Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

କରୋନା ତୃତୀୟ ଲହର ମୁକାବିଲା ଲାଗି ମଜଭୁତ ସ୍ଥିତିରେ ଭାରତ, ଜାଣନ୍ତୁ କଣ କହିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ

11/07/2021 at 3:34 PM

ନୂଆଦିଲ୍ଲୀ ୧୧।୭: ଭାରତରେ ଯଦି କରୋନା ତୃତୀୟ ଲହର ପ୍ରକୋପ କରେ ତେବେ ଏହାର ମୁକାବିଲା ଲାଗି ଦେଶରସ୍ଥିତି ଏବେ ବେଶ ମଜଭୁତ ଅଛି। ଏହା କହିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ଡା. ରାଜୀବ କୁମାର। ମହାମାରୀ ମୁକାବିଲା ଲାଗି ରାଜ୍ୟମାନେ ମଧ୍ୟ ପୂର୍ବ ସଂକ୍ରମଣରୁ ବେଶ ଶିକ୍ଷା ନେଇଛନ୍ତି। ଏଣୁ ଯଦି ତୃତୀୟ ଲହରର ପ୍ରକୋପ ଦେଖା ଯାଏ ବେଶ ମୁକାବିଲା କରାଯାଇପାରିବ ବୋଲି ସେ କହିଛନ୍ତି।

ଲଗାତାର କରୋନା ଭାଇରସ ମହାମାରୀ ଲାଗି ଦେଶର ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଛି। ଏଣୁ ସରକାର ଯଦି ଚାହିଁବେ ଅଧିକ ଋଣ ନେବାରେ ଏବେ କୌଣସି ଅସୁବିଧା ନାହିଁ। ଏହା ଦ୍ୱାରା ଦେଶକୁ ଘରୋଇ ନିବେଶର ମାର୍ଗ ଉନ୍ମୁକ୍ତ ହୋଇପାରିବ ବୋଲି ଡା. ରାଜୀବ କୁମାର କହିଛନ୍ତି। ସେହିପରି ଦେଶର ଆର୍ଥିକ ଅଭିବୃଦ୍ଧି ସମ୍ଭାବନା ମଧ୍ୟ ବେଶ ଭଲ ରହିଛି। ଏଣୁ ଡିସଇନଭେଷ୍ଟମେଣ୍ଟ ମାଧ୍ୟମରେ ସରକାର ଆର୍ଥିକ ପ୍ରବନ୍ଧ କରିବାକୁ ମଧ୍ୟ ସମର୍ଥ ହୋଇପାରିବେ।  ଚଳିତ ଆର୍ଥିକ ବର୍ଷରେ ଭାରତ ୧୦ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ହାସଲ କରିପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ସେପଟେ ଭାରତୀୟ ଉଦ୍ୟୋଗ ପରିସଂଘ (ସିଆଇଆଇ) ଦେଶର ଅର୍ଥ ବ୍ୟବସ୍ଥା କୋଭିଡ ଦ୍ୱିତୀୟ ଲହରରୁ ଖୁବ୍ ଶୀଘ୍ର ବାହାରି ଆସିବ ବୋଲି ଏକ ଆକଳନରେ କହିଛନ୍ତି। କରୋନା ଦ୍ୱିତୀୟ ଲହରରେ ସାମାଜିକ ଆୟୋଜନ ଓ ଭିଡ ନିୟନ୍ତ୍ରଣ ଲାଗି ଲକଡାଉନ ଜାରି ହୋଇଛି। ହେଲେ ଏଥିଯୋଗୁ ଆର୍ଥିକ ଗତିବିଧି ସେପରି ପ୍ରଭାବିତ ହୋଇ ନାହିଁ। ଏଣୁ ସିଆଇଆଇଙ୍କ ସର୍ଭେରେ ୬୦ ପ୍ରତିଶତରୁ ଅଧିକ ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ)ମାନେ ସେମାନଙ୍କ କମ୍ପାନୀମାନଙ୍କ ବିକ୍ରି ସୁଧାର ମହାମାରୀ ପ୍ରଥମ ଲହର ଠାରୁ ବେଶେ ଦ୍ରୁତ ଥିବା କହିଛନ୍ତି।

ସିଆଇଆଇ ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ ସିଇଓଙ୍କ ଏହି ସର୍ଭେରେ ଦେଶର ଶୀର୍ଷ ୧୧୯ କମ୍ପାନୀଙ୍କ ବିଚାର ସାମିଲ କରାଯାଇଥିଲା ବୋଲି କହିଛନ୍ତି। ଏଥିରୁ କରୋନା ଦ୍ୱିତୀୟ ଲହର କବଳରୁ ଅର୍ଥ ବ୍ୟବସ୍ଥାର ଦ୍ରୁତ ସୁଧାର ଆଶା କରାଯାଉଛି ବୋଲି ବାନାର୍ଜୀ କହିଛନ୍ତି। କରୋନା ଦ୍ୱିତୀୟ ଲହର କାଳରେ ୬୦ ପ୍ରତିଶତ କମ୍ପାନୀ ସେମାନଙ୍କ ପରିଚାଳନା ହ୍ରାସ କରିଥିଲେ।

   Related Posts