ଭାରତ ତିଆରି କରୁଛି କରୋନା କିଲର ନାଜାଲ ସ୍ପ୍ରେ, ଟିକାଠୁ ବି ଅଧିକ ପ୍ରଭାବଶାଳୀ ? ଓଡିଶାରେ ହେବ ଟ୍ରାଏଲ

Published By : Prameya-News7 Bureau | January 07, 2021 IST

ନୂଆଦିଲ୍ଲୀ ୦୭/୦୧: ଭାରତକୁ କରୋନା ଭ୍ୟାକସିନ ମୋର୍ଚ୍ଚାରେ ଖୁବ୍ ଶୀଘ୍ର ଆଉ ଏକ ଭଲ ଖବର ମିଳିପାରେ। ଭାରତ ବାୟୋଟେକ୍ ଦେଶରେ  ଜଲଦି ନାଜାଲ ଭ୍ୟାକସିନର ପରୀକ୍ଷଣ  ଆରମ୍ଭ କରିବାକୁ ଯାଉଛି। ନାଗପୁରରେ ଏହି ଭ୍ୟାକସିନର ପ୍ରଥମ ଏବଂ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯିବ। ନାଜାଲ ଭ୍ୟାକସିନକୁ ନାକ ଜରିଆରେ ଦିଆଯାଉଥିବା ବେଳେ ଏ ପର୍ଯ୍ୟନ୍ତ ଭାରତରେ ମଞ୍ଜୁରୀ ମିଳିଥିବା ଦୁଇଟି ଭ୍ୟାକସିନକୁ ହାତରେ ଇଞ୍ଜେକ୍ସନ ଜରିଆରେ ଦିଆଯାଏ।

ଭାରତ ବାୟୋଟେକ୍‌ର ଡ. କୃଷ୍ଣା ଇଲ୍ଲାଙ୍କ ଅନୁଯାୟୀ, ତାଙ୍କ କମ୍ପାନୀ ଏହି ଭ୍ୟାକସିନ ପାଇଁ ଓ୍ଵାଶିଂଟନ ୟୁନିଭର୍ସିଟି ସହିତ ଚୁକ୍ତି କରିଛନ୍ତି। ଏହି ଭ୍ୟାକସିନରେ ଦୁଇ ପରିବର୍ତ୍ତେ ଗୋଟିଏ  ହିଁ ଡୋଜ୍ ଦିଆଯାଏ। ଗବେଷଣାରେ ଏହା ବହୁତ ପ୍ରଭାବଶାଳୀ ଥିବା ଜଣା ପଡିଛି।

ଡ ଚନ୍ଦ୍ରଶେଖରଙ୍କ ଅନୁଯାୟୀ, ଆଗାମୀ ଦୁଇ ସପ୍ତାହରେ ନାଜାଲ କୋଭ୍ୟାକସିନର ଟ୍ରାଏଲ ଆରମ୍ଭ କରାଯିବ। ନାକରେ ଦିଆଯାଉଥିବା ଏହି ଭ୍ୟାକସିନ ଇଞ୍ଜେକ୍ସନରେ ଦିଆଯାଉଥିବା ଭ୍ୟାକସିନ ଅପେକ୍ଷା ଉନ୍ନତ। ଭାରତ ବାୟୋଟେକ୍ ଖୁବ୍ ଶୀଘ୍ର ଏହି ଟ୍ରାଏଲକୁ ନେଇ ଡିସିଜିଆଇ ସାମ୍ନାରେ ପ୍ରସ୍ତାବ ରଖିବ।

ସୂଚନା ଅନୁଯାୟୀ, ଭୁବନେଶ୍ଵର-ପୁଣେ-ହାଇଦ୍ରାବାଦରେ ମଧ୍ୟ ଏହି ଭ୍ୟାକସିନର  ଟ୍ରାଏଲ ହେବ। ଏଥିପାଇଁ ୧୮  ରୁ ୬୫ ବର୍ଷ ମଧ୍ୟରେ ପ୍ରାୟ ୪୦ ରୁ ୪୫ ସ୍ଵେଚ୍ଛାକୃତଙ୍କୁ ଚୟନ କରାଯିବ। ସୂଚନାଯୋଗ୍ୟ, ଭାରତ ବାୟୋଟେକ୍ ସଂପ୍ରତି ଦୁଇଟି ଇଣ୍ଟ୍ରା-ନାଜାଲ ଭ୍ୟାକସିନ ଉପରେ କାମ କରୁଛି। ଦୁଇ ଭ୍ୟାକସିନ ଆମେରିକାର ଅଟେ।

କଣ ଏହି ନାଜାଲ ଭ୍ୟାକସିନ ?

ଉଲ୍ଲେଖଯୋଗ୍ୟ, ଏ ପର୍ଯ୍ୟନ୍ତ  ଯେଉଁ ଭ୍ୟାକସିନ ବଜାରକୁ ଆସିଛି ତାକୁ ବ୍ୟକ୍ତିଙ୍କ ହାତରେ ଇଞ୍ଜେକ୍ସନ ଜରିଆର ଟିକା ଦିଆଯାଏ। ମାତ୍ର ନାଜାଲ ଭ୍ୟାକସିନକୁ ନାକ ଜରିଆରେ ଦିଆଯାଇଥାଏ। କାରଣ ନାକ ଜରିଆରେ ହିଁ ଅଧିକ ଭାଇରସ୍ ବ୍ୟାପିବାର ସମ୍ଭାବନା ଅଧିକ ରହିଥାଏ। ତେଣୁ ଏହି ଭ୍ୟାକସିନ ଅଧିକ ପ୍ରଭାବଶାଳୀ ହେବାର ଅଧିକ ସମ୍ଭାବନା ରହିଥିବା କୁହାଯାଉଛି।

ଓ୍ଵାଶିଂଟନ ସ୍କୁଲ ଅଫ ମେଡିସିନ ରିସର୍ଚ୍ଚ ଅନୁଯାୟୀ, ଯଦି ନାକ ଦ୍ଵାରା ଭ୍ୟାକସିନ ଦିଆଯାଏ ତେବେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଉନ୍ନତ ଏବଂ ପ୍ରଭାବଶାଳୀ ଭାବେ ପ୍ରସ୍ତୁତ ହୋଇଥାଏ। ଏହି ନାକରେ କୌଣସି ପ୍ରକାରର ସଂକ୍ରମଣକୁ ଆସିବାରେ ରୋକିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.