Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ପ୍ରବାସୀ ଶ୍ରମିକଙ୍କୁ ଅଧା ରାସ୍ତାରେ ଓହ୍ଲାଇଦେଲା ବସ୍, ଅଭିଯୋଗ ପରେ ବସ୍ ସହ ଡ୍ରାଇଭର ଓ କଣ୍ଡକ୍ଟର ଅଟକ
  • ||
  • ଚାନ୍ଦବାଲି : ୨ ଦିନ ଆଖଣ୍ଡଳମଣୀଙ୍କ ମନ୍ଦିର ବନ୍ଦ, ଜଣେ ସେବାୟତ କରୋନା ପଜିଟିଭ୍ ପରେ ପ୍ରଶାସନର ପଦକ୍ଷେପ
  • ||
  • ଟାଙ୍ଗୀ : ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ହେଲପର ମୃତ, ଡ୍ରାଇଭର ଗୁରୁତର
  • ||
  • ରାଇରଙ୍ଗପୁର : ସ୍କୁଲ ନିକଟ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା
  • ||
  • ସୋର : ଭୁବନେଶ୍ବର-କୋଲକତା ଜନଶତାବ୍ଦୀ ଟ୍ରେନ୍‌ରେ ନିଆଁ, ଟଳିଲା ବଡ ଦୁର୍ଘଟଣା
  • ||
  • ‘ଚାକିରୀରେ ୬ ବର୍ଷ ପୂରଣ କରିଥିବା କର୍ମଚାରୀଙ୍କୁ ସରକାର ରେଗୁଲାର କରିବାକୁ ବାଧ୍ୟ’, ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ହାଇକୋର୍ଟ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ଜଣଙ୍କ ଜୀବନ, ୧୯୩୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଡ଼ଗାଁ ପଞ୍ଚାୟତ ୩ ଦିନ ପାଇଁ ଲକ୍‌ଡାଉନ୍‌, ବନ୍ଦ ରହିବ ହାଟ ଓ ବଜାର
  • ||
  • ରାୟଗଡ଼ାରେ ମୃଦୁ ଭୂକମ୍ପ, କ୍ଷୟକ୍ଷତିର ସୂଚନା ନାହିଁ
  • ||
  • ବଢୁଛି ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୯୮୯ ପଜିଟିଭ୍ ଚିହ୍ନଟ
  • ||

ୱାଲର୍ଡ କପ୍ ପଏଣ୍ଟ ଟେବୁଲର ଶୀର୍ଷରେ ଭାରତ : ଶ୍ରୀଲଙ୍କାକୁ ହରାଇବା ସହ ଅଷ୍ଟ୍ରେଲିଆକୁ ପଛରେ ପକାଇଲା ବିରାଟ ବାହିନୀ

7/07/2019 at 9:18 AM

ଲଣ୍ଡନ ୭/୭: ୱାଲର୍ଡ କପ୍  ପଏଣ୍ଟ ଟେବୁଲର ଶୀର୍ଷରେ ଭାରତ । ଗତକାଲି ଶ୍ରୀଲଙ୍କାକୁ ହରାଇବା ସହିତ ପଏଣ୍ଟ ତାଲିକାରେ ଭାରତ ଅଷ୍ଟ୍ରେଲିଆକୁ ପଛରେ ପକାଇଛି । ସେହିପରି ସେମିଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ-ଇଂଲଣ୍ଡ ପ୍ରବେଶ କରିଛନ୍ତି । ଗତକାଲି ଖେଳା ଯାଇଥିବା ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରିଛି । ୨୬୫ ରନ୍ ଟାର୍ଗେଟର ପିଛା କରି ଭାରତ ୪୩.୩ ଓଭରରେ ୩ ୱିକେଟ୍ ହରାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯାଇଥିଲା ।

ମୋଟ୍ ୯ଟି ମ୍ୟାଚରୁ ୭ଟିରେ ବିଜୟ, ଗୋଟିଏରେ ପରାଜୟ ଓ ଗୋଟିଏ ବାତିଲ୍ ସହ ୧୫ ପଏଣ୍ଟ ପାଇଛି ଭାରତ । ପଏଣ୍ଟ ଟେବୁଲରେ ଟପ୍ ରେ ଅଛି ଭାରତ । ଗତକାଲି ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିଲେ ରୋହିତ ଶର୍ମା ଓ କେ.ଏଲ୍ ରାହୁଲ । ରାହୁଲଙ୍କ ୧୧୧ ରନ୍ ଓ ରୋହିତଙ୍କ ୧୦୩ ରନ୍ ସହାୟତାରେ ଭାରତ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲା । ସେହିପରି ଅନ୍ୟ ଏକ ରୋମାଞ୍ଚକର ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ୧୦ ରନରେ ହରାଇଛି । ଅଧିନାୟକ ଫାଫ ଡୁପ୍ଲେସିସଙ୍କ ରୋମାଞ୍ଚକର ଶତକ ବଳରେ କଙ୍ଗାରୁ ଦଳ ଆଗରେ ଏକ ବଡ ଟାର୍ଗେଟ୍ ସେଟ୍ କରିପାରିଥିଲା ସାଉଥଆଫ୍ରିକା । ଡୁପ୍ଲେସିସ୍ ୯୪ଟି ବଲରୁ ୨ଟି ଛକା ଏବଂ ୭ଟି ଚୌକା ବଳରେ ୧୦୦ ରନ୍ କରଥିଲେ ।

ସେହିପରି ଡିକକ୍ ୫୨ ରନର ଅର୍ଦ୍ଧଶତକୀୟ ପାଳି ଏବଂ ଡୁସେନଙ୍କ ବିସ୍ଫୋରକ ୯୫ ରନ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୬ଟି ୱିକେଟ୍ ହରାଇ ୩୨୫ ରନ୍ ସଂଗ୍ରହ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୩୧୫ରନ୍ କରିପାରିଥିଲା । ଦକ୍ଷିଣ ଆଫ୍ରିକା ବିଜୟ ସହ ସେମିଫାଇନାଲରେ ନୂଆ ସମୀକରଣ ସୃଷ୍ଟି ହୋଇଛି । ୧୫ ପଏଣ୍ଟ ସହ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଥିବା ଭାରତ ଏବେ ସେମିଫାଇନାଲରେ ଚତୁର୍ଥ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡକୁ ଭେଟିବ । ଆସନ୍ତା ୯ ତାରିଖରେ ଭାରତ ମଞ୍ଚେଷ୍ଟରରେ ଏହି ସେମିଫାଇନାଲ ଖେଳିବ । ଅନ୍ୟପକ୍ଷରେ ୧୪ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିବା ଅଷ୍ଟ୍ରେଲିଆ ୧୧ ତାରିଖରେ ବର୍ମିଂହାମରେ ହେବାକୁ ଥିବା ଦ୍ବିତୀୟ ସେମିଫାନାଲରେ ଇଂଲଣ୍ଡକୁ ଭେଟିବ ।

   Related Posts