ସାମରିକ ଖର୍ଚ୍ଚରେ ବିଶ୍ୱରେ ୩ ପ୍ରମୂଖ ଦେଶ ମଧ୍ୟରେ ଭାରତ

Published By : Prameya-News7 Bureau | April 28, 2020 IST

ନୂଆଦିଲ୍ଲୀ ୨୮/୦୪ : ଏହି ଦଶନ୍ଧିରେ ବିଶ୍ୱରେ ସାମରିକ ଖର୍ଚ୍ଚର ହିସାବରୁ ୨୦୧୯ରେ ଏହା ସର୍ବାଧିକ | ୨୦୧୯ ମସିହାରେ ବାର୍ଷିକ ସାମରିକ ଖର୍ଚ୍ଚ ୩.୬ ପ୍ରତିଶତ ବୃଦ୍ଧି ପାଇଛି | ତେବେ ସାମରିକ ଖର୍ଚ୍ଚ ପରିମାଣରେ ସବୁଠାରୁ ଆଗରେ ଅଛି ଆମେରିକା | ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଚୀନ ଓ ତୃତୀୟରେ ରହିଛି ଭାରତ | ଷ୍ଟକହୋମ ସ୍ଥିତ ଇଣ୍ଟରନ୍ୟାସନାଲ ପିସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ଏସଆଇପିଆରଆଇ) ଜାରି କରିଥିବା ରିପୋର୍ଟରୁ ଏହା ଜଣାପଡିଛି | ଏସଆଇପିଆରଆଇ  ପକ୍ଷରୁ ସୋମବାର ଜାରି ବିବୃତ୍ତିରେ କୁହାଯାଇଛି ଯେ, ସାନରିକ ଖର୍ଚ୍ଚରେ ଆମେରିକା ପ୍ରାୟ ଆଗରେ ଥିବା ବେଳେ ପ୍ରଥମଥର ପାଇଁ ଚୀନ ଓ ଭାରତ ସାମରିକ ଖର୍ଚ୍ଚର ଶୀର୍ଷ ଦେଶ ତାଲିକା ମଧ୍ୟରେ ସାମିଲ ହୋଇଛନ୍ତି ।

{"id":261386,"sizeSlug":"large"}

ଏସଆଇପିଆରଆଇ ରିପୋର୍ଟ ଅନୁସାରେ, ୨୦୧୯ ମସିହାରେ ବିଶ୍ୱର ମୋଟ ସାମରିକ ଖର୍ଚ୍ଚ ୧୯୧୭ କୋଟି ଡଲାର | ୨୦୧୮ ମସିହାରେ ହୋଇଥିବା ସାମରିକ ଖର୍ଚ୍ଚ ତୁଳନାରେ ଏହା ୩.୬ ପ୍ରତିଶତ ବୃଦ୍ଧି ପାଇଛି | ତେବେ ୨୦୧୦ ମସିହା ପରେ ଏହା ସବୁଠାରୁ ଅଧିକ ବୃଦ୍ଧି ହୋଇଥିବା ଜଣାପଡିଛି | ସାମରିକ ବାହିନୀ ଖର୍ଚ୍ଚରେ ସବୁଠାରୁ ଆଗରେ ରହିଛି ଆମେରିକା | ୨୦୧୯ ମସିହାରେ ଆମେରିକା ତାର ସେନାବାହିନୀକୁ ଅଧିକ ଶକ୍ତିଶାଳୀ କରିବା ଲାଗି ୭୩୨ କୋଟି ଡଲାର ଖର୍ଚ୍ଚ କରିଥିଲା | ୨୦୧୮ ମସିହା ତୁଳନାରେ ତାହା ୫.୩ ପ୍ରତିଶତ ଅଧିକ | ଏହି ଅର୍ଥ ପରିମାଣ ପୁରା ଦୁନିଆରେ ହେଉଥିବା ମୋଟ ସାମରିକ ଖର୍ଚ୍ଚର ୩୮ ପ୍ରତିଶତ | ବର୍ତ୍ତମାନ ସାମରିକ ଶକ୍ତି ବୃଦ୍ଧି ଲାଗି ହେଉଥିବା ଖର୍ଚ୍ଚରେ , ଅଧିକ ବ୍ୟୟ କରୁଥିବା ଦେଶଙ୍କ  ତାଲିକାରେ ଭାରତ ମଧ୍ୟ ସାମିଲ ହୋଇଛି | ଚୀନର ସାମରିକ ଖର୍ଚ୍ଚ ୨୦୧୮ ମସିହା ତୁଳନାରେ ୫.୧ ପ୍ରତିଶତ ବୃଦ୍ଧି ପାଇ ୨୬୧ କୋଟି ଡଲାର ହୋଇଛି | ଭାରତର ସାମରିକ ଖର୍ଚ୍ଚ ୬.୮ ପ୍ରତିଶତ ବଢି  ହୋଇଛି ୭୧.୧ କୋଟି ଡଲାର |ଯଦିଓ ଆମେରିକା ଏବଂ ଚୀନ ତୁଳନାରେ ଭାରତର ସାମରିକ ଖର୍ଚ୍ଚ ଢେର କମ୍ ।

{"id":261387,"sizeSlug":"large"}

ଏସଆଇପିଆରଆଇର ବରିଷ୍ଠ ଅଧିକାରୀ ସିମୋନ ଟି. ବେଜିମନ କହିଛନ୍ତି ଯେ, ଭାରତରେ ସାମରିକ ଖର୍ଚ୍ଚରେ ବୃଦ୍ଧିର କାରଣ ଦୁଇ ପଡୋଶୀ ଦେଶ ପାକିସ୍ତାନ ଓ ଚୀନ ସହ ଜାରି ରହିଥିବା ଶତ୍ରୁତା | ରିପୋର୍ଟ ଅନୁଯାୟୀ, ସାମରିକ ବାହିନୀରେ ସବୁଠାରୁ ଅଧିକ ଖର୍ଚ୍ଚ କରୁଥିବା ଦୁନିଆର ୫ଟି ଶୀର୍ଷ ଦେଶ ହେଲା ଆମେରିକା, ଚୀନ, ଭାରତ, ଋଷ ଏବଂ ସାଉଦି ଆରବ | ସାରା ଦୁନିଆର ମୋଟ ସାମରିକ ଖର୍ଚ୍ଚରେ ଏହି ଦେଶମାନେ ୬୨ ପ୍ରତିଶତ ଅଂଶୀଦାର |

{"id":261388,"sizeSlug":"large"}

ଏସିଆରେ ଭାରତ ଓ ଚୀନ ଛଡା ସାମରିକ ଜିନିଷ ପ୍ରତି ସବୁଠାରୁ ଅଧିକ ଖର୍ଚ୍ଚ କରୁଥିବା ଦେଶମାନଙ୍କ ମଧ୍ୟରେ ଜାପାନ ଓ ଦକ୍ଷିଣ କୋରିଆ ମଧ୍ୟ ସାମିଲ ଅଛି | ୨୦୧୯ ମସିହାରେ ଜାପାନରେ ବାର୍ଷିକ ସାମରିକ ଖର୍ଚ୍ଚ ୪୭.୬ କୋଟି ଡଲାର ହୋଇଥିବାବେଳେ ଦକ୍ଷିଣ କୋରିଆର ୪୩.୯ କୋଟି ଡଲାର ହୋଇଛି | ରିପୋର୍ଟ ଅନୁଯାୟୀ, ୧୯୮୯ ମସିହା ପରେ ପ୍ରତି ବର୍ଷ ସାମରିକ ଖର୍ଚ୍ଚରେ ଅଭିବୃଦ୍ଧି ଘଟିଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.