ଦେଶର ସୁରକ୍ଷା ଲାଗି ମାଇଲଖୁଣ୍ଟ ହେଲା ୧୦ ସେପ୍ଟମ୍ବର, ନୌସେନାରେ INS ଧ୍ରୁବ ସାମିଲ

Published By : Prameya-News7 Bureau | September 10, 2021 IST

ନୂଆଦିଲ୍ଲୀ ୧୦।୯: ଭାରତୀୟ ନୌସେନାରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନ୍ୟୁକ୍ଲିୟର ମିସାଇଲ ଟ୍ରାକିଙ୍ଗ ଯୁଦ୍ଧଜାହାଜ ଆଇନଏନସ ଧ୍ରୁବ ସାମିଲ ହୋଇଛି। ଏହି ଯୁଦ୍ଧଜାହାଜ ଭାରତ ପ୍ରତି କୌଣସି ସ୍ଥାନରୁ ଆଣବିକ କ୍ଷେପଣାସ୍ତ୍ର ଆକ୍ଟିଭେଟ ହେବାମାତ୍ରେ ସୂଚିତ କରିଦେବା ସହ ଆକ୍ରମଣ ପ୍ରତିହତ କରିବାକୁ ମଧ୍ୟ ସକ୍ଷମ। ଏଣୁ ଚୀନ୍‌ ଓ ପାକିସ୍ତାନ ପକ୍ଷରୁ କୌଣସି ପ୍ରକାର ଆଣବିକ ଆକ୍ରମଣର ଜବାବ ଦେବାକୁ ଭାରତ ଏବେ ସକ୍ଷମ ବୋଲି କୁହାଯାଇଛି।

{"id":509288,"width":840,"height":490,"sizeSlug":"full","linkDestination":"none"}

ନ୍ୟୁକ୍ଲିୟର ମିସାଇଲ ଟ୍ରାକିଙ୍ଗ ସିଷ୍ଟମରେ ସଜ୍ଜିତ ଆଇଏନଏସ ଧ୍ରୁବର ଓଜନ ଅନୁନ୍ୟ ୧୦ ହଜାର ଟନ। ଏହା ଅତ୍ୟାଧୁନିକ ପ୍ରତିରକ୍ଷା ବ୍ୟବସ୍ଥା ସମ୍ପନ୍ନ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହା ଏହି ଶ୍ରେଣୀର ପ୍ରଥମ ଯୁଦ୍ଧପୋତ ଯାହା ଦୀର୍ଘ ଦୂରତାରୁ ପରମାଣୁ କ୍ଷେପଣାସ୍ତ୍ରକୁ ଟ୍ରାକ କରିବା ସହ ଏହାକୁ ନିଶେଷ କରିବାକୁ ମଧ୍ୟ ସକ୍ଷମ। ଏହାକୁ ଭିସି-୧୧୧୮୪ ନାମରେ ମଧ୍ୟ ଜଣାଯାଏ।

ଆଇଏନଏସ ଧ୍ରୁବକୁ ଏନଟିଆରଓଙ୍କ ସହଯୋଗରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ଆନ୍ଧ୍ରପ୍ରଦେଶ ବିଶାଖା ପାଟଣାସ୍ଥିତ ହିନ୍ଦୁସ୍ଥାନ ଶିପ୍‌ୟାର୍ଡରେ ବିକଶିତ କରିଛନ୍ତି। ଏହି ଯୁଦ୍ଧତରୀ ସମୁଦ୍ର ତଳେ ଶତ୍ରୁର ବୁଡାଜାହାଜ ଠାବ କରିବା ସହ ଏହାର ମ୍ୟାପିଙ୍ଗ କରିବାକୁ ମଧ୍ୟ ସକ୍ଷମ। ଏହା ବ୍ୟତୀତ ଏହି ଯୁଦ୍ଧଜାହାଜ ଗୁଇନ୍ଦା ଉପଗ୍ରହର ସନ୍ଧାନ ଲାଗି ସମୁଦ୍ର ଉପରେ ମଧ୍ୟ ନଜର ରଖିବ।

{"id":509292,"sizeSlug":"large","linkDestination":"none"}

କେବଳ ଏତିକି ନୁହେଁ ଏହା ଭାରତ ସାଗର ସୀମାରେ ରହି ମଧ୍ୟ ଗଲଫ ଅଫ ଏଡେନ, ଷ୍ଟ୍ରେଟ୍‌ ଅଫ ମଲାକା, ସୁଣ୍ଡା, ଲୋମ୍ବାକ, ଓମ୍ବାଇ, ୱେଟାର ଷ୍ଟ୍ରେଟ୍‌ ଦେଇ ଦକ୍ଷିଣ ଚୀନ୍‌ ସାଗର ଉପରେ ମଧ୍ୟ ନଜର ରଖିପାରୁଛି। ଏହି ଯୁଦ୍ଧତରୀ ଭାରତୀୟ ନୌସେନାରେ ସାମିଲ ହେବା ସହ ଭାରତ ଏବେ ଏପରି ଯୁଦ୍ଧାସ୍ତ୍ର ରଖିବାରେ ବିଶ୍ୱର ପଞ୍ଚମ ରାଷ୍ଟ୍ରରେ ପରିଣତ ହୋଇଛି। ପୂର୍ବରୁ କେବଳ ଆମେରିକା, ଋଷିଆ, ଫ୍ରାନ୍ସ ଓ ଚୀନ୍‌ର ଏହି ପ୍ରକାରର ଅତ୍ୟାଧୁନିକ ଯୁଦ୍ଧତରୀ ରହିଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.