Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

କରୋନା କାଳରେ ରହିବା ଲାଗି ବିଶ୍ୱର ସବୁଠୁ ଭଲ ସ୍ଥାନ ଭାରତ, ବଢିଛି କୋଭିଡ ରେଜିଲେନ୍ସ ସ୍କୋର

1/12/2021 at 5:11 PM

ନୂଆଦିଲ୍ଲୀ ୧।୧୨: କରୋନା କାଳରେ ରହିବା ଲାଗି ବିଶ୍ୱର ସବୁଠୁ ଭଲ ଓ ସବୁଠୁ ଖରାପ ସ୍ଥାନନେଇ ବ୍ଲୁମବର୍ଗ ରାଂକିଙ୍ଗରେ ଭାରତ ୧୯ ପାହଚ ଉପରକୁ ଉଠିଛି। ଚଳିତବର୍ଷ ଭାରତ କରୋନାରେ ଗୁରୁତର ପ୍ରଭାବିତ ହୋଇଥିଲା। ଏହା ସତ୍ତ୍ୱେ ବ୍ଲୁମବର୍ଗ ରାଂକିଙ୍ଗରେ ଭାରତର ସ୍ଥାନ ଏକ ବିଶାଳ ପରିବର୍ତ୍ତନ ଆଡକୁ ଦିଶା ନିର୍ଦ୍ଦେଶ କରୁଛି। ଭାରତ କୋଭିଡ ରେଜିଲେନ୍ସ (Covid Resilience Ranking) ରାଂକିଙ୍ଗରେ ଏବେ ୨୬ତମ ସ୍ଥାନକୁ ପହଞ୍ଚିଛି।

ରାଂକିଙ୍ଗର ଏହି ଆଧାରରୁ ସାମାଜିକ ଓ ଆର୍ଥିକ  ପଡଉଠ ସତ୍ତ୍ୱେ ଭାରତରେ କୋଭିଡର ପ୍ରଭାବୀ ନିୟନ୍ତ୍ରଣ ହେଉଥିବା ସ୍ପଷ୍ଟ ହୋଯାଇଛି। ଏହି ସୂଚୀ ପ୍ରସ୍ତୁତି ଲାଗି ୧୨ଟି ବିନ୍ଦୁ ଉପରେ ଧ୍ୟାନ ଦିଆଯାଇଥିଲା। ଯେଉଁଥିରେ ଭୂତାଣୁର ମୁକାବିଲା, ଅର୍ଥ ବ୍ୟବସ୍ଥାର ପରିଚାଳନା, କୋଭିଡ ଲକଡାଉନରୁ ବଜାରକୁ ପୁଣି ସ୍ୱଭାବିକ କରାଯିବା ଆଦି ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ଏଣୁ କେବଳ ବିଶ୍ୱର ସବୁଠୁ ଭଲ ରହିବା ସ୍ଥାନ ନୁହେଁ ୫୩ ପ୍ରମୁଖ ଅର୍ଥବ୍ୟବସ୍ଥା ସମ୍ପନ୍ନ ଦେଶଙ୍କ ସୂଚୀରେ ମଧ୍ୟ ସ୍ଥାନ ପାଇଛି ଭାରତ।

କରୋନା ମାଡ଼ ପରେ ଦ୍ରୁତ ସୁଧର ହୋଇଥିବା ବଜାର ବ୍ୟବସ୍ଥା, ଅର୍ଥନୀତି ଓ ଅନ୍ୟ ପ୍ରସଙ୍ଗ ସବୁ ଭାରତର ରାଂକିଙ୍ଗ ସୁଧାରରେ ସହାୟକ ହୋଇଛି। ଜୋରଦାର ଟିକାକରଣ ଯୋଗୁ ଏପରି ପରିବର୍ତ୍ତନ ହୋଇପାରିଛି। ଦେଶରେ ଏବେ ଲୋକଙ୍କୁ  ୧ ବିଲିୟନରୁ ବି ଅଧିକ ଡୋଜ ଟିକା ଦିଆଯାଇଛି।  ଏହା ଛଡା ଭାରତରେ ପ୍ରାକୃତିକ ପ୍ରତିରକ୍ଷାର ଉଚ୍ଚତମ ସ୍ତର ଦେଶରେ ସଂକ୍ରମଣ ବିପଦକୁ ହ୍ରାସ କରିଥିବା ଜଣାପଡିଛି।

ଗତ ମେ ମାସରେ ଦେଶରେ ଦୈନିକ ସଂକ୍ରମିତ ସଂଖ୍ୟା ୪ ଲକ୍ଷରେ ପହଞ୍ଚିବା ବିଶ୍ୱରେ ରେକର୍ଡ ସୃଷ୍ଟି କରିଥିଲା। ୧.୪ ବିଲିୟନ ଜନସଂଖ୍ୟାର ଦେଶରେ ଏବେ ଦୈନିକ ସଂକ୍ରମଣ ସଂଖ୍ୟା ଅତିବେଶିରେ ୭ରୁ ୮ ହଜାର ବାହାରିବା ବାସ୍ତବିକ ଆଶ୍ଚର୍ଯ୍ୟଜନକ।  ତେବେ ଦେଶରେ ପ୍ରାକୃତିକ ପ୍ରତିରକ୍ଷା ବୃଦ୍ଧି ସବୁ କ୍ଷେତ୍ରରେ ଭାରତକୁ ରହିବା ଲାଗି ଏକ ଉତ୍ତମ ସ୍ଥାନ ଭାବେ ଚିହ୍ନିତ କରୁଥିବା ବ୍ଲୁମବର୍ଗ ରାଂକିଙ୍ଗରୁ ଜଣାପଡିଛି।

   Related Posts