Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଭାରତ ମହାନ ନୁହେଁ ବଦନାମ… ଏମିତି କାହିଁକି କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ?

28/05/2021 at 5:01 PM

ଭୋପାଳ ୨୮।୦୫: କରୋନା ଭାଇରସ୍‌ର ଭାରିଏଣ୍ଟକୁ ଭାରତ ଭାରିଏଣ୍ଟ କହି ବିଜେପି ନିଶାଣରେ ରହିଥିବା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବେ ଆଉ ଏକ ଅରୁଚିକର ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି ଭାରତ ମହାନ ନୁହେଁ, ଭାରତ ବଦନାମ। ସେ କହିଛନ୍ତି ସ୍ଥିତି ଏମିତି ଯେ, ଭାରତୀୟଙ୍କ ଉପରେ ସବୁ ଦେଶ କଟକଣା  ଲଗାଇଛନ୍ତି। ଏଥିପାଇଁ କେନ୍ଦ୍ରର ବିଜେପି ସରକାରଙ୍କୁ ସେ ଦାୟୀ କରିଛନ୍ତି।

କଂଗ୍ରେସ ନେତା ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ଭାରତ ମହାନ ହୋଇନି, ବଦନାମ ହୋଇଛି। ସବୁ ଦେଶ ଭାରତ ଲୋକଙ୍କ ଉପରେ ରୋକ୍ ଲଗାଇଛନ୍ତି। ଏପରିକି ନ୍ୟୁୟର୍କରେ ଟ୍ୟାକ୍ସି ଚଳାଉଥିବା ଭାରତୀୟଙ୍କ ଟ୍ୟାକ୍ସିରେ କେହି ବସିବାକୁ ପ୍ରସ୍ତୁତ ନାହାନ୍ତି। ମୋଦୀ ଏମିତି ଦେଶକୁ ବଦନାମ କରିଥିବା କମଲନାଥ କହିଛନ୍ତି।

କମଲନାଥ ପ୍ରଥମେ ବିଦେଶକୁ କରୋନା ଟିକା ରପ୍ତାନୀ କରିବା ଏବଂ ଏବେ ଆମଦାନୀ କରିବା ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। କମଲନାଥ କହିଛନ୍ତି, ମୋଦୀ କହୁଥିଲେ ଆମେ କୋଭିଡ୍ ଲଢେଇ ଜିତିଗଲୁ। କହୁଥିଲେ ଆମେ ବିଶ୍ଵର ଫାର୍ମାସୀ। ଆଜି କହୁଛନ୍ତି ଗ୍ଲୋବାଲ ଟେଣ୍ଡ ବାହାର କର। ଭ୍ୟାକ୍ସିନ ବିଦେଶରୁ ଆମଦାନୀ କର।  ଓଲଟା ଭାରତ ଆଜି ବିଶ୍ଵ ଦରବାରରେ ବଦନାମ ହୋଇଛି ବୋଲି କମଲନାଥ କହିଛନ୍ତି।

ଉଲ୍ଲେଖନୀୟ କମଲନାଥ ସଂକ୍ରମଣ ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରୁଥିବା ବେଳେ ଅନ୍ୟପଟେ ସାମାଜିକ ଦୂରତା ନିୟମର ଖୁଲମଖୁଲା ଉଲ୍ଲଂଘନ କରି ତାଙ୍କ ନିକଟରେ ଅନେକ ଲୋକ ଉପସ୍ଥିତ ଥିଲେ। ଏପରିକି କିଛି ଲୋକଙ୍କ ମୁହଁରେ ମାସ୍କ ମଧ୍ୟ ନଥିଲା। ଖୋଦ୍ କମଲନାଥ ଠିକ୍‌ ଭାବେ ମାସ୍କ ପିନ୍ଧିନଥିଲେ। ତାଙ୍କ ମାସ୍କ ନାକ ତଳେ ରହିଥିଲା।

   Related Posts