ପୂର୍ବତୋର ରାଜ୍ୟରେ ଚଳିବନି ଚୀନର ଚାଲାକି, ଅରୁଣାଚଳ ପ୍ରଦେଶରେ ସୈନ୍ୟ ସଂଖ୍ୟା ବଢାଇଲା ଭାରତ

Published By : Prameya-News7 Bureau | September 02, 2020 IST

ନୂଆଦିଲ୍ଲୀ ୦୨।୦୯: ପୂର୍ବ ଲଦାଖରେ ଚୀନ ସହିତ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଜାରି ଉତ୍ତେଜନା ମଧ୍ୟରେ ଭାରତ ପୂର୍ବୋତର ରାଜ୍ୟଗୁଡିକ ସୀମାରେ ସୈନ୍ୟ ଶକ୍ତି ବୃଦ୍ଧି କରିଛି। ଜୁନ ୧୫ରେ ଭାରତ ଓ ଚୀନ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଅରୁଣାଚଳ ପ୍ରଦେଶ ସଂଲଗ୍ନ ଦୁଇ ଦେଶର ସୀମାରେ ଅଧିକ ଯବାନଙ୍କୁ ମୁତୟନ କରାଯାଇଛି।

ଅରୁଣାଚଳ ପ୍ରଦେଶରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବଢାଯିବା ପରେ ଏହି ସଙ୍କେତ ମିଳୁଛି ଯେ ଚୀନ ସହିତ ସୀମା ବିବାଦ ଏବେ ଆହୁରି ଅନେକ ଦିନ ଚାଲିପାରେ। ଏହି ସମସ୍ୟା ନିକଟ ଦିନରେ ସମାପ୍ତ ହେବାର ନାହିଁ। ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ଅରୁଣାଚଳ ପ୍ରଦେଶର ଜଣେ ଅଧିକାରୀ କହିଛନ୍ତି ସୁରକ୍ଷାବଳ ସଂଖ୍ୟା ବୃଦ୍ଧି କରାଯାଇଛି ମାତ୍ର ଚୀନ ତରଫରୁ ସୀମା ଅନୁପ୍ରବେଶ ପରି କୌଣସି ଖବର ନାହିଁ। ଗଲଓ୍ଵାନ ଉପତ୍ୟକାରେ ସଂଘର୍ଷ ପରେ ଭାରତ ପକ୍ଷରୁ ସତର୍କତାମୂଳକ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବଢାଯାଇଥିଲା।

ଉଲ୍ଲେଖଯୋଗ୍ୟ, ୧୯୬୨ ଭାରତ-ଚୀନ ଯୁଦ୍ଧରେ ଅରୁଣାଚଳ ପ୍ରଦେଶର ମୁଖ୍ୟ କେନ୍ଦ୍ର ଥିଲା। ବିଶେଷଜ୍ଞ ପୁଣି ଚେତାଇ ଦେଇଛନ୍ତି ଏଠାରେ ଚୀନ ପକ୍ଷରୁ ପୁଣି ଥରେ ଅନୁପ୍ରବେଶ ପ୍ରୟାସ କରାଯାଇପାରେ। ମାତ୍ର ସୈନିକ ସଂଖ୍ୟା ବୃଦ୍ଧି କରାଯିବା ନେଇ ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହା  ନିୟମିତ ସୈନ୍ୟ ଅଭ୍ୟାସ୍ ଆଧାରରେ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.