Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ଭାରତ ବିକାଶ କରୁଛି ନେକ୍ସଟ୍‌ଜେନ୍‌ ବାଲାଷ୍ଟିକ ମିସାଇଲ୍‌ ସବମେରିନ୍‌ ଏସ୍‌-୫ : ଜାଣନ୍ତୁ ପରମାଣୁ ଅସ୍ତ୍ରବହନ ସହ ଆଉ କ’ଣ ଅଛି ବିଶେଷତ୍ତ୍ୱ

10/09/2019 at 3:01 PM

ନୂଆଦିଲ୍ଲୀ – ବେଳେ ବେଳେ ରାଜନେତାଙ୍କ ସାମାନ୍ୟ ସୂଚନାରୁ ଅନେକ କଥା ଜଣା ପଡିଥାଏ । ଏବେ ଉପରାଷ୍ଟ୍ରପତି ଭେଙ୍କୟାନାଇଡୁଙ୍କର ଏକ ଟ୍ୱିଟରୁ ଭାରତୀୟ ନୌସେନା ବିକାଶ କରୁଥିବା ଅନେକ ତଥ୍ୟ ସାମ୍ନାକୁ ଆସିଛି। ଏବେ ଦେଶର ବୈଜ୍ଞାନିକ ଓ ପ୍ରଯୁକ୍ତି ଗବେଷଣାଗାର ବା ଲାବୋରେଟୋରୀରେ ଅତ୍ୟାଧୁନିକ ନେକ୍ସଟଜେନ୍‌ ବାଲାଷ୍ଟିକ ମିସାଇଲ୍‌ ବହନ କରିପାରୁଥିବା ଏସ୍‌-୫ ଶ୍ରେଣୀରେ ସବମେରିନ୍‌ ବା ବୁଡା ଜାହାଜ ବିକଶିତ କରାଯାଉଥିବା କଥା ସାମ୍ନାକୁ ଆସିଛି ।

 କୌଣସି ମାନବ  ବିନା ଏହି ସବମେରିନ୍‌ ମହାସାଗର ତଳେ ଯାତ୍ରା କରିପାରିବ । ଏହା ସାରା ବିଶ୍ୱ ପରିଭ୍ରମଣ କରିବା ସହ ନେକ୍ସଟ ଜେନେରେସନ୍‌ ବାଲାଷ୍ଟିକ୍‌ ମିସାଇଲ ବହନ କରିବାର କ୍ଷମତା ରଖୁଛି । ଏହି ସବମେରିନ୍‌ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରିବ । ପରମାଣୁଶକ୍ତି ଦ୍ୱାରା ଏହି ସବମେରିନ୍‌ ବା ବୁଡା ଜାହାଜ ଚାଲିବ ।

 ଭାରତୀୟ ନୌସେନା ପାଖରେ  ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରୁଥିବା ସବମେରିନ୍‌ ରହିଛି । ଭାରତ ଆମେରିକା,ଋଷ୍‌, ୟୁକେ, ଫ୍ରାନସ୍‌ ଓ ଚୀନ୍‌ର ଏହି କ୍ଲବରେ ସାମିଲ ହୋଇଛି । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଭାରତ ନିଜର ବୁଡାଜାହାଜ ବା ସବ ମାରାଇନ୍‌ ବିକାଶ କରିଛି । ଭାରତ ୬ଟି ପରମାଣୁ ଯୁଦ୍ଧାସ୍ତ୍ର ବହନ କରୁଥିବା ସବମେରିନ୍‌ ବିକାଶ କରୁଥିବା ସୂଚନା ମିଳିଛି । ଏହା ଅନ୍ୟ ସବମେରିନ୍‌କୁ ସୁରକ୍ଷା ଦେବା ସହ ଭାରତର ପ୍ରତିରକ୍ଷାରେ ଏକ ବିଶେଷ ଭୂମିକା ବହନ କରିବ ।

ଅରିହନ୍ତ ଭାରତର ପ୍ରଥମ ସ୍ୱଦେଶୀ ଜ୍ଞାନ କୌଶଳରେ ବିକାଶ କରାଯାଇଥିବା ପରମାଣୁ ଶକ୍ତିଚାଳିତ ସବମେରିନ୍‌ । ଏହାଗତ ବର୍ଷ ନୌସେନାରେ ସାମିଲ ହୋଇଥିଲା । ୨୦୨୦ରେ ନୌସେନାରେ ଏସ୍‌-୫ ସବମାରାଇନ୍‌ ସାମିଲ ହେବ ବୋଲି ଆଶା କରାଯାଉଛି ।

ଏହା ଏକ ସମ୍ପର୍ଣ୍ଣ ଭାବେ ମିସାଇଲ୍‌ ସବମେରିନ୍‌ ଓ ଏଥିରେ ୧୨ ଟି ଲଞ୍ଚ ଟ୍ୟୁବ ରହିବ ।  ଅରିହନ୍ତରେ ୪ଟି ମିସାଇଲ୍‌ ବହନ କରାଯାଇ ପାରିବ ।

ଭାରତର ଏସ୍‌-୫ ଆମେରିକା ନୌସେନାର କଲମ୍ବିଆ ଶ୍ରେଣୀ ଓ  ଚୀନ୍‌ର ଏସ୍‌ଏସ୍‌ବିଏନ୍‌  ଓ ବ୍ରିଟେନ୍‌ର ନୌସେନାର ଡ୍ରେଡନାଉଟ୍‌ ଶ୍ରେଣୀ ସହ ସମାନ ।

   Related Posts