ସୀମାରେ ଗୁଳି ବର୍ଷଣ କରୁଛି ପାକିସ୍ତାନ, ଦେଶରେ ଫସିଥିବା ପାକିସ୍ତାନୀଙ୍କ ଚିନ୍ତା କରୁଛି ଭାରତ

Published By : Prameya-News7 Bureau | April 15, 2020 IST

ନୂଆଦିଲ୍ଲୀ ୧୫।୦୪: ଗୋଟିଏ ପଟେ ପାକିସ୍ତାନ କରୋନା ସଙ୍କଟ ସମୟରେ ମଧ୍ୟ ସୀମାରେ ପ୍ରବଳ ଗୁଳି ବର୍ଷଣ କରୁଥିବା ବେଳେ ଅନ୍ୟପଟେ ଭାରତ ନିଜ ଦେଶରେ ଫସିଥିବା ପାକ୍‌ ନାଗରିକଙ୍କୁ ସୁରକ୍ଷିତ ପଠାଇବାକୁ ବ୍ୟବସ୍ଥା କରୁଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ ଅନେକ ବିଦେଶୀ ମିଶନଙ୍କୁ ଭାରତରେ ଫସିଥିବା ସେମାନଙ୍କ ନାଗରିକଙ୍କୁ କାଢିବାରେ ସାହାଯ୍ୟ କରୁଛି। ଏମିତି ସ୍ଥିତିରେ ପାକିସ୍ତାନୀ ଉଚ୍ଚାୟୋଗ ମଧ୍ୟ ନିଜର ୧୮୦ ନାଗରିକଙ୍କୁ ଫେରାଇ ନେବାରେ ସାହାଯ୍ୟ କରିବାକୁ ଅପିଲ୍ କରିଛି। ଭାରତରେ ଫସିଥିବା ଅଧିକାଂଶ ପାକିସ୍ତାନୀ ମେଡିକାଲ୍ ଭିସାରେ ଏଠାକୁ ଆସିଥିଲେ।

ସୂତ୍ର ମୁତାବକ, ପାକିସ୍ତାନୀ ଉଚ୍ଚାୟୋଗ ଭାରତକୁ କହିଛି ଯେ, ଫସି ରହିଥିବା ତାରି ନାଗରିକ ପାକିସ୍ତାନ ଫେରିବାକୁ ଚାହୁଁଛନ୍ତି। ପାକିସ୍ତାନୀ ଉଚ୍ଚାୟୋଗଠାରୁ ଜାଣିବାକୁ ମିଳିଛି ଯେ, ଭାରତରେ ୧୮୦ ନାଗରିକ ଫସି ରହିଛନ୍ତି। ସେମାନେ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି। ଆମେ ସମ୍ବନ୍ଧିତ ଅଧିକାରୀଙ୍କ ସହିତ ସେମାନଙ୍କର ପ୍ରତ୍ୟାବର୍ତ୍ତନ ବ୍ୟବସ୍ଥା କରିବା ନେଇ ପ୍ରୟାସ କରୁଛୁ। ଗତ ମାସରେ ପାକିସ୍ତାନର ୫ ନାଗରିକ ଅଟାରୀ-ଓ୍ଵାଘା ସୀମା ରାସ୍ତା ଦେଇ ନିଜ ଦେଶକୁ ଫେରିଛନ୍ତି।

{"id":254883,"sizeSlug":"large"}

ପାକିସ୍ତାନର ହୀନ କାମକୁ, ଭାରତର ହୃଦୟତା

ଭାରତ ନିଜର ମାନବିକତା ସେହି ସମୟରେ ଦେଖାଇଛି ଯେବେ ପାକିସ୍ତାନୀ ସୈନିକ କରୋନା ସଙ୍କଟ ସମୟରେ ମଧ୍ୟ ଭାରତୀୟ ସୀମାରେ ପ୍ରବଳ ଗୁଳି ବର୍ଷଣ କରୁଛି। ପାକିସ୍ତାନୀର ଏହି ଅମାନବୀୟ କାମରେ ଜାମ୍ମୁ-କାଶ୍ମୀରରେ ନିୟନ୍ତ୍ରଣ ରେଖା(ଏଲଓସି) ଓ ଅନ୍ତରାଷ୍ଟ୍ରୀୟ ସୀମା(ଆଇବି) ଆଖପାଖରେ ରହୁଥିବା ଲୋକଙ୍କ ପାଇଁ ବଡ ସଙ୍କଟ ସୃଷ୍ଟି ହୋଇଛି। ସେଠାରେ ରହୁଥିବା ସ୍ଥାନୀୟ ଲୋକଙ୍କ ଉପରେ ପାକିସ୍ତାନୀ ସେନା ଗୁଳି ବର୍ଷଣ କରୁଛନ୍ତି। ଏଥିରେ ଅନେକ ଲୋକଙ୍କ ମୃତାହତ ଘଟିଛି ଏବଂ ଅନେକ ଘର ଧ୍ଵଂସ ହୋଇଛି। ଗତ କିଛି ଦିନରେ ଅନୁପ୍ରବେଶକାରୀ କୁପଓ୍ଵାଡା, ପୁଞ୍ଛ ଓ ରାଜୌରୀରେ ଏଲଓସି ରାସ୍ତା ଦେଇ ଭାରତରେ ଅନୁପ୍ରବେଶ ଉଦ୍ୟମ ଜାରି ରହିଛି।

ଏସବୁ ପରେ ବି ଭାରତ ଏହି ଘଡିସନ୍ଧି ସମୟରେ ମାନବିକତାର ପରିଚୟ ଦେଇ ପାକିସ୍ତାନୀ ନାଗରିକ କେମିତି ନିଜ ଦେଶକୁ ଫେରିବେ ସେ ନେଇ ପ୍ରୟାସ ଚଳାଇଛି। କରୋନାରେ ପାକିସ୍ତାନର ସ୍ଥିତି ଦୟନୀୟ ହୋଇ ପଡିଛି। ସେଠାକାର ସରକାର କରୋନା ସାମ୍ନାରେ ବିବଶ ହୋଇଥିବା ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.