାଚ୍ ଡଗ୍ କୁ ଭାରତ ନିବେଦନ କରିବ ବୋଲି କହିଛନ୍ତି ଜୈଟଲୀ ।

ଉଲ୍ଲେଖ ଯୋଗ୍ୟଯେ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ ଏଫଏଟିଏଫ ପୂର୍ବରୁ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖିଛନ୍ତି । ଏଫଏଟିଏଫଙ୍କ ଏହି ସୂଚୀରେ ସେହି ଦେଶମାନେ ଅଛନ୍ତି ଯେଉଁମାନେ ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଉଥିବାର ସନ୍ଦେହ କରାଯାଉଛି । ଏଣୁ ଭାରତର ଯୋଜନା ସମ୍ପର୍କରେ ପାକ୍ କୁ ସୂଚନା ମିଳିସାରିଲାଣି । ଆଉ କିଛି ଦିନ ପରେ ପ୍ୟାରିସରେ ଏଫଏଟିଏଫର ବୈଠକ ହେବ। ଏଥିରେ ପାକ୍ କୁ କଳାତାଲିକା ଭୁକ୍ତ ଦେଶଙ୍କ ସୂଚୀରେ ସାମିଲ କରିବା ପାଇଁ  ଭାରତ ନିବେଦନ କରିବ ବୋଲି ଜୈଟଲୀ ସାମ୍ବାଦିକଙ୍କୁ କହିଛନ୍ତି ।

ପାକ୍ ଆତଙ୍କବାଦ ସଙ୍ଗଠନ ଜୈସକୁ ଜାତି ସଂଘ ସୁରକ୍ଷା ପରିଷଦ ୨୦୦୧ ମସିହାରେ କଳାତାଲିକା ଭୁକ୍ତ କରିଥିଲା। ତେବେ ପାକ୍ ର ମିତ୍ର ରାଷ୍ଟ୍ର ଚୀନର ଚାପ ଯୋଗୁ ଅଜହରକୁ ପ୍ରତିବନ୍ଧିତ କରାଯାଇ ପାରିନଥିଲା। ପାକିସ୍ତାନରେ ଅଜହରକୁ ମିଳିଥିବା ଖୋଲା ଛୁଟ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଆତଙ୍କବାଦର ଜନକ ବୋଲି ଅଜହର କୁଖ୍ୟାତ ହୋଇସାରିଥିଲା। ତେବେ ସୁରକ୍ଷା ପରିଷଦ ଅଝହରକୁ ଆତଙ୍କବାଦୀ ଘୋଷଣା କରିଥିବାରୁ ଏବେ ଅଜହର ଓ ପାକିସ୍ତାନ ଉଭୟ ଏହାର ପରିଣାମ ଭୋଗ କରିବେ ବୋଲି ଜୈଟଲୀ କହିଛନ୍ତି ।

   Related Posts