Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଥମୁନି କରୋନା ଲହରୀ, ବ୍ରାଜିଲକୁ ଟପି ଦ୍ୱିତୀୟ ପ୍ରଭାବିତ ଦେଶ ହେଲା ଭାରତ, ଦିନକରେ ୯୦ ହଜାର ୬୩୨ ସଂକ୍ରମଣର ରେକର୍ଡ

6/09/2020 at 4:49 PM

ନୂଆଦିଲ୍ଲୀ ୦୬/୦୯: ଦେଶରେ କରୋନା ସଂକ୍ରମଣ ମାମଲା ୪୧ ଲକ୍ଷ ଟପିଗଲାଣି। ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ମାମଲା ସାମ୍ନାକୁ ଆସିଛି। ଅର୍ଥାତ୍ କରୋନା ଭାଇରସରେ ୯୦,୬୩୨ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ନୂଆ ମାମଲା ସହିତ ଦେଶରେ କୋଭିଡ-୧୯ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୪୧,୧୩,୮୧୧ ପହଞ୍ଚିଥିଛି।  ସଂକ୍ରମଣ ଯୋଗୁଁ ୭୦,୬୨୬ ଲୋକଙ୍କର ଏବେ ସୁଦ୍ଧା ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଦେଶରେ କୋଭିଡ୍-୧୯ରେ ୮,୬୨,୩୨୦ ରୋଗୀଙ୍କ ଚିକିତ୍ସା ଚାଲିଛି। ତେବେ ସଂକ୍ରମଣମୁକ୍ତ ହୋଇଛନ୍ତି ୩୧,୮୦,୮୬୫ ଲୋକ।

ଏହା ସହ ଭାରତ କରୋନା ମାମଲାରେ ଦ୍ବିତୀୟ ପ୍ରଭାବିତ ଦେଶ ପାଲଟିଛି। ଭାରତ ବ୍ରାଜିଲକୁ ପଛରେ ପକାଇଛି। ବ୍ରାଜିଲରୁ ସମୁଦାୟ ୪୧୨୩୮୧୧ ମାମଲା ଏବେ ସୁଦ୍ଧା ଆସିଛି। ଆମେରିକାରେ କରୋନା ମାମଲା ରହିଛି ୬୪୩୧୧୫୨।

ଉତ୍ତରାଖଣ୍ଡରେ ଗତ ୨୪ ଘଣ୍ଟା ମଧ୍ୟରେ ୯୫୦ ନୂଆ ମାମଲା ଆସିଛି। ତେବେ ମହାମାରୀରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି।  ଉତ୍ତରାଖଣ୍ଡରେ ଏବେ ସୁଦ୍ଧା ସଂକ୍ରମଣ ମାମଲା ବଢ଼ି ୨୩,୯୬୧ ହୋଇଛି ଓ ମହାମାରୀ ଜନିତ ମୃତ୍ୟୁ ସଂଖ୍ୟା ୩୩୦ ହୋଇଛି। ୭,୫୭୫ ରୋଗୀଙ୍କ ଚିକିତ୍ସା ଏବେ ଚାଲିଛି।

ବିହାରରେ କରୋନା ଭାଇରସ ସଂକ୍ରମଣର ୧,୭୨୭ ନୂଆ ମାମଲା ଆସିଛି। ମହାମାରୀ ଯୋଗୁଁ ଆଉ ନଅ ଜଣଙ୍କ ମୃତ୍ୟୁ ହୋଇଛି। ଏହିପରି ଭାବେ ରାଜ୍ୟରେ ସମୁଦାୟ ମାମଲା ସଂଖ୍ୟା ବଢ଼ି ୧,୪୫,୮୬୦ରେ ପହଞ୍ଚିଛି। ମୃତକଙ୍କ ସଂଖ୍ୟା ୭୫୦ ଟପିଗଲାଣି।

   Related Posts