ସୈତାନର ବେଦପାଠ : ଇମ୍ରାନ ଖାନ୍ଙ୍କ ମୁହଁ ଇସ୍ପାତର ଜବାବ ଦେବା ପାଇଁ ଭାରତ ପ୍ରସ୍ତୁତ

Published By : Prameya-News7 Bureau | February 19, 2019 IST

ନୂଆଦିଲ୍ଲୀ୧୯|୨: ପୁଲୱାମା ଘଟଣାର ୬ ଦିନ ପରେ ମୁହଁ ଖୋଲିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ଏଣେ ଶାନ୍ତିର କଥା କହୁଥିଲେ ତେଣେ ଭାରତକୁ ଚେତାବନୀ ବି ଦେଉଥିଲେ। ଘର କଣରେ ଆତଙ୍କବାଦୀକୁ ଲୁଚେଇ ରଖି ଏଣେ ଭାରତଠାରୁ ମାଗୁଥିଲେ ପ୍ରମାଣ । ଆଉ ଇମ୍ରାନଙ୍କ ଏ କଥା ଆସିବା ପରେ ଭାରତପଟୁ ବିଭିନ୍ନ ସ୍ତରରେ ଆସିଥିଲା ଜବାବ।

{"id":86882,"width":595,"height":347}

ମୁହଁ ଇସ୍ପାତ ଦେହ କିନ୍ତୁ ଶନିପାତ୍‌ । ଏଣେ ତ୍ରାହି ତ୍ରାହି କରି ଜାତିସଂଘକୁ ଚିଠି ତେଣେ ଟିଭିରେ ଧମକବାଣୀ । ପାକିସ୍ତାନର ଏମିତି ଇସ୍ପାତିଆ ଓ ଶନିପାତିଆ ଚେହେରା ଦେଖିବାକୁ ମିଳିଥିଲା। ପୁଲୱାମା ଘଟଣାରେ ସାରା ଭାରତର କ୍ରୋଧ ଆଉ ଭାରତୀୟ ସେନାର କଡ଼ା ଚେତାବନୀ ପରେ ମୁହଁ ଖୋଲିଥିଲେ ଇମ୍‌ରାନ ଖାନ । କରିଥିଲେ ସୈତାନର ବେଦପାଠ। ଭାରତକୁ ଶାନ୍ତିର ପରାମର୍ଶ ଦେଇଥିଲେ। ଆତଙ୍କବାଦୀଙ୍କୁ ଆର୍ମି ହସ୍ପିଟାଲରେ ଲୁଚେଇ ରଖି ଭାରତଠାରୁ ମାଗୁଥିଲେ ପ୍ରମାଣ। ଆଉ ଶେଷରେ କହିଥିଲେ ଭାରତ ଆକ୍ରମଣ କଲେ ଜବାବ ଦେବେ।

{"id":86883,"width":594,"height":334}

ଇମ୍ରାନ ଯେ ଚାପରେ ଅଛନ୍ତି ତାହା ତାଙ୍କ କଥାରୁ ହିଁ ଜଣା ପଡୁଥିଲା। ନାଁକୁ କିନ୍ତୁ ହାଁଉଁ କରୁଥିଲେ। କାରଣ ଆଜି ସକାଳେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମ୍ମୁଦ କ୍ୟୁରେସି ଜାତିସଂଘ ମହାସଚିବଙ୍କୁ ଚିଠି ଲେଖି ତୁରନ୍ତ ହସ୍ତକ୍ଷେପ ଲୋଡ଼ିଥିଲେ। ପୁଲୱାମା ଘଟଣା ପରେ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନାକୁ ଥଣ୍ଡା କରିବାଲାଗି ସାହାଯ୍ୟ ଲୋଡ଼ିଥିଲେ। ପାକିସ୍ତାନର ଏମିତି ଦୋମୁହଁ ଚରିତ୍ର ଦେଖି ଭାରତରୁ ଆସିଛି ତୀବ୍ର ପ୍ରତିକ୍ରିୟା।

{"id":86884,"width":596,"height":292}

ସୀମା ସେପଟେ ଥିବା ଆତଙ୍କବାଦିଙ୍କ ଆଡ୍ଡାକୁ ହଟେଇଦେଲାଣି ପାକିସ୍ତାନ। ସୀମାରେ ସେନା ଠୁଳ କଲାଣି। କିନ୍ତୁ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଇଚ୍ଛା ହଉନି। ଏହାହିଁ ପାକିସ୍ତାନର ଦୋମୁହାଁ ନୀତି।

{"id":86885,"width":597,"height":336}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.