Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଲଗାତାର ୭ ଟି-୨୦ ସିରିଜ୍‌ରେ ଅପରାଜେୟ ରହିଛି ଟିମ୍ ଇଣ୍ଡିଆ: ୫ ବର୍ଷ ହେବ ଇଂଲଣ୍ଡଠୁ ହାରି ନାହିଁ , ହ୍ୟାଟ୍ରିକ୍ ଜିତିବାର ସୁଯୋଗ

11/03/2021 at 5:38 PM

ଅହମ୍ମଦାବାଦ ୧୧।୦୩:  ଟେଷ୍ଟ ସିରିଜ୍‌କୁ ୩-୧ରେ ଜିତିବା ପରେ ଏବେ ଭାରତୀୟ ଦଳର ନଜର ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଉପରେ ରହିଛି। ଟେଷ୍ଟ ଅପେକ୍ଷା ଇଂଲଣ୍ଡର ଟି-୨୦ ଦଳ ବହୁତ ଶକ୍ତିଶାଳୀ ରହିଛି। ତେଣୁ ମୁକାବିଲା ବହୁତ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଅନ୍ୟପଟେ ଭାରତୀୟ ଦଳ ମଧ୍ୟ ଜୋରଦାରଫର୍ମରେ ରହିଛି ଏବଂ ଟି-୨୦ରେ ଗତ ସାତୋଟି ସିରିଜ୍‌ରେ ଦଳ ଅପରାଜୟ ରହିଛି। ଇଂଲଣ୍ଡ ଦଳ କୌଣସି ଟି-୨୦ ସିରିଜ୍‌ରେ ଗତ ପାଞ୍ଚ ବର୍ଷ ହେବ ଭାରତକୁ ପରାସ୍ତ କରି ପାରି ନାହିଁ।

ଟି-୨୦ କ୍ରିକେଟ୍‌ରେ ଭାରତୀୟ ଦଳକୁ କୌଣସି ଦ୍ଵିପାକ୍ଷିକ ସିରିଜ୍‌ରେ ଶେଷ ଥର ୨୦୧୯ରେ ଅଷ୍ଟ୍ରେଲିଆରେ ବିରୋଧରେ ପରାଜୟ ମିଳିଥିଲା।  ଭାରତରେ ଖେଳା ଯାଇଥିବା ଉକ୍ତ ସିରିଜ୍‌ରେ କଙ୍ଗାରୁ ଦଳ ୨-୦ରେ ସିରିଜ୍ ଜିତିଥିଲା। ଏହା ପରେ ଭାରତୀୟ ଦଳ ଓ୍ଵେଷ୍ଟଇଣ୍ଡିଜକୁ ଦୁଇ ଥର,  ବାଂଲାଦେଶ, ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆକୁ ଥରୁଟିଏ ଲେଖାଏଁ ଟି-୨୦ରେ ପରାସ୍ତ କରିଛି। ଦକ୍ଷିଣ ଆଫ୍ରିକା ସହିତ ସିରିଜ୍ ଡ୍ର ରହିଥିଲା।

ଭାରତୀୟ ଦଳ ଗତ ଇଂଲଣ୍ଡ ବିପକ୍ଷରେ କ୍ରମାଗତ ଦୁଇଟି ସିରିଜ୍‌ରେ ବିଜୟ ହାସଲ କରିଛି। ୨୦୧୭ରେ ଭରାତରେ ଖେଳାଯାଇଥିବା ସିରିଜ୍‌ରେ ଭାରତୀୟ ଦଳ ୨-୧ରେ ବିଜୟୀ ହୋଇଥିଲା। ଏହା ପରେ ୨୦୧୮ରେ ଇଂଲଣ୍ଡରେ ଅନୁଷ୍ଠିତ ସିରିଜ୍‌ରେ ମଧ୍ୟ ଭାରତୀୟ ଦଳ ୨-୧ରେ ସିରିଜ୍ ହାତେଇଥିଲା। ଏଥର ଯଦି ଭାରତୀୟ ଦଳ ବିଜୟୀ  ହୁଏ ତେବେ ଇଂଲଣ୍ଡ ବିପକ୍ଷରେ ସିରିଜ୍‌ ଜିତିବାରେ ହ୍ୟାଟ୍ରିକ ହେବ।

ଦ୍ଵିତୀୟ ଥର ଭାରତୀୟ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳିବାକୁ ଯାଉଛି। ଏହା ପୂର୍ବରୁ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୦୨୦ରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିଥିଲା। ଆଇସିସି ଟି-୨୦ ବିଶ୍ଵ କପ୍‌କୁ ଦୃଷ୍ଟିରେ ରଖି ସଂପ୍ରତି ଭାରତୀୟ ଦଳ ଦିନିକିଆ ତୂଳନାରେ ଟି-୨୦ ମ୍ୟାଚ୍ ଉପରେ ଅଧିକ ଧ୍ୟାନ ଦେଉଛି। ଚଳିତ ବର୍ଷ ଭାରତରେ ଟି-୨୦ ବିଶ୍ଵ କପ୍ ହେବାକୁ ଯାଉଛି।

ଭାରତ ଇଂଲଣ୍ଡକୁ ଗତ ଦୁଇଟି ଟି-୨୦ ସିରିଜ୍‌ରେ ପରାସ୍ତ କରିଥିଲେ ମଧ୍ୟ ଏହା ପୂର୍ବରୁ ଚାରୋଟି ସିରିଜ୍‌ରୁ ଇଂଲଣ୍ଡ ତିନୋଟିରେ ଭାରତକୁ ମାତ୍ ଦେଇଛି। ଉକ୍ତ ତିନି ସିରିଜ୍‌ରେ କେବଳ ଗୋଟିଏ ଲେଖଏଁ ମ୍ୟାଚ୍ ଖେଳା ଯାଇଥିଲା। ୨୦୧୨ରେ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ ୧-୧ରେ ଡ୍ର ରହିଥିଲା।

   Related Posts